Advertisment

ରଥଟଣା ବେଳେ ଅଘଟଣ: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ମୃତ, ୧୮ ଗୁରୁତର

ବୁଧବାର ତ୍ରିପୁରାର ୟୁନାକୋଟି ଜିଲ୍ଲାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଜଳିଗଲା।

ଅଦ୍ୟତନ ହୋଇଛି
Tripura Ratha accident

Tripura Ratha accident

Advertisment

ରଥଟଣା ବେଳେ ଅଘଟଣ। ବୁଧବାର ତ୍ରିପୁରାର ୟୁନାକୋଟି ଜିଲ୍ଲାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଜଳିଗଲା।ଏହି ଅଘଟଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ଦୁଇଜଣ ଶିଶୁ ଅଛନ୍ତି।

Advertisment

ପାଖାପାଖି ଅପରାହ୍ନ ସାଢ଼େ ୪ଟା ବେଳେ ଏହି ଘଟଣା ଘଟିଛି। କୁମାଘାଟ ଅଞ୍ଚଳରେ ବାହୁଡ଼ାଯାତ୍ରା ଚାଲିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଣୁଥିଲେ। ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।

Tripura Ratha Accidentତ୍ରିପୁରା ରଥ ଦୁର୍ଘଟଣା

ରଥଟି ଲୁହାରେ ତିଆରି ହୋଇଥିବା ବେଳେ ଅକସ୍ମାତ୍ ବାଟରେ ଏକ ୧୩୩ କେଭି ବିଦ୍ୟୁତ୍‌ କେବୁଲ୍‌ ସଂସ୍ପର୍ଶରେ ଆସି ଯାଇଥିଲା। ଯାହା ଫଳରେ ଏତେବଡ଼ ଅଘଟଣ ଘଟିଲା ବୋଲି ପୁଲିସ କହିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଗରତାଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

Advertisment

ମୁଖ୍ୟମନ୍ତ୍ରୀ ମାନିକ ଶାହ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Ratha Yatra Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe