Advertisment

ବୀଭତ୍ସ କାଣ୍ଡ; ବାପା, ମା’ ଓ ପୁଅର ଗଳା କାଟିଦେଲେ ଦୁର୍ବୃତ୍ତ

ଗୋଟିଏ ପରିବାରର ବାପା, ମା’ ଓ ପୁଅର ବେକ କାଟି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ।

Family

Family

Advertisment

ଉତ୍ତରପ୍ରଦେଶର ଗାଜିପୁରରେ ରାତିର ଅନ୍ଧକାରରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଗୋଟିଏ ପରିବାରର ବାପା, ମା’ ଓ ପୁଅର ବେକ କାଟି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ୪୫ ବର୍ଷୀୟ ମୁଶିଂ ବିନ୍ଦ, ତାଙ୍କ ପତ୍ନୀ ୪୦ ବର୍ଷୀୟ ଦେବନ୍ତୀ ବିନ୍ଦ ଓ ୨୦ ବର୍ଷୀୟ ପୁଅ ଆଶିଷ ବିନ୍ଦ ।

Advertisment

ଗତ ରାତିରେ ଘର ବାହାରେ ମୁଶିଂ ବିନ୍ଦ ଓ ପତ୍ନୀ ଦେବନ୍ତୀ ଶୋଇଥିଲେ। ଘର ଭିତରେ ବଡ଼ ପୁଅ ଆଶିଷ ବିନ୍ଦ ଶୋଇଥିବା ବେଳେ ସାନ ପୁଅ ଯାତ୍ରା ଦେଖିବାକୁ ଚାଲି ଯାଇଥିଲା। ବିଳମ୍ବିତ ରାତିରେ ସାନ ପୁଅ ଘରକୁ ଫେରି ବାହାରେ ବାପାମା’ଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ଛାନିଆ ହୋଇ ଯାଇଥିବା ବେଳେ ବଡ଼ ଭାଇଙ୍କୁ ଡାକିବାକୁ ଭିତରକୁ ଯାଇଥିଲେ। ସେଠାରେ ବଡ଼ ଭାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଲେ।

ଏହାଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିବା ବେଳେ ସେ ଜୋରରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପାଖପଡ଼ୋଶୀ ପହଞ୍ଚି ଘରେ ୩ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ପାଇଲେ।

Advertisment

ଖବର ପାଇ ପୁଲିସ୍‌ ଓ ଫରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କିଏ ଓ କାହିଁକି ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Murder Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe