Advertisment

ଟ୍ରକରେ ହେଉଥିଲା ବାଲି ଚୋରା ଚାଲାଣ, ଯାଞ୍ଚ ପାଇଁ ଅଟକାଇବାରୁ କନଷ୍ଟେବଲଙ୍କ ଉପରେ ଚଢ଼ାଇ ଦେଲେ

ମୃତ କନଷ୍ଟେବଲଙ୍କ ନାଁ ଏମ୍ ଚୌହାନ। ତାଙ୍କୁ ୫୧ ବର୍ଷ ହୋଇଥିଲା।

author-image
Jitendra Garnayak
Police Constable

Police Constable

ବାଲି ଚୋରା ଚାଲାଣ ବେଳେ ବାଧା ଦେବାରୁ ଜଣେ ପୁଲିସ କନଷ୍ଟେବଲଙ୍କୁ ଟ୍ରକ୍‌ରେ ଚାପି ହତ୍ୟା କରାଯାଇଛି। ଘଟଣାଟି ଘଟିଛି କର୍ଣ୍ଣାଟକାର କାଲାବୁର୍ଗି ଜିଲ୍ଲାରେ।

Advertisment

ମୃତ କନଷ୍ଟେବଲଙ୍କ ନାଁ ଏମ୍ ଚୌହାନ। ତାଙ୍କୁ ୫୧ ବର୍ଷ ହୋଇଥିଲା। ସେ ହେଡ୍‌ କନଷ୍ଟେବଲ ଭାବେ ରାଜ୍ୟ ପୁଲିସରେ ନିଯୁକ୍ତ ହୋଇଥିଲେ।

ଗତକାଲି ସନ୍ଧ୍ୟାରେ କାଲାବୁର୍ଗି ଜିଲ୍ଲାର ନାରାୟଣପୁର ଗାଁରେ ଏମ୍‌ ଚୌହାନ ଏକ ବାଲି ବୋଝେଇ ଟ୍ରକକୁ ଅଟକିବାକୁ ସଙ୍କେତ ଦେଇଥିଲେ। କିନ୍ତୁ ଡ୍ରାଇଭର ଟ୍ରକ୍ ରଖି ନଥିଲେ। ଓଲଟି ସେ ଗାଡ଼ିର ବେଗ ବଢ଼ାଇ ହେଡ୍‌ କନଷ୍ଟେବଲ ଏମ୍ ଚୌହାନଙ୍କ ଉପରେ ଚଢ଼ାଇ ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ଏମ୍‌ ଚୌହାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Advertisment

କାଲାବୁର୍ଗିର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆମେ ଉକ୍ତ ଟ୍ରକର ଡ୍ରାଇଭର ସିଦ୍ଧନ୍ନାଙ୍କୁ ଗିରଫ କରିଛୁ। ଟ୍ରକ୍‌ରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିଲା। ହେଡ୍‌ କନଷ୍ଟେବଲ ଏମ୍‌ ଚୌହାନ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବେଳେ ଯାଞ୍ଚ ପାଇଁ ଟ୍ରକ୍‌ଟିକୁ ଅଟକାଇବା ପରେ ଏହି ଘଟଣା ଘଟିଥିଲା।

Police Illegal Sand Mining Sand Mafia