Advertisment

ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

ପ୍ରାଣ ହରାଇଥିବା ଟିଏମସି କର୍ମୀ ଜଣଙ୍କ ହେଲେ ଜୈରୁଲ ମୋଲ୍ଲା। ଗୁଳି ମାଡ଼ ଯୋଗୁ ସେ ରାସ୍ତା କଡ଼ରେ ପଡ଼ି ରହିଥିଲେ।

author-image
Hemant Lenka
Bengal

Bengal

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଦକ୍ଷିଣ ୨୪ ପ୍ରଙ୍ଗଣାରେ କ୍ଷମତାସୀନ ଟିଏମସିର ଜଣେ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାସନ୍ତୀ ନାମକ ଗୋଟିଏ ଗାଁ ନିକଟ ରାସ୍ତା କଡ଼ରୁ ଟିଏମସି କର୍ମୀଙ୍କ ମୃତଦେହ ମିଳିବା ପରେ ପ୍ରବଳ ଉତ୍ତେଜନା ଦେଖାଯାଇଛି।

Advertisment

ପ୍ରାଣ ହରାଇଥିବା ଟିଏମସି କର୍ମୀ ଜଣଙ୍କ ହେଲେ ଜୈରୁଲ ମୋଲ୍ଲା। ଗୁଳି ମାଡ଼ ଯୋଗୁ ସେ ରାସ୍ତା କଡ଼ରେ ପଡ଼ି ରହିଥିଲେ। ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପରିବାର ଲୋକ କହିଛନ୍ତି ଯେ ଜୈରୁଲ ଯୁବ ତୃଣମୂଳ କଂଗ୍ରେସର ସଦସ୍ୟ ଥିଲେ। ତାଙ୍କୁ ନିୟମିତ ଧମକଚମକ ମିଳିବାରେ ଲାଗିଥିଲା। ସେ ରାଜନୀତିକ ଦଳ ସହ ସାମିଲ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

ଜୈରୁଲଙ୍କ ପୁଅ କହିଛନ୍ତି, “ମୋ ବାପାଙ୍କର ବହୁତ ଶତ୍ରୁ ଥିଲେ। ତାଙ୍କର ରାଜନୀତିକତା ଶତ୍ରୁତା ଥିଲା। ଗୋଟିଏ ରାଜନୀତିକ ଦଳର ଗୋଷ୍ଠୀ ତାଙ୍କୁ ନିୟମିତ ଧମକଚମକ ଦେଉଥିଲେ। ବିଭିନ୍ନ ନମ୍ବରରୁ ତାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ କଲ ମଧ୍ୟ ଆସୁଥିଲା। ମୋ ବାପା ଟିଏମସି ଯୁବ ବାହିନୀର ସଦସ୍ୟ ଥିଲେ।”

West Bengal TMC