Advertisment

ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ର ଆଇନ ମନ୍ତ୍ରୀ, ତାଙ୍କ କାର୍‌କୁ ପିଟି ଦେଲା ଟ୍ରକ୍

କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଉଧାମପୁର ଯାଉଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ଜମ୍ମୁ ଓ କାଶ୍ମୀରର ଉଧାମପୁର ନିକଟରେ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଛି। ତେବେ ଏହି ଦୁର୍ଘଟଣାରେ ଶ୍ରୀ ରିଜିଜୁଙ୍କର କିଛି ହୋଇ ନାହିଁ। ସେହିଭଳି ଏଥିରେ ଅନ୍ୟ କେହି ମଧ୍ୟ ଆହତ ହୋଇନାହାନ୍ତି।

Advertisment

ଟ୍ରକ୍‌ଟି କିରଣ ରିଜିଜୁଙ୍କ କାରକୁ ଧକ୍କା ଦେବା ପରେ ଅନ୍ୟ ଗାଡ଼ିରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଧାଇଁ ଯାଇ କାରର ଡୋର୍ ଖୋଲି ଦେଇଥିଲେ। ଦୁର୍ଘଟଣାଗ୍ରସ୍ତ କାରରୁ ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ।

କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଉଧାମପୁର ଯାଉଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଜମ୍ମୁରୁ ଉଧାମପୁର ଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଉଧାମପୁର ଯାଇଥିଲେ।

Advertisment
Kiren Rijiju
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe