Advertisment

ବର୍ଗ ଫୁଟ ପିଛା ୧.୪ ଲକ୍ଷ, ୩ ମହଲା କୋଠା ରେକର୍ଡ ୨୫୨ କୋଟିରେ ବିକ୍ରି

୩ ମହଲା କୋଠାଟି ୧୮ ହଜାର ବର୍ଗ ଫୁଟର ହୋଇଥିବା ବେଳେ ଏହାକୁ ୨୫୨ କୋଟି ଟଙ୍କାରେ ବିକ୍ରି କରାଯାଇଛି।

author-image
Hemant Lenka
LODHA

LODHA

ରେକର୍ଡ ଦରରେ ବିକ୍ରି ହୋଇଛି କୋଠା। ଭାରତରେ ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି ଏହି ଡିଲ। ଦକ୍ଷିଣ ମୁମ୍ବାଇରେ ଥିବା ଗୋଟିଏ ୩ ମହଲା କୋଠା ବର୍ଗ ଫୁଟ ପିଛା ୧.୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ୩ ମହଲା କୋଠାଟି ୧୮ ହଜାର ବର୍ଗ ଫୁଟର ହୋଇଥିବା ବେଳେ ଏହାକୁ ୨୫୨ କୋଟି ଟଙ୍କାରେ ବିକ୍ରି କରାଯାଇଛି।

Advertisment

ଦକ୍ଷିଣ ମୁମ୍ବାଇର ୱାଲକେଶ୍ୱର ଠାରେ ଥିବା ଗୋଟିଏ ନିର୍ମାଣଧୀନ ଟାୱାରରେ ଏହି କୋଠା ରହିଛି। ଶିଳ୍ପପତି ନୀରଜ ବଜାଜ ଓ ମାର୍କୋଟେକ ଡେଭଲପର୍ସ (ଲୋଧା ଗ୍ରୁପ) ମଧ୍ୟରେ ଆବାସିକ ଅଞ୍ଚଳରେ ଥିବା ବିଲଡିଂ କିଣିବା ପାଇଁ ୨୫୨ କୋଟି ଟଙ୍କାରେ ଡିଲ ହୋଇଛି।

ଗତମାସରେ ୱର୍ଲି ଲକ୍ସୁରୀ ଟାୱାରରେ ଥିବା ୩୦ ହଜାର ବର୍ଗ ଫୁଟର ପେଣ୍ଟ ହାଉସକୁ ଶିଳ୍ପପତି ତଥା ୱେଲସପୁନ ଗ୍ରୁପର ଅଧ୍ୟକ୍ଷ ବିକେ ଗୋଏଙ୍କା ୨୪୦ କୋଟି ଟଙ୍କାରେ କିଣିଥିଲେ। ଏହା ଭାରତର ସବୁଠାରୁ ଦାମୀ ଆପାର୍ଟମେଣ୍ଟ ଡିଲ୍‌ ଭାବେ ପରିଗଣିତ ହୋଇଥିଲା। କିନ୍ତୁ ମାସକ ମଧ୍ୟରେ ବଜାଜ-ଲୋଧା ଗ୍ରୁପ୍‌ ଡିଲ୍‌ ଏହି ରେକର୍ଡକୁ କାଟି ଦେଇଛି।

Advertisment

ଫେବୃଆରୀ ମାସରେ ନିର୍ମାଣ ସରିଥିବା ବିଲଡିଂ ପାଇଁ ଡିଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ନିର୍ମାଣ ଚାଲିଥିବା ପ୍ରକଳ୍ପ ପାଇଁ ଡିଲ୍‌ ହୋଇଛି। ବଜାଜ ଅଟୋ ଓ ବଜାଜ ଗ୍ରୁପର ପ୍ରମୋଟର ତଥା ନିର୍ଦ୍ଦେଶକ ନୀରଜ ବଜାଜ ରାଜଭବନ ନିକଟସ୍ଥ ୱାଲକେଶ୍ୱର ଠାରେ ଥିବା ଲୋଧା ମାଲାବର ଟାୱାରର ୩ଟି ଫ୍ଲୋର ବୁକ୍‌ କରିଛନ୍ତି। ସେ ବର୍ଗ ଫୁଟ ପିଛା ୧.୪ ଲକ୍ଷ ଟଙ୍କାରେ ଡିଲ କରିଛନ୍ତି।

ନୀରଜ ବର୍ତ୍ତମାନ ଟାୱାର ନିର୍ମାଣ କରୁଥିବା ଲୋଧା ଗ୍ରୁପକୁ ୧୫ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ବାବଦରେ ଦେଇ ଡିଲ ପକ୍କା କରିଛନ୍ତି। ବାକି ଟଙ୍କା ନିର୍ମାଣ କାମ ଶେଷ ଏବଂ ବିଏମସି ପ୍ରମାଣପତ୍ର ମିଳିବା ପରେ ଦିଆଯିବ। ୩୧ ମହଲା ବିଶିଷ୍ଟ ଏହି ଟାୱାରର ନିର୍ମାଣ କାମ ଏବେ ଆରମ୍ଭ ହୋଇଛି।

ପ୍ରକଳ୍ପ ପାଇଁ କେବଳ ଖୋଳାଖୋଳି କରାଯାଉଛି। ଏହାର ନିର୍ମାଣ କାମ ୨୦୨୬ ଜୁନ ମାସରେ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏସବୁ ଭିତରେ ବଜାଜ ଟାୱାରର ୨୯,୩୦ ଓ ୩୧ ମହଲା କିଣିବେ ବୋଲି ଏବେ ଠାରୁ ଚୁକ୍ତି କରିଛନ୍ତି। ଏଠାରେ ୮ଟି କାର ମଧ୍ୟ ରହିପାରିବ।

Mumbai Apartment