Advertisment

ଜୀବନକୁ ନର୍କ କରିଦେଲା ନିଶାସକ୍ତ ପୁଅ; କାର୍‌ରେ ପଶି ନିଜକୁ ନିଆଁ ଲଗାଇଦେଲେ ବାପାମା’

ଜୀବନର ଶେଷ ସୋପାନରେ ଶାନ୍ତିରେ ରଖିବା ବଦଳରେ ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରୁଥିଲା ପୁଅ। ଏଥିରେ ଅତିଷ୍ଠ ବାପାମା’ ନେଲେ ଚରମ ନିଷ୍ପତ୍ତି।

author-image
Niharika Rout
Old Age Parents

Old Age Parents

ନିଶାଗ୍ରସ୍ତ ପୁଅର ଉତ୍ପାତରେ ଅତିଷ୍ଠ ହୋଇ ପଡ଼ିଥିଲେ ବୃଦ୍ଧ ବାପାମା’ । ଜୀବନର ଶେଷ ସୋପାନରେ ଶାନ୍ତିରେ ରଖିବା ବଦଳରେ ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରୁଥିଲା ପୁଅ। ଏଥିରେ ଅତିଷ୍ଠ ବାପାମା’ ନେଲେ ଚରମ ନିଷ୍ପତ୍ତି। କାର୍‌ରେ ନିଆଁ ଲଗାଇ ତା’ ଭିତରେ ସେମାନେ ଆତ୍ମଦାହ କରିଛନ୍ତି। ଏପରି ଏକ ସାଂଘାତିକ ଘଟଣା କେରଳର ପଥନମଥିଟ୍ଟାରେ ଘଟିଛି।

Advertisment

ମୃତ ଦମ୍ପତି ହେଲେ ୬୯ ବର୍ଷୀୟ ରାଜୁ ଥାମସ ଜାର୍ଜ ଓ ତାଙ୍କ ପତ୍ନୀ ୬୩ ବର୍ଷୀୟ ଲେଗି ଥାମସ । ଉଭୟଙ୍କ ମୃତଦେହକୁ ସେମାନଙ୍କ କାର୍‌ ଭିତରୁ ପୋଡ଼ି ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ରାଜୁ ଥାମସ ଓ ଲେଗି ଥାମସଙ୍କ ଏକମାତ୍ର ପୁଅ ସବୁବେଳେ ନିଶାଗ୍ରସ୍ତ ରହୁଥିଲା। ସେ ଘରକୁ ସବୁବେଳେ ମଦ ପିଇ ଆସୁଥିଲା ଓ ବାପାମା’ଙ୍କ ସହ ଝଗଡ଼ା କରୁଥିଲା। ପୁଅର କୁଅଭ୍ୟାସ ଛଡ଼ାଇବା ନିମନ୍ତେ ସେମାନେ ତାଙ୍କ ବିବାହ କରାଇ ଦେଇଥିଲେ। ପୁଅର ଏକ ଝିଅ ଥିବା ବେଳେ ସେ କିନ୍ତୁ ନିଜ ଅଭ୍ୟାସ ଛାଡ଼ି ପାରୁ ନ ଥିଲା।

Advertisment

ଫଳରେ ଘରେ ଅଶାନ୍ତ ଲାଗି ରହୁଥିଲା। ଏଥିରେ ଅତିଷ୍ଠ ବାପାମା’ ପୁଅକୁ ସରକାରୀ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତଥାପି ଶାନ୍ତି ମିଳୁ ନ ଥିବାରୁ ଶେଷରେ ନିଜ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଲେ। ଏଥିନିମନ୍ତେ ସେମାନେ ଘରେ ଏକ ସୁଇସାଇଡ ନୋଟ ଲେଖି ନିଜ କାର୍‌ ଭିତରକୁ ଚାଲିଗଲେ। ସେଠାରେ ଗାଡ଼ିର ଡୋରକୁ ଲକ୍‌ କରିଦେବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଉଭୟ ତା’ ଭିତରେ ଜଳି ଯାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘରୁ ସୁଇସାଇଡ ନୋଟ ଜବତ କରିଛି। ପୁଅର ନିଶା ଅଭ୍ୟାସରେ ଅତିଷ୍ଠ ହୋଇ ଏପରି ପଦକ୍ଷେପ ଉଠାଉଥିବା ଲେଖିଛନ୍ତି। ଏଥିସହ ନିଜର ସମସ୍ତ ସମ୍ପତ୍ତି ବୋହୂ ଓ ନାତୁଣୀ ନାମରେ କରି ଦେଇଥିବା ନୋଟ୍‌ରେ ଉଲ୍ଳେଖ କରିଛନ୍ତି।

Suicide Kerala Old Parents Family Dispute