Advertisment

କ୍ଷମତାକୁ ଆସିଲେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ପରିବାରକୁ ୫୦,୦୦୦ ଟଙ୍କା ମିଳିବ: ବିଜେପି

ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ବିଜେପି ଦଳୀୟ ଇସ୍ତାହାର ଜାରି କରିଛି।

author-image
Tapas Behera
bjp

bjp

ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ବିଜେପି ଦଳୀୟ ଇସ୍ତାହାର ଜାରି କରିଛି। ବିଜେପିର ଜାତୀୟ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଗରତାଲାରେ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଉପସ୍ଥିତ ଥିଲେ।

Advertisment

ଇସ୍ତାହାର ଜାରି କରି ନଡ୍ଡା କହିଛନ୍ତି, ବାଳିକା ସମୃଦ୍ଧି ଯୋଜନାରେ କନ୍ୟା ସନ୍ତାନ ଜନ୍ମ ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ୫୦,୦୦୦ ଟଙ୍କା ମିଳିବ। କଲେଜ ଛାତ୍ରୀମାନଙ୍କୁ ସ୍କୁଟି ମିଳିବ। ପିଏମ ଉଜ୍ଜ୍ୱଳା ଯୋଜନାରେ ଗରିବ଼ ପରିବାରକୁ ଦୁଇଟି ଏଲପିଜି ଗ୍ୟାସ ମାଗଣା ମିଳିବ। ଭୂମିହୀନମାନଙ୍କୁ ଜମି ପଟ୍ଟା ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ। ପିଡିଏସ ଯୋଜନାରେ ମାଗଣା ଚାଉଳ ଓ ଗହମ ମିଳିବ। ପୂର୍ବରୁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୬୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ଲିଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ନାଁ ନାହିଁ। ତେଣୁ ସେ ୨୦୨୩ ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ମାଣିକ ଶାହ ବିଜେପି ପକ୍ଷରୁ ବରଦୋୱାଲୀରୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି। ୬୦ ଆସନରୁ ୪୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ବାକି ୧୨ ଜଣ ପ୍ରାର୍ଥୀଙ୍କ ନାଁ ଖୁବଶୀଘ୍ର ଘୋଷଣା ହେବ ବୋଲି ବିଜେପି କହିଛି।

ବିପ୍ଳବ ଯେଉଁ ବନମାଳିପୁର ଆସନରୁ ନିର୍ବାଚନ ଲଢ଼ୁଥିଲେ ସେହି ଆସନ ପାଇଁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ନିର୍ବାଚନ ଲଢ଼ିବେ ବୋଲି ତାଲିକାରେ ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କୁ ଧନପୁର ଆସନରୁ ପ୍ରାର୍ଥୀ କରାଯାଇଛି।

Advertisment

ତ୍ରିପୁରା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଦୁଇ ମୁସଲିମ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ଆସନ୍ତା ୧୬ ଫେବ୍ରୁଆରୀ ରେ ନିର୍ବାଚନ ହେବ । ଭୋଟିଂ ସରିବା ପରେ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୨୨ରେ ବିଜେପି ବିପ୍ଳବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ମାଣିକ ସାହଙ୍କୁ ଏହି ଦାୟିତ୍ୱ ଦେଇଥିଲା।

Bjp Politics