Advertisment

ବୋଲେରୋକୁ ପିଟିଲା ଟ୍ରକ୍‌; ଗୋଟିଏ ପରିବାରର ୧୦ ମୃତ, ବର୍ତ୍ତିଗଲା ଶିଶୁ

ମୃତକଙ୍କ ମଧ୍ୟରେ ୫ ମହିଳା, ୨ ଶିଶୁ ଓ ୩ ପୁରୁଷ ଥିବା ଜଣାଯାଇଛି। ଏହି ଭୟଙ୍କର ଦୁର୍ଘଟଣାରୁ କେବଳ ଏକ ଛୋଟ ଶିଶୁ ବର୍ତ୍ତି ଯାଇଛି।

author-image
Niharika Rout
Accident

Accident

ଛତିଶଗଡ଼ର ବାଲୋଦ ଜିଲ୍ଲା ଜଗତାରା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌, କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ମହିଳା, ୨ ଶିଶୁ ଓ ୩ ପୁରୁଷ ଥିବା ଜଣାଯାଇଛି।

Advertisment

ଏହି ଭୟଙ୍କର ଦୁର୍ଘଟଣାରୁ କେବଳ ଏକ ଛୋଟ ଶିଶୁ ବର୍ତ୍ତି ଯାଇଛି। ଶିଶୁଟି ଦୁର୍ଘଟଣାରେ ଗୁରୁତର ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଧମତରୀ ଜିଲ୍ଲାର ସୋରମ ଭଟ୍ଟଗାଁର ବୋଲି ଜଣାଯାଇଛି।

ଗତକାଲି ଭଟ୍ଟଗାଁର ଗୋଟିଏ ପରିବାରର ୧୧ ଜଣ ଏକ ବୋଲେରୋରେ କାଙ୍କେର ଜିଲ୍ଲାର ମରକାଟୋଲାକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଗତ ରାତିରେ ଫେରୁଥିଲେ। ରାତି ପ୍ରାୟ ୯ଟା ପରେ ବୋଲେରୋଟି ଜଗତାରା ନିକଟରେ ଜାତୀୟ ରାଜପଥରେ ଯାଉଥିଲା। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ହଠାତ୍‌ ବୋଲେରୋକୁ ପିଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ଚାପି ହୋଇ ଯାଇଥିବା ବେଳେ ସମସ୍ତ ଲୋକ ତା’ ଭିତରେ ଫସି ଯାଇଥିଲେ।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବୋଲେରୋ ଭିତରୁ ସମସ୍ତଙ୍କୁ ବାହାର କରିଥିଲେ। ସେଥି ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। କେବଳ ଏକ ଛୋଟ ଛୁଆ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତା’ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଏହି ଦୁର୍ଘଟଣାର ସୂଚନା ପାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହ ଛୋଟ ଶିଶୁର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

Chhattisgarh Accident Road Accident