Advertisment

Trinamool MP: ଅମିତ ଶାହଙ୍କ ଅଫିସ ଆଗରେ ଟିଏମସି ସାଂସଦଙ୍କ ହଙ୍ଗାମା, ଉଠାଇ ନେଲା ପୁଲିସ୍‌

କେନ୍ଦ୍ର ସରକାର ଇଡିକୁ ଗୋଟିଏ ରାଜିନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଟିଏମସି ସାଂସଦମାନେ ଅଭିଯୋଗ କରିଛନ୍ତି। ସେହିପରି ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିର ବିଭିନ୍ନ ଠିକଣାରେ ହୋଇଥିବା ରେଡ ବିରୋଧରେ ଟିଏମସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

TMC

ଟିଏମସି ସାଂସଦଙ୍କ ବିକ୍ଷୋଭ

Advertisment

ଶୁକ୍ରବାର ସକାଳୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଫିସ ସମ୍ମୁଖରେ ଟିଏମସିର ସାଂସଦମାନେ ଆରମ୍ଭ କରିଥିବା ‘ଶାନ୍ତିପୂର୍ଣ୍ଣ ବିକ୍ଷୋଭ’ ମାତ୍ର କିଛି ସମୟ ମଧ୍ୟରେ ହଙ୍ଗାମାର ରୂପ ନେଇଛି। ବିକ୍ଷୋଭ କରୁଥିବା ସାଂସଦମାନଙ୍କୁ ଅଫିସ ସମ୍ମୁଖରୁ ଦିଲ୍ଲୀ ପୁଲିସ ହଟାଇବା ବେଳେ ସଂଘର୍ଷ ଓ ଚିତ୍କାର ଶୁଣିବାକୁ ମିଳିଛି। ତଥାପି ଅମିତ ଶାହଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରୁଥିବା ଟିଏମସି ସାଂସଦମାନଙ୍କୁ ପୁଲିସ୍‌ ଉଠାଇ ନେବାରେ ସକ୍ଷମ ହୋଇଛି। 

Advertisment

ଟିଏମସି(TMC) ସାଂସଦ ଡେରେକ ଓବ୍ରାଏନ, ଶତାବ୍ଦୀ ରୟ, ମହୁଆ ମୈତ୍ରା, କୀର୍ତ୍ତି ଆଜାଦ ଓ ଅନ୍ୟମାନେ ଆଜି ସକାଳୁ ଅମିତ ଶାହଙ୍କ ଅଫିସ ସମ୍ମୁଖରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଗୁରୁବାର ଇଡି ପକ୍ଷରୁ କୋଲକାତାରେ ହୋଇଥିବା ରେଡକୁ ବିରୋଧ କରି ଜୋରଦାର ବିକ୍ଷୋଭ କରିଥିଲେ। ଅମିତ ଶାହ ଓ ଇଡି ବିରୋଧରେ ସେମାନେ ସ୍ଲୋଗାନ ଦେଇଛନ୍ତି।

କେନ୍ଦ୍ର ସରକାର ଇଡିକୁ ଗୋଟିଏ ରାଜିନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଟିଏମସି ସାଂସଦମାନେ ଅଭିଯୋଗ କରିଛନ୍ତି। ସେହିପରି ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିର ବିଭିନ୍ନ ଠିକଣାରେ ହୋଇଥିବା ରେଡ ବିରୋଧରେ ଟିଏମସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Advertisment

ଇଡି ମଧ୍ୟ ରେଡରେ ବାଧା ସୃଷ୍ଟି କରିବା ଅଭିଯୋଗ ଆଣି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କୋର୍ଟ ଯାଇଛି। ଆଜି ଅପରାହ୍ନ ୨.୩୦ରେ କ୍ୟାଲକାଟା ହାଇକୋର୍ଟ ଏହି ପ୍ରସଙ୍ଗରେ ଶୁଶାଣି କରିପାରନ୍ତି। 

ଏହାପୂର୍ବରୁ ଟିଏମସି ସାଂସଦମାନେ ଇଡି ରେଡ ବିରୋଧରେ ଅମିତ ଶାହଙ୍କ ଅଫିସ ସମ୍ମୁଖରେ ହଙ୍ଗାମା କରିଛନ୍ତି। ସେମାନେ ବିଭିନ୍ନ ପ୍ରକାରର ନାରାବାଜୀ ଦେବାରୁ ଦିଲ୍ଲୀ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ପ୍ରବଳ ବିରୋଧ ସତ୍ତ୍ୱେ ପୁଲିସ୍‌ ପକ୍ଷରୁ ଟିଏମସି ସାଂସଦମାନଙ୍କୁ ବଳପୂର୍ବକ ଅମିତ ଶାହଙ୍କ ଅଫିସ ସମ୍ମୁଖରୁ ଉଠାଇ ନିଆଯାଇଛି। ସେମାନଙ୍କୁ ପୁଲିସ୍‌ ଟେକି ଟେକି ନେବାର ଫଟୋ ଓ ଭିଡିଓ ବି ସାମ୍ନାକୁ ଆସିଛି। 

ପୁଲିସ୍‌ ଉଠାଇ ନେବା ବେଳେ ସାଂସଦ ଡେରେକ ଓବ୍ରାଏନ କହିଛନ୍ତି ଯେ “ସାଂସଦମାନଙ୍କ ସହ ଏଠାରେ କ’ଣ ସବୁ ହେଉଛି, ସେସବୁ ଆପଣମାନେ ଦେଖଛନ୍ତି।” ଆମେ ବିଜେପିକୁ ହରାଇବୁ। ଦିଲ୍ଲୀ ପୁଲିସ୍‌ ଜଣେ ନିର୍ବାଚିତ ସାଂସଦଙ୍କ ସହ କେମିତି ବ୍ୟବହାର କରୁଛି, ସେକଥା ପୂରା ଦେଶ ଦେଖୁଥିବା ମହୁଆ କହିଛନ୍ତି।

ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏକ୍ସରେ ପୁଲିସ୍‌ ନେଇଥିବା କାର୍ଯ୍ୟାନୁଷ୍ଠାନ ବେଳର କିଛି ଫଟୋକୁ ପୋଷ୍ଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି ଯେ “ଗଣତନ୍ତ୍ର ଦଣ୍ଡ ପାଉଛି। ଅପରାଧୀମାନଙ୍କୁ ପୁରସ୍କାର ମିଳୁଛି। ଏଜେନ୍ସିଗୁଡ଼ିକ ଅସ୍ତ୍ର ଭାବେ ବ୍ୟବହା କରାଯାଉଛି। ନିର୍ବାଚନରେ ହେରଫେର ହେଉଛି। ବିକ୍ଷୋକାରୀଙ୍କୁ ଜେଲରେ ପୂରାଅ। ଦୁଷ୍କର୍ମକାରୀଙ୍କୁ ଜାମିନ ଦିଅ। ଏହା ହେଉଛି ବିଜେପିର ନୂଆ ଭାରତ।

ଯଦି ବି ଦେଶର ବାକି ଅଂଶକୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରାଯିବ, ତଥାପି ବେଙ୍ଗଲ ପ୍ରତିବାଦ କରିବ। ଆମେ ଆପଣଙ୍କ ସହ ଲଢ଼ିବୁ ଓ ହରାଇବୁ। ଏଥିପାଇଁ ଆପଣ ଯେଉଁ ପ୍ରକାରର ବଳ ଲଗାଇବା କଥା ଲଗାନ୍ତୁ।” 

ଟିଏମସି ସାଂସଦ ଶତାବ୍ଦୀ ରୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସବୁବେଳେ ନିର୍ବାଚନ ସମୟରେ ତଦନ୍ତକାରୀ ଏଜେନ୍ସିମାନଙ୍କୁ ପଠାଉଛି। ଗତକାଲି ସେମାନେ ଇଡିକୁ ପଠାଇଥିଲେ। ନିର୍ବାଚନ ସମୟରେ ତାଙ୍କର ସବୁ କଥା ମନେ ପଡ଼ୁଛି। ସେମାନେ ନିର୍ବାଚନ ସମୟରେ ଇଡି ଓ ସିବିଆଇକୁ ପଠାଉଛନ୍ତି। କେବଳ ଜିତିବା ପାଇଁ ସେମାନେ ଏମିତି କରୁଛନ୍ତି। କିନ୍ତୁ ସେମାନେ ଜିତି ପାରିବେ ନାହିଁ ବୋଲି ସେ କହିଛନ୍ତି। 

ଅମିତ ଶାହଙ୍କ ଅଫିସ ସମ୍ମୁଖରୁ ବିକ୍ଷୋଭ କରୁଥିବା ସାଂସଦମାନଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ଅଟକ ରଖାଯାଇଛି। ତେବେ ସେଠାରେ ମଧ୍ୟ ସାଂସଦମାନେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଛନ୍ତି। 

TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe