Advertisment

Suicide: ୩ ଭଉଣୀ, ୧ ରୁମ ଓ ଅନେକ ମିଛ: ଟ୍ରିପଲ ସୁଇସାଇଡକୁ ନେଇ ଘନଉଛି ସନ୍ଦେହ

ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ସେ କେମିତି ୩ ଜଣଙ୍କୁ ବାହା ହେଲେ ବୋଲି ପୁଲିସ୍‌ ପ୍ରଶ୍ନରେ ଚେତନ କହିଛନ୍ତି ଯେ “ବାହାଘର ପାଇଁ ୩ ଜଣ ଯାକ ସହମତି ପ୍ରକାଶ କରିଥିଲେ। ସେମାନେ କୌଣସି ଅଭିଯୋଗ କରି ନଥିଲେ।”

Suicide

ଜୀବନ ହାରିଥିବା ୩ ଭଉଣୀ

Advertisment

ଏକାଧିକ ବିବାହ, ଗୋଟିଏ ରୁମରେ ୫ ପିଲା, ୨୦୧୮ର ଗୋଟିଏ ସନ୍ଦେହଜନକ ମୃତ୍ୟୁ ଓ ଆର୍ଥିକ ସଙ୍କଟ ଆଦିକୁ ନେଇ ଗାଜିଆବାଦରେ ୩ ଉଭଣୀଙ୍କ କରିଥିବା ଆତ୍ମହତ୍ୟା(Suicide) ଘଟଣା ଅଧିକ ଜଟିଳ ହେବାରେ ଲାଗିଛି। ଗତ ବୁଧବାର ଗାଜିଆବାଦର ଭାରତ ସିଟିର ଆବସିକ ବିଲଡିଂର ୯ମ ମହଲାରୁ ଡେଇଁ ୩ ଭଉଣୀ- ପାଖି(୧୨), ପ୍ରାଚୀ)୧୪) ଓ ନିଶିକା(୧୬) ଆତ୍ମହତ୍ୟା କରିଥିଲେ। ସେମାନେ କୋରିଆନ ଗେମରେ ବୁଡ଼ି ରହିଥିଲେ ଓ ସେମାନଙ୍କ ମୋବାଇଲକୁ ବାପା ମା’ ଛଡ଼ାଇ ନେବାରୁ ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି। 

Advertisment

ପୂରା ଘଟଣା ପ୍ରାରମ୍ଭିକ ପର୍ଯ୍ୟାୟରେ ଗେମିଂ ଆଡିକସନ ଉପରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ତଦନ୍ତ ସମୟରେ ସେମାନଙ୍କ ବାପା ଚେତନ କୁମାରଙ୍କ ଏକାଧିକ ବିବାହ ଓ ସନ୍ଦେହଜନକ ବୟାନ ଘଟଣାକୁ ଆହୁରି ରହସ୍ୟମୟ କରିବାରେ ଲାଗିଛି। ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଏକଧିକ ବାହାଘରକୁ ନେଇ ଚେତନ କୁମାର ଦେଇଥିବା ବୟାନ ପ୍ରାୟତଃ ଯୁକ୍ତି ସଙ୍ଗତ ହେଉନାହିଁ।

ଚେତନ କୁମାର କହିଛନ୍ତି ଯେ ପ୍ରଥମ ପତ୍ନୀ ଗର୍ଭଧାରଣ କରିବାରେ ଅକ୍ଷମ ହେବାରୁ ସେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ପିଲାମାନଙ୍କ ବୟସ ଅଲଗା କିଛି ସଙ୍କେତ ଦେଉଛି। ଚେତନ କୁମାର ନିୟମିତ ଭାବେ ନିଜର ବୟାନ ବଦଳାଉଛନ୍ତି। ପ୍ରଥମେ ସେ ଟିନାଙ୍କ ସହ ବିବାହ ଅର୍ଥାତ ତୃତୀୟ ବିବାହ କଥାକୁ ଲୁଚାଇଥିଲେ। ତଦନ୍ତ ବେଳେ ଏକଥା ସାମ୍ନାକୁ ଆସିଛି। 

Advertisment

୩ ଉଭଣୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ସେମାନେ ମସ୍ତିଷ୍କ ଜନିତ ଆଘାତ ଅର୍ଥାତ ୯ମ ମହଲାରୁ ଡେଇଁ ପଡ଼ିବାରୁ ପ୍ରାଣ ହରାଇଛନ୍ତି। ଯୌନ ନିର୍ଯାତନାର କୌଣସି ସଙ୍କେତ ଶବବ୍ୟବଚ୍ଛେଦ ରିପୋର୍ଟରୁ ମିଳିନି। ସେହିପରି ଘଟଣା ଘଟିବା ପୂର୍ବରୁ ଚେତନ କୁମାର ୩ ଝିଅଙ୍କ ମୋବାଇଲ ଫୋନକୁ ବିକ୍ରି କରି ଦେଇଥିଲେ। ପୁଲିସ୍‌ ସେଗୁଡ଼ିକୁ ଠାବ କରିବା ସହ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି। ଫରେନ୍ସିକ ଯାଞ୍ଚ ପରେ କୋରିଆନ ଗେମିଂ ଆପ ବିଷୟରେ ତଥ୍ୟ ସାମ୍ନାକୁ ଆସି ପାରିବ।

ସହମତି ଓ ଏକାଧିକ ବିବାହ

ଚେତନ କୁମାର ନିଜର ୩ ପତ୍ନୀ- ସୁଜାତା, ହିନା ଓ ଟିନା ଏବଂ ୫ ପିଲାଙ୍କ ସହ ଗାଜିଆବାଦ ଫ୍ଲାଟର ୩ ରୁମ ବିଶିଷ୍ଟ ବେଡ ରୁମରେ ରହୁଥିଲେ। ରୁମରେ ୩ଟି ବେଡ ରୁମ ରହିଥିଲେ ହେଁ ସମସ୍ତେ ଗୋଟିଏ ରୁମରେ ଶୋଉଥିଲେ। ଚେତନ କୁମାରଙ୍କ ପତ୍ନୀ ସୁଜାତା ଗୋଟିଏ ଝିଅ ଓ ମାନସିକ ଅବସ୍ଥା ଠିକ ନଥିବା ଗୋଟିଏ ପୁଅର ମା’। କିନ୍ତୁ ଚେତନ କୁମାର କହିଥିଲେ ଯେ ସୁଜାତା ଗର୍ଭଧାରଣ କରିବାରେ ଅକ୍ଷମ ହେବାରୁ ସେ ହିନାଙ୍କୁ ବିବାହ କରିଥିଲେ।

ପୁଲିସର କହିବା କଥା ଯେ ଚେତନ କୁମାର ୨୦୧୦ରେ ସୁଜାତାଙ୍କୁ ବାହା ହୋଇଥିଲେ। ଏହାପରେ ୨୦୧୩ରେ ତାଙ୍କ ଭଉଣୀ ହିନା ଓ ୨୦୨୩ରେ ଇସଲାମରୁ ହିନ୍ଦୁ ଧର୍ମକୁ ବଦଳିଥିବା ଟିନାଙ୍କୁ ବିବାହ କରିଥିଲେ। ଚେତନ କୁମାର ଏପରି ତଥ୍ୟ ଦେଇଥିଲେ ହେଁ ବାସ୍ତବ ସ୍ଥିତି କିଛି ଭିନ୍ନ।

ସୁଜାତାଙ୍କ ବଡ଼ ଝିଅର ବୟସ ୧୬। ବିଶିକା ହେଉଛନ୍ତି ସୁଜତାଙ୍କ ଝିଅ। ତେଣୁ ଯେଉଁ କାରଣ ପାଇଁ ସେ ହିନାଙ୍କୁ ବାହା ହୋଇଥିବା କହୁଛନ୍ତି, ସେକଥା ବିଶିକାଙ୍କ ବୟସକୁ ଦେଖିଲେ ମେଳ ଖାଉ ନାହିଁ। ବିଶିକା ଜନ୍ମ ହେବା ପରେ ହିଁ ହିନାଙ୍କୁ ଚେତନ କୁମାର ବାହା ହୋଇଛନ୍ତି। ନଚେତ ତାଙ୍କ ବୟସ ୧୬ କେମିତି ହେଲା ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। 

ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ସେ କେମିତି ୩ ଜଣଙ୍କୁ ବାହା ହେଲେ ବୋଲି ପୁଲିସ୍‌ ପ୍ରଶ୍ନରେ ଚେତନ କହିଛନ୍ତି ଯେ “ବାହାଘର ପାଇଁ ୩ ଜଣ ଯାକ ସହମତି ପ୍ରକାଶ କରିଥିଲେ। ସେମାନେ କୌଣସି ଅଭିଯୋଗ କରି ନଥିଲେ।” 

ହିନାଙ୍କ ଦୁଇ ଝିଅ ପାଖି ଓ ପ୍ରାଚୀ ମଧ୍ୟ ସୁଜାତାଙ୍କ ବଡ଼ ଝିଅ ବିଶିକାଙ୍କ ସହ ଗତ ବୁଧବାର ୯ମ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ଟିନା ହେଉଛନ୍ତି ଚେତନଙ୍କ ତୃତୀୟ ପତ୍ନୀ। ତାଙ୍କ ବୟସ ୨୨। ତାଙ୍କର ମଧ୍ୟ ଗୋଟିଏ ୩ ବର୍ଷର ଝିଅ ରହିଛନ୍ତି। ପୂର୍ବରୁ ସେ ଚେତନ କୁମାରଙ୍କ ସହ କାମ କରୁଥିଲେ। ଏହାପରେ ବିବାହ କରିଛନ୍ତି।

ଏଯାଏ ଚେତନ କୁମାର ପୁଲିସ୍‌କୁ କହିଛନ୍ତି ଯେ ତାଙ୍କର ୩ ଝିଅ ଟାସ୍କ ଭିତ୍ତିକ କୋରିଆନ ଗେମ ଜାଲରେ ଫସିଥିଲେ ଓ ଏଥିଯୋଗୁ ସେ ୩ ଜଣଙ୍କ ମୋବାଇଲ ଫୋନ ନେଇ ଯାଇଥିଲେ। ଏଥିଯୋଗୁ ୩ ଝିଅ ଜୀବନ ହାରିଛନ୍ତି। ପୁଲିସ୍‌ ମଧ୍ୟ ୩୦ ପୃଷ୍ଠା ଲେଖାଥିବା ଗୋଟିଏ ଡାଏରୀ ଜବତ କରିଛି। ଏଥିରେ ୩ ଉଭଣୀ ସ୍ପଷ୍ଟ ଭାବେ କୋରିଆନ ଡ୍ରାମ ଓ କେ-ପପ ମ୍ୟୁଜିକ ବ୍ୟବହାର କରିବାରେ ବାଧା ସୃଷ୍ଟି ହେବାରୁ ହତାଶ ହୋଇଥିବା ଲେଖିଛନ୍ତି। 

ତଦନ୍ତରୁ ଆଉ ଗୋଟିଏ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ସୁଜାତା ଓ ହିନାଙ୍କ ଆଉ ଜଣେ ଭଉଣୀ ୨୦୧୮ରେ ସେମାନଙ୍କ ଘରକୁ ଆସିଥିଲେ। କିନ୍ତୁ ଘରର ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଭାବେ ବିବେଚନା କରାଯାଇଥିଲା ଓ ପରିବାର ଲୋକ ମଧ୍ୟ କୌଣସି ଅଭିଯୋଗ କରି ନଥିଲେ।

ଷ୍ଟକ ବ୍ରୋକର ଭାବେ କାମ କରୁଥିବା ଚେତନ କୁମାରଙ୍କ ମୁଣ୍ଡ ଉପରେ ୨ କୋଟି ଋଣ ଥିବା ତଦନ୍ତରୁ ଜଣାପଡ଼ିଛି। ସେହିପରି ସେ ୩ ଝିଅଙ୍କ ମୋବାଇଲ ଫୋନ ବିକ୍ରି କରି ଘରର ବିଜୁଳି ବିଲ ମଧ୍ୟ ଦେଇଥିଲେ।

ଆର୍ଥିକ ସଙ୍କଟ ଯୋଗୁ ସେ ନିଜ ପିଲାଙ୍କ ସ୍କୁଲ ଯିବା କୋରୋନା ପରେ ବନ୍ଦ କରି ଦେଇଥିଲେ। ପୁଲିସ୍‌ ସବୁ ତଥ୍ୟକୁ ଏକାଠି କରି ଘଟଣାର ତଦନ୍ତ ଜାରି ରଖିଛି। 

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe