Advertisment

ହିଟ୍‌ ଆଣ୍ଡ ରନ୍‌ ଆଇନ୍‌କୁ ବିରୋଧ, ଚକା ଜାମ୍‌ କଲେ ଡ୍ରାଇଭର୍‌

ସରକାର ନୂଆ ଆଇନ ପ୍ରଣୟନ କରିବା ପରେ ଟ୍ରକ ଡ୍ରାଇଭରମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ଦେଖିବାକୁ ମିଳିଛି।

Truck Driver protest

Truck Driver protest

Advertisment

ରାସ୍ତାକୁ ଓହ୍ଲାଇଲେ ବସ୍‌ ଓ ଟ୍ରକ୍‌ ଡ୍ରାଇଭର। କେନ୍ଦ୍ର ସରକାରଙ୍କ ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନକୁ ବିରୋଧ କରି ସାରା ଦେଶରେ ଟ୍ରକ୍‌ ଓ ଡମ୍ପର ଚାକଳ ଚକା ଜାମ୍‌ କରିଛନ୍ତି। ଏହି ଆଇନ୍‌କୁ ଫେରାଇ ନେବା ପାଇଁ ସେମାନେ ଦାବି କରିଛନ୍ତି। ଏହାକୁ ନେଇ ମୁମ୍ବାଇ, ଇନ୍ଦୋରଠାରୁ ଆରମ୍ଭ କରି ଦିଲ୍ଲୀ ହରିୟାଣା, ୟୁପି ସମେତ ଅନେକ ସ୍ଥାନରେ ଟ୍ରକ୍‌ ଚାଳକମାନେ ନିଜ ନିଜ ଟ୍ରକ୍‌କୁ ରାସ୍ତା ଉପରେ ରଖି ବିକ୍ଷୋଭ କରିଛନ୍ତି।

Advertisment

ବାସ୍ତବରେ କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଚଢ଼ି ଚାଲିଯାଆନ୍ତି ତେବେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡା ହେବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫଶିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଥିଲା।

ତେବେ ସରକାର ନୂଆ ଆଇନ ପ୍ରଣୟନ କରିବା ପରେ ଟ୍ରକ ଡ୍ରାଇଭରମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ଦେଖିବାକୁ ମିଳିଛି। ଏହି ନୂଆ ଆଇନ୍‌କୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସେମାନେ କହିଛନ୍ତି। ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ପଡିବ ବୋଲି ଡ୍ରାଇଭରମାନେ ଜିଦ୍‌ ଧରି ବସିଛନ୍ତି। ଇନ୍ଦୋର, ମୁମ୍ବାଇ, ମଧ୍ୟପ୍ରଦେଶ, ଗ୍ରେଟର ନଏଡା, ରାଜସ୍ଥାନ ଆଦି ଅଞ୍ଚଳରେ ଡ୍ରାଇଭରଙ୍କ ପ୍ରବଳ ବିରୋଧ ଦେଖିବାକୁ ମିଳିଛି। ରାସ୍ତା ଉପରେ ଟ୍ରକ୍‌ ରଖି ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

Advertisment

ସେପଟେ ଅଏଲ୍‌ ଟ୍ୟାଙ୍କର ଚାଳକମାନେ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଘୋଷଣା କରିବା ପରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗିଛି। ଲୋକେ ନିଜ ନିଜ ଗାଡିର ଟାଙ୍କି ଫୁଲ୍‌ କରିବାକୁ ଭିଡ ଜମାଇଛନ୍ତି।

Protest Truck Driver Hit And Run Law
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe