Advertisment

ଜେଲରେ ଟିଏମସି ପ୍ରବକ୍ତା, ପୁଣି ଗିରଫ କଲା ଇଡି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ଗତ ଡିସେମ୍ବର ୬ରେ ପ୍ରଥମଥର ପାଇଁ ଗିରଫ କରାଯାଥିଲା।

author-image
Tapas Behera
Trinamool's Saket Gokhale

Trinamool's Saket Gokhale

କ୍ରାଉଡ୍‌ ଫଣ୍ଡିଂ ମାଧ୍ୟମରେ ସଂଗ୍ରହ କରାଯାଇଥିବା ଅର୍ଥକୁ ଦୁରୁପଯୋଗ ଅଭିଯୋଗରେ ତୃଣମୂଳ କଂଗ୍ରେସର ଜାତୀୟ ପ୍ରବକ୍ତା ସାକେତ ଗୋଖଲେଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ପୂର୍ବରୁ ଅନ୍ୟ ଏକ ମାମଲାରେ ସାକେତ ଏବେ ଗୁଜରାଟ ଜେଲରେ ଅଛନ୍ତି। କ୍ରାଉଡ୍‌ ଫଣ୍ଡିଂ ମାଧ୍ୟମରେ ସାକେତ ପ୍ରାୟ ୧.୦୭ କୋଟି ଟଙ୍କା ତୁସାରପାତ କରିବା ଅଭିଯୋଗରେ ଇଡି ତାଙ୍କ ହାତରେ ହାତକଡ଼ି ପକାଇଛି। ଏକ ଚିଟିଂ ମାମଲାରେ ସାକେତ ଏବେ ଗୁଜରାଟ ଜେଲରେ ଅଛନ୍ତି। ୨୦୨୨ ଡିସମ୍ବେର ୩୦ରେ  ଅହମ୍ମଦାବାଦ ସାଇବର କ୍ରାଇମବ୍ରାଞ୍ଚ ଦ୍ୱାରା ଦିଲ୍ଲୀରୁ ସାକେତଙ୍କୁ ଗିରଫ କରାଯାଇଥିଲା। ସେଇ କ୍ରାଉଡ୍‌ ଫଣ୍ଡିଂକୁ ଅପବ୍ୟବହାର କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା।

Advertisment

ଏବେ ସୁଦ୍ଧା ସାକେତଙ୍କୁ ଗୁଜରାଟ ପୁଲିସ ୩ ଥର ଗିରଫ କଲାଣି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ଗତ ଡିସେମ୍ବର ୬ରେ ପ୍ରଥମଥର ପାଇଁ ଗିରଫ କରାଯାଥିଲା। ଗୋଖଲେ ଡିସେମ୍ବର ପହିଲାରେ ଟ୍ୱିଟ୍ କରି ଦାବି କରିଥିଲେ ଯେ, ଏକ ଆର୍‌ଟିଆଇ ସୂଚନାରୁ ଜଣାପଡ଼ିଛି ମୋର୍ବି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ଫଳରେ ରାଜ୍ୟ ସରକାରଙ୍କୁ ୩୦ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିଛି, ଯାହା ମୋର୍ବି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଇଥିବା ମୋଟ କ୍ଷତିପୂରଣ ରାଶିର ୬ ଗୁଣ। ଅର୍ଥାତ୍ ମୋର୍ବି ଦୁର୍ଘଟଣାର କ୍ଷତିଗ୍ରସ୍ତ ପ୍ରାୟ ଦେଢ଼ଶହ ପରିବାରକୁ ମାତ୍ର ୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ସରକାରଙ୍କ ଫ୍ୟାକ୍ଟ-ଚେକ୍ ୟୁନିଟ୍ ସେହିଦିନ ହିଁ ଜାଣିବାକୁ ପାଇଥିଲା ଯେ ଗୋଖଲେଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ସେ ଯେଉଁ ଆର୍‌ଟିଆଇ ସୂଚନାର ଦାବି କରୁଛନ୍ତି ତାହା ନକଲି। ଉକ୍ତ ମିଡ଼ିଆ କ୍ଲିପିଂରେ ଗୋଖଲେ ଯେଉଁ ଫଣ୍ଟ ବ୍ୟବହାର କରି ତାହା ଆର୍‌ଟିଆଇ ସୂତ୍ରରୁ ମିଳିଛି ବୋଲି ଦାବି କରିଛନ୍ତି, ତାହା ବାସ୍ତବରେ ‘ଗୁଜରାଟ ସମାଚାର’ ନାମକ ଖବରକରଗଜର ଫଣ୍ଟ। ଗୁଜରାଟ ସମାଚାର କୌଣସି ଆର୍‌ଟିଆଇ ଆବେଦନ କରି ନ ଥିବା ପ୍ରକାଶ କରିଛି। ସାକେତ ଗୋଖଲେ ନକଲି ଆର୍‌ଟିଆଇ ଦଲିଲ ପ୍ରସ୍ତୁତ କରି ଗୁଜରାଟ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।

Advertisment
TMC