Advertisment

ବିମାନବନ୍ଦରରେ ଛୁରା ମାଡ଼, କର୍ମଚାରୀଙ୍କ ଗଳା କାଟି ହତ୍ୟା

ଏହି ଘଟଣାକୁ ନେଇ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

author-image
Madhupriya Mistry
Murder

Murder

ବିମାନବନ୍ଦରରେ ହେଲା ଛୁରାମାଡ଼। ବିମାନ କର୍ମଚାରୀଙ୍କୁ ଉପରକୁ ମରାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ। ତାଙ୍କ ଗଳା କାଟି ହତ୍ୟା କଲେ। ବୁଧବାର ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ଘଟଣା ପରେ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ମୁତାବକ, ଗରିଫ ଅଭିଯୁକ୍ତ ଜଣକ ହେଲେ ରମେଶ। ଅଭିଯୁକ୍ତ ଜଣକ ବୁଧବାର ବ୍ୟାଗ୍ ଭିତରେ ଏକ ଧାରୁଆ ଅସ୍ତ୍ର ରଖି ବିଏମଟିସି ବସରେ ଚଢ଼ି ବିମାନବନ୍ଦରରେ ପହଞ୍ଚିଥିଲେ। ଏହି କାରଣରୁ ତାଙ୍କ ବ୍ୟାଗ ସ୍କାନ କରାଯାଇ ପାରିନଥିଲା। ପରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ରମେଶ ଟର୍ମିନାଲ-୧ (ଲେନ୍) ଦେଇ ପାର୍କିଂ ଅଞ୍ଚଳ ଦେଇ ଶୌଚାଳୟରେ ପହଞ୍ଚିଥିଲେ। ଏହାପରେ ବିମାନକର୍ମଚାରୀ ୪୫ ବର୍ଷୀୟ ରାମକୃଷ୍ଣଙ୍କୁ ଉପରକୁ ଛୁରୀରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା ବୋଲି ଉତ୍ତର-ପୂର୍ବ ଡିସିପି ସୂଚନା ଦେଇଛନ୍ତି।

ପରକିୟାପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ପତ୍ନୀ ସହ ରାମକୃଷ୍ଣଙ୍କ ଅନୈତିକ ସମ୍ପର୍କ ଥିବା ରମେଶ ସନ୍ଦେହ କରୁଥିଲେ। ଏହି କାରଣରୁ, ରମେଶ ଦୀର୍ଘ ଦିନ ଧରି ରାମକୃଷ୍ଣଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସେ ପୂର୍ବରୁ ଅନେକ ଥର ରାମକୃଷ୍ଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ତାଙ୍କୁ କୌଣସି ସୁଯୋଗ ମିଳିନଥିଲା।

Advertisment

ତେବେ ଗତକାଲି ରାତିରେ ବିମାନବନ୍ଦରରେ ରାମକୃଷ୍ଣ କାମ କରୁଥିବା ବେଳେ ଏହାର ସୁଯୋଗ ନେଇ ରମେଶ ତାଙ୍କ ଉପରକୁ ଆକ୍ରମଣ କରିଥିବା ପୁଲିସ କହିଛି। ରମେଶକୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Murder Extra Marital Affair Bengaluru Airport