Advertisment

ଓଭରଟେକିଂ କାଳ ହେଲା,ଚାଲିଗଲା ୬ ଜୀବନ

ଏକ ଟ୍ରକ୍‌କୁ ଓଭରଟେକ୍‌ କରୁ କରୁ ଏକ ଭ୍ୟାନ୍‌ ଯାଇ ଟ୍ରାକ୍ଟରରେ ପିଟି ହେଲା। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Accident Spot

Accident Spot

Advertisment

ଓଭରଟେକିଂ କରିବା କାଳ ହେଲା। ଏକ ଟ୍ରାକ୍ଟରକୁ ଓଭରଟେକ୍‌ କରୁ କରୁ ଏକ ଭ୍ୟାନ୍‌ ଯାଇ ଟ୍ରକ୍‌ରେ ପିଟି ହେଲା। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଆନ୍ଧ୍ରପ୍ରଦେଶର ସିଥାନପଲ୍ଲି ଗ୍ରାମ ନିକଟରେ ଘଟିଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ଏକ ଭ୍ୟାନ୍‌ ଆଜି ଭୋର ସମୟରେ ସିଥାନପଲ୍ଲି ଗ୍ରାମ ନିକଟରେ ଅତିକ୍ରମ କରିବା ବେଳେ କାଠ ବୋଝେଇ ଟ୍ରାକ୍ଟରକୁ ଓଭରଟେକ୍ କରିବା ଚେଷ୍ଟା କରୁଥିଲା। ମାତ୍ର ତାହା ସମ୍ଭବ ନହେବାରୁ ଦ୍ରୁତ ଗତିରେ ଥିବା ଭ୍ୟାନ୍‌ଟି ଟ୍ରକ୍‌ ସହ ପିଟି ହୋଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଓ ମେଡିକାଲ ଯିବା ବାଟରେ ଜଣଙ୍କ ମୃତ୍ୟୁ ହୋଇଛି।

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ରାସ୍ତା ଜାମ୍‌ ରହିଥିଲା। ଗାଡ଼ିଗୁଡ଼ିକ ପ୍ରାୟ ୨ କିମି ବ୍ୟାପୀ ଅଟକି ରହିଥିଲା। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗୁରୁତରଙ୍କୁ ମେଡିକାଲ ପଠାଇବା ସହ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇଥିଲା। ଏହାପରେ ଧୀରେ ଧୀରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସବୁ ଉଦ୍ଧାର କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe