/odisha-reporter/media/post_attachments/uploadimage/library/16_9/16_9_0/TMC_1723979581.jpg)
TMC
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବିଭ୍ରାନ୍ତ କର ତଥ୍ୟ ପ୍ରଚାର କରିବା କ୍ଷମତାସୀନ ଟିଏସିର ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ ମହଙ୍ଗା ପଡ଼ିଛି। ସେ ଭୁଲ ତଥ୍ୟର ପ୍ରଚାର କରୁଥିବାରୁ ତାଙ୍କୁ କୋଲକାତା ପୁଲିସ୍ ଆଜି ସମନ କରିଛି।
ସାଂସଦ ରୟ ଦାବି କରିଥିଲେ ଯେ ଅଗଷ୍ଟ ୯ରେ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ଘଟଣା ସ୍ଥଳକୁ ୩ ଦିନ ପରେ ସନ୍ଧାନୀ କୁକୁରକୁ ନେଇଥିଲା। ସେହିପରି କିଏ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲା? କାହିଁକି ସେମିନାର ହଲର କାନ୍ଥକୁ ଭଙ୍ଗା ଗଲା? ଅଭିଯୁକ୍ତ ସଞ୍ଜୟ ରୟକୁ କିଏ ଅତ୍ୟଧିକ କ୍ଷମତାଶାଳୀ ବ୍ୟକ୍ତି କଲା? ଏଭଳି ୧୦୦ ପ୍ରଶ୍ନର ଉତ୍ତର ସିବିଆଇ ବାହାର କରୁ ବୋଲି ସାଂସଦ ରୟ ପୋଷ୍ଟ କରିଥିଲେ।
ତେବେ ରୟଙ୍କ ସନ୍ଧାନୀ କୁକୁର ଥିଓରୀକୁ ପୁଲିସ ମିଛ ବୋଲି କହିଛି। ଘଟଣାର ୩ ଦିନ ପରେ ସନ୍ଧାନୀ କୁକୁରକୁ ପଠାଯିବା ଘଟଣା ସଂପୂର୍ଣ୍ଣ ଭିତ୍ତିହୀନ। ଗୋଟିଏ ସନ୍ଧାନୀ କୁକୁରକୁ ଅଗଷ୍ଟ ୯ ଓ ୧୨ ତାରିଖରେ ପଠାଯାଇଥିଲା। ମିଛ ତଥ୍ୟର ପ୍ରଚାର କରିଥିବାରୁ ସୁଖେନ୍ଦୁ ଶେଖର ରୟଙ୍କୁ ସମନ କରାଯାଇଥିବା ପୁଲିସ୍ କହିଛି।
ଏହାପୂର୍ବରୁ ଘଟଣାକୁ ନେଇ ମିଛ ତଥ୍ୟର ପ୍ରଚାର କରିଥିବା ବିଜେପି ନେତ୍ରୀ ଲକେଟ ଚାଟାର୍ଜୀ, ଡାକ୍ତର କୁନାଲ ସରକାର ଓ ସୁବର୍ଣ୍ଣ ଗୋସ୍ୱାମୀଙ୍କୁ ମଧ୍ୟ କୋଲକାତା ପୁଲିସ୍ ସମନ କରିଥିଲା।
I also demand justice in RGKar case.
But strongly oppose this demand regarding CP. After got information He has tried his best. Personally CP was doing his job and investigation was in a positive focus. This kind of post is unfortunate, that too from my senior leader. https://t.co/quLVsUEXCd— Kunal Ghosh (@KunalGhoshAgain) August 18, 2024
ଶ୍ରୀ ରୟ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଓ କୋଲକାତା ପୁଲିସ୍ କମିଶନର ବିନୀତ ଗୋଏଲଙ୍କୁ ସିବିଆଇ ନିଜ ହେପାଜତକୁ ନେଇ ଜେରା କରୁ ବୋଲି ଦାବି କରିଥିଲେ। କିନ୍ତୁ ଶ୍ରୀ ରୟଙ୍କ ଏପରି କଥାରେ ଖୋଦ ଟିଏମସି ଏକମତ ହୋଇନାହିଁ।
ଏହାକୁ ଟିଏମସି ନେତା କୁନାଲ ଘୋଷ ବିରୋଧ କରିଛନ୍ତି। ସେ ଆରଜି କର ଘଟଣାରେ ନ୍ୟାୟ ଦାବି କରିଛନ୍ତି। କିନ୍ତୁ ପୁଲିସ କମିଶନରଙ୍କୁ ନେଇ କରାଯାଇଥିବା ଦାବିକୁ ବିରୋଧ କରାଯାଉଛି। ସିପି ତାଙ୍କ କାମ ବେଶ ଭଲ ଭାବେ କରିଛନ୍ତି। ତାଙ୍କ ତଦନ୍ତ ସକାରାତ୍ମକ ଦିଗରେ ରହିଛି। ଏପରି ପୋଷ୍ଟ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଘୋଷ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
