Advertisment

ଆତ୍ମହତ୍ୟା ଖବର କିଏ ପ୍ରଚାରିତ କଲା? ଦିଦିଙ୍କୁ ପ୍ରଶ୍ନ କଲେ ତାଙ୍କ ସାଂସଦ

ମମତା ସରକାରଙ୍କୁ କେବଳ ବିରୋଧୀ ନୁହେଁ ଏବେ ତାଙ୍କ ଦଳର ନେତାମାନେ ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Subhendu Sekhar and Mamata

Subhendu Sekhar and Mamata

Advertisment

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଛି। ଏହାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି। ମମତା ସରକାରଙ୍କୁ କେବଳ ବିରୋଧୀ ନୁହେଁ ଏବେ ତାଙ୍କ ଦଳର ନେତାମାନେ ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଉଠାଇଛନ୍ତି ସ୍ୱର।

Advertisment

ଦଳର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରୟ ଦୁଇ ଦିନ ପୂର୍ବେ ମମତା ବାନାର୍ଜୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଆର୍‌ଜି କର ହସ୍ପିଟାଲର ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ହଟାଇବାରେ କାହିଁକି ବିଳମ୍ବ ହେଉଛି ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ସେ ପୁଲିସ କମିଶନର ଏବଂ ପୂର୍ବତନ ପ୍ରିନ୍ସିପାଲଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସୋଶାଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ଏକ ପୋଷ୍ଟ ଲେଖି ଶୁଖେନ୍ଦୁ କହିଛନ୍ତି, 'ସିବିଆଇ ନିରପେକ୍ଷ ଭାବେ କାମ କରିବା ଉଚିତ। ପୀଡିତାଙ୍କ ଆତ୍ମହତ୍ୟା ଖବର କିଏ ପ୍ରଚାରିତ କଲା ଓ କାହିଁକି? ଏହା ଜାଣିବା ପାଇଁ ପୂର୍ବତନ ପ୍ରିନ୍ସିପାଲ ଏବଂ ପୁଲିସ କମିଶନରଙ୍କୁ ଜେରା କରାଯିବା ଉଚିତ। ସେମିନାର ହଲ୍‌ର କାନ୍ଥ କାହିଁକି ଭଙ୍ଗାଗଲା? ଅଭିଯୁକ୍ତ ସଞ୍ଜୟ ରାୟକୁ ଏତେ ଶକ୍ତି କରିବା ପଛରେ କାହାର ହାତ ଅଛି? ୩ ଦିନ ପରେ ସ୍ନିଫର୍ କୁକୁର କାହିଁକି ବ୍ୟବହୃତ ହେଲା? ଏପରି ଶହ ଶହ ପ୍ରଶ୍ନ ଅଛି। ଏସବୁର ଉତ୍ତର ସାମ୍ନାକୁ ଆସିବା ଜରୁରୀ।'

Advertisment

ଟିଏମସି ସାଂସଦ ଶୁଖେନ୍ଦୁ ଲଗାତର ମମତା ସରକାରଙ୍କ ଉପରେ ଆକ୍ରମଣକାରୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଅଗଷ୍ଟ ୧୪ରେ ସେ ଡାକ୍ତରଙ୍କ ବିରୋଧକୁ ମଧ୍ୟ ସମର୍ଥନ କରିଥିଲେ। ସେ କହିଥିଲେ ଯେ ପଶ୍ଚିମ ବଙ୍ଗର ଲକ୍ଷ ଲକ୍ଷ ପରିବାରଙ୍କ ପରି ମୋର ମଧ୍ୟ ଗୋଟିଏ ଝିଅ ଅଛି। ମୁଁ ସେମାନଙ୍କୁ ସମର୍ଥନ କରିବାକୁ ଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଘଟଣା ପରେ ମହିଳାମାନଙ୍କ ପାଇଁ କୋଲକାତା ସବୁଠାରୁ ସୁରକ୍ଷିତ ସହର ବୋଲି କୁହାଯାଉଥିବା ଭୁଲ୍‌ ପ୍ରମାଣିତ ହୋଇଛି।

Mamata Banerjee TMC Kolkata Rape-Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe