Advertisment

ଟ୍ରକ୍‌ରେ ଯାଉଥିଲା ୫୩୫ କୋଟି ଟଙ୍କା, ମଝି ବାଟରେ ଅଟକିଗଲା

ଟଙ୍କା ଭର୍ତ୍ତି ଟ୍ରକ୍‌ ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ହଠାତ୍‌ ମଝିରେ ବାଟରେ ଅଟକିଗଲା। ଫଳରେ ଏହାକୁ ସୁରକ୍ଷିତ ଭାବେ ଠିକ୍‌ ଜାଗାରେ ପହଞ୍ଚାବାକୁ ନାକେଦମ ହେଲା ପୁଲିସ୍।

truck

truck

Advertisment

ଟଙ୍କା ଭର୍ତ୍ତି ଟ୍ରକ୍‌ ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ହଠାତ୍‌ ମଝିରେ ବାଟରେ ଅଟକିଗଲା। ଫଳରେ ଏହାକୁ ସୁରକ୍ଷିତ ଭାବେ ଠିକ୍‌ ଜାଗାରେ ପହଞ୍ଚାବାକୁ ନାକେଦମ ହେଲା ପୁଲିସ୍। ଟ୍ରକ୍‌ରେ ୫୩୫ କୋଟି ଟଙ୍କା ଯାଉଥିବା ଜଣାଯାଇଛି। ଏପରି ଏକ ଘଟଣା ଚେନ୍ନାଇରେ ଘଟିଛି।

Advertisment

ଚେନ୍ନାଇ ରାସ୍ତାରେ ଗତକାଲି ଦ୍ରୁତ ଗତିରେ ଏକ ଟ୍ରକ୍‌ ମାଡ଼ି ଚାଲିଥିବା ବେଳେ ଟ୍ରକ୍ ଭିତରେ ଥିଲା ୫୩୫ କୋଟି ଟଙ୍କା । ଟ୍ରକ୍‌ଟି ଭାରତୀୟ ରିଜର୍ଭ ବ୍ୟାଙ୍କରୁ କ୍ୟାସ୍‌ ନେଇ ଯାଉଥିବା ଜଣାପଡ଼ିଛି। ମାତ୍ର ବ୍ୟସ୍ତବହୁଳ ରାସ୍ତାରେ ହଠାତ୍‌ ଟ୍ରକ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ବାଟରେ ଟ୍ରକ୍‌ଟି ଅଟକି ଯାଇଥିଲା । ଏନେଇ ତୁରନ୍ତ ପୁଲିସ୍‌କୁ ଖବର ଦିଆଯିବାରୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତୁରନ୍ତ ରାସ୍ତାରେ ଟ୍ରକ୍‌ ଚାରିପଟେ କର୍ଡନ କରାଯିବା ସହ ପୁଲିସ୍‌ ଏହାକୁ ଜଗି ରହିଲା। ଏହାପରେ ମେକିନିକ ଡକା ଯାଇଥିଲେ ବି ସେମାନେ ଟ୍ରକ୍‌ଟିକୁ ଠିକ୍‌ କରି ପାରି ନ ଥିଲେ।

Advertisment

ଏହାପରେ ଅନ୍ୟ ଭାରୀ ଯାନ ସହାୟତାରେ ଟ୍ରକ୍‌ଟିକୁ ପୁଣି ଥରେ ଆରବିଆଇ ପରିସରକୁ ପଠାଯାଇଛି। ସେଠାରେ ଟ୍ରକ୍‌ ଚାରିପଟେ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ଅନ୍ୟ ଏକ ଟ୍ରକ୍‌ରେ ଟଙ୍କାକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯିବ ବୋଲି ଜଣାଯାଇଛି।

Tamilnadu Truck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe