Advertisment

ମଝି ରାସ୍ତାରେ ଓଲଟି ପଡ଼ିଲା ଟ୍ରକ୍‌, ଭିତରେ ଥିଲା ୮୧୦ କେଜି ସୁନା

ଏତେ ଟଙ୍କାର ସୁନା ଧରି ଟ୍ରକ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଓଲଟି ପଡ଼ିଛି ।

Accident

Accident

Advertisment

ଟ୍ରକ୍‌ ଭିତରେ ଥିଲା ୮୧୦ କେଜି ସୁନା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬୬୬ କୋଟି । ଏତେ ଟଙ୍କାର ସୁନା ଧରି ଟ୍ରକ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଓଲଟି ପଡ଼ିଛି । ଏପରି ଏକ ଦୁର୍ଘଟଣା ତାମିଲନାଡ଼ୁର ସିଥୋଡ୍ଡରେ ଘଟିଛି।

Advertisment

ଟ୍ରକ୍‌ ଆଗରେ ଯାଉଥିବା ଏକ ବାହନର ତାରପୋଲିନ ଉଡ଼ି ଯାଇଥିବା ବେଳେ ତାହା ପଛରେ ସୁନା ଅଳଙ୍କାର ଧରି ଯାଉଥିବା ଟ୍ରକ୍‌ କାଚରେ ପଡ଼ିଥିଲ। । ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଟ୍ରକ୍‌ଟଇ କୋଏମ୍ବଟୁରରୁ ସେଲମ ଅଭିମୁଖେ ଯାଉଥିଲା।

ଖବର ପାଇ ପୁଲିସ୍‌ ପୂରା ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅନ୍ୟ ଏକ ଟ୍ରକ୍‌କୁ ଘଟଣାସ୍ଥଳକୁ ଅଣାଯାଇଥିଲା। ସେଠାରେ କଡ଼ା ସୁରକ୍ଷା ବଳୟରେ ସୁନାକୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଅନ୍ୟ ଟ୍ରକ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଟ୍ରକ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା।

Advertisment

ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକଙ୍କ ସହ ସେଥିରେ ଥିବା ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ବିପଦମୁକ୍ତ ଥିବା ଜଣାଯାଇଛି।

Accident Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe