Advertisment

ଆନ୍ଦୋଳନରତ ଡାକ୍ତରଙ୍କୁ ଟିଏମସି ନେତାଙ୍କ ‘ପୁଲୱାମା’ ପ୍ରଶ୍ନ

୨୦୧୯ ପୁଲୱାମା ଆକ୍ରମଣ ପାଇଁ ଦାୟୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯଦି ସୁରକ୍ଷାକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇବେ, ତା’ହେଲେ ମେଡିକାଲ କର୍ମଚାରୀ ଓ ଡାକ୍ତରମାନେ କ’ଣ ପ୍ରତିକ୍ରିୟା ଦେବେ ବୋଲି ଟିଏମସି ନେତା କୁନାଲ ଘୋଷ ପ୍ରଶ୍ନ କରିଛନ୍ତି।

Doctor

Doctor

Advertisment

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଛି। ଡାକ୍ତର ଓ ମେଡିକାଲ ଶିକ୍ଷାର୍ଥୀମାନେ ଆନ୍ଦୋଳନରେ ବସିଛନ୍ତି। ଏସବୁ ଭିତରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ ନେତା ଡାକ୍ତରମାନଙ୍କୁ ପୁଲୱାମା ପ୍ରଶ୍ନ କରିଛନ୍ତି।

Advertisment

୨୦୧୯ ପୁଲୱାମା ଆକ୍ରମଣ ପାଇଁ ଦାୟୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯଦି ସୁରକ୍ଷାକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇବେ, ତା’ହେଲେ ମେଡିକାଲ କର୍ମଚାରୀ ଓ ଡାକ୍ତରମାନେ କ’ଣ ପ୍ରତିକ୍ରିୟା ଦେବେ ବୋଲି ଟିଏମସି ନେତା କୁନାଲ ଘୋଷ ପ୍ରଶ୍ନ କରିଛନ୍ତି।

ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ “ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଛି। ଏଥିସହ ସେମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି। ପୁଲୱାମା ହମଲାରେ ଏଯାଏ ନ୍ୟାୟ ମିଳିନି। ତେଣୁ ଯଦି ଯବାନମାନେ ସୀମା ଛାଡ଼ି ଦେବେ ଓ ଆମେ ନ୍ୟାୟ ଚାହୁଁଛୁ ନାରା ଦେଇ ଆନ୍ଦୋଳନ କରିବେ, ତା’ହେଲେ ଆପଣମାନେ ଏହାକୁ କେମିତି ବିଚାର କରିବେ?”

Advertisment

୨୦୧୯ ମସିହା ଫେବୃଆରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ କରିଥିବା ଆଇଇଡି ବିସ୍ଫୋରଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାର ୨ ସପ୍ତାହ ମଧ୍ୟରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଠିକଣା ଉପରେ ବୋମା ମାଡ଼ କରିଥିଲା। ଶ୍ରୀ ଘୋଷ ଏଠାରେ ଉକ୍ତ ପୁଲୱାମା ହମଲା କଥା ଉଠାଇଛନ୍ତି।

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଅଗଷ୍ଟ ୯ ତାରିଖରେ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମହିଳା ଡାକ୍ତରଙ୍କୁ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟ ଅତ୍ୟନ୍ତ ନିର୍ମମ ଭାବେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ପୁଲିସ ସଞ୍ଜୟକୁ ଗିରଫ କରିସାରିଛି। କିନ୍ତୁ ୧୦ ଦିନ ହେଲାଣି ଦେଶର ବିଭିନ୍ନ ପ୍ରାନ୍ତରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏଥିଯୋଗୁ ରୋଗୀ ସେବା ଗଭୀର ଭାବେ ପ୍ରଭାବିତ ହୋଇଛି।

Kolkata Kolkata Police Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe