Advertisment

ଟ୍ରକ୍‌ ଆଗରେ ଫସିଗଲେ ଦୁଇ ଯୁବକ, ୫ଶହ ମିଟର ଘୋଷାଡ଼ି ନେଲେ ଡ୍ରାଇଭର

ଦୁଇ ବାଇକ୍‌ ଚାଳକ ଟ୍ରକ୍‌ ଆଗରେ ଘୋଷାଡ଼ି ହୋଇଥିବା ବେଳେ ଚାଳକ କିନ୍ତୁ ଗାଡ଼ି ଅଟକାଇ ନ ଥିଲେ। ଶେଷରେ ପୁଲିସ୍‌ ତାଙ୍କୁ ବାନ୍ଧିଥିବା ଜଣାଯାଇଛି।

Accident

Accident

Advertisment

ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏକ ଲୋମଟାଙ୍କୁରା ହିଟ୍‌ ଆଣ୍ଡ ରନ୍‌ କେସ୍। ଏକ ବାଇକ୍‌କୁ ପ୍ରାୟ ୫ଶହ ମିଟର ଘୋଷାଡ଼ି ନେଲା ଟ୍ରକ୍‌। ଦୁଇ ବାଇକ୍‌ ଚାଳକ ଟ୍ରକ୍‌ ଆଗରେ ଘୋଷାଡ଼ି ହୋଇଥିବା ବେଳେ ଚାଳକ କିନ୍ତୁ ଗାଡ଼ି ଅଟକାଇ ନ ଥିଲେ। ଶେଷରେ ପୁଲିସ୍‌ ତାଙ୍କୁ ବାନ୍ଧିଥିବା ଜଣାଯାଇଛି।

Advertisment

ଦୁର୍ଘଟଣା ଆଗ୍ରାର ରାମବାଗ ଛକରେ ଘଟିଛି। ଦୁଇ ବାଇକ୍‌ ଚାଳକ ଯାଉଥିବା ବେଳେ ପ୍ରଥମେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ବାଇକ୍‌ ଚାଳକଦ୍ୱୟ ଗାଡ଼ି ସହ ତଳେ ପଡ଼ିଯାଇଥିବା ବେଳେ ଟ୍ରକ୍‌ ସେମାନଙ୍କୁ ଘୋଷାଡ଼ି ନେଇଥିଲା।

ଏହା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ରଖିବା ବଦଳରେ ଦ୍ରୁତ ଗତିରେ ପଳାଇଥିଲେ। ଚକା ଆଗରେ ଫସିଥିବା ଯୁବକଦ୍ୱୟ ଗାଡ଼ି ରଖିବାକୁ ଆକୁଳ ନିବେଦନ କରୁଥିଲେ ବି ଡ୍ରାଇଭର କିନ୍ତୁ ତାହାକୁ କର୍ଣ୍ଣପାତ କରି ନ ଥିଲେ।

Advertisment

ପ୍ରାୟ ୫ଶହ ମିଟର ଯିବା ପରେ ଡ୍ରାଇଭର ଟ୍ରକ୍‌କୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏହାପରେ ସେମାନେ ଡ୍ରାଇଭରଙ୍କୁ ଟ୍ରକ୍‌ରୁ ଘୋଷାଡ଼ି ଆଣି ପ୍ରବଳ ପିଟିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚିଥିବା ବେଳେ ଡ୍ରାଇଭରକୁ ଥାନାକୁ ନେଇଛି। ଉଭୟ ଯୁବକଙ୍କ ଅବସ୍ଥା ସ୍ଥିର ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe