Advertisment

ପୁଅ ପାଲଟିଲେ ନୃଶଂସ, ମା'କୁ ଗଛରେ ବାନ୍ଧି ଜିଅନ୍ତା ଜାଳିଦେଲେ

ଏହି ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

Son Killed Mother

Son Killed Mother

Advertisment

ପୁଅ ପାଲଟିଗଲେ ନୃଶଂସ। ପେଟ କାଟି ଜନ୍ମ କରିଥିବା ନିଜ ମା'କୁ ଭୁଲିଗଲେ। ଗାଛରେ ବାନ୍ଧି ଜିଅନ୍ତା ଜାଳିଦେଲେ। ଏଭଳି କିଛି ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି ତ୍ରିପୁରାରୁ। ଏହି ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

Advertisment

ପଶ୍ଚିମ ତ୍ରିପୁରାର ଚମ୍ପକନଗର ପୁଲିସ ଷ୍ଟେସନ ପରିସରର ଖାମବାଡି। ଏଠାକାର ଜଣେ ବୃଦ୍ଧ ମହିଳା ନିଜର ଦୁଇ ପୁଅ ସହ ରହୁଥିଲେ। ପ୍ରାୟ ଦେଢ଼ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ତୃତୀୟ ପୁଅ ଅଗରତାଲାରେ ରୁହନ୍ତି। ତେବେ ଶନିବାର ରାତିରେ କୌଣସି କଥାକୁ ନେଇ ଦୁଇ ପୁଅ ମା' ସହ ଝଗଡ଼ା ଲାଗିଥିଲେ। ପରେ ଦୁଇ ପୁଅ ମିଶି ବୃଦ୍ଧ ମା'ଙ୍କୁ ନୃଶଂସ ଭାବେ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଏକ ଗଛରେ ବାନ୍ଧି ଜିଅନ୍ତା ଜାଳି ଦେଇଛନ୍ତି। ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ଏନେଇ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଜିରାନିଆର ସବ-ଡିଭିଜନାଲ ପୁଲିସ ଅଧିକାରୀ କମଲ କୃଷ୍ଣ କୋଲୋଇ କହିଛନ୍ତି, 'ଜଣେ ମହିଳାକୁ ଜୀବନ୍ତ ଜାଳି ଦେଇଥିବାର ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗଛରେ ବନ୍ଧା ହୋଇଥିବା ପୋଡା ମୃତଦେହକୁ ଜଗତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Advertisment

ପାରିବାରିକ ବିବାଦ ଯୋଗୁ ଦୁଇ ପୁଅ ନିଜ ମା'କୁ ଜିଅନ୍ତା ଜଳାଇ ଦେଇଥିବା ପୁଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ପୁଅକୁ ଗିରଫ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅଧିକ ପଚରାଉଚରା ପାଇଁ ତାଙ୍କୁ ପୁଲିସ ହେପାଜତକୁ ପଠାଇବାକୁ ଅନୁରୋଧ କରାଯିବ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ଅଧିକାରୀ କମଲ କୃଷ୍ଣ କୋଲୋଇ କହିଛନ୍ତି କହିଛନ୍ତି।

Woman Burnt Alive Son Killed Mother Tripura
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe