Advertisment

କାର୍‌କୁ ମୁହାଁମୁହିଁ ପିଟିଲା ଟ୍ରକ୍‌; ୬ ମୃତ, ୭ ଗୁରୁତର

ଏକ ଟ୍ରକ୍‌ ଓ ଏସୟୁଭି କାର୍‌ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ଛତିଶଗଡ଼ର ବାଲୋଡ ଜିଲ୍ଲାରେ ଗତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ଏସୟୁଭି କାର୍‌ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି। ବାଲୋଡ ଜିଲ୍ଲା ଭାନୁପ୍ରତାପପୁର-ଦଲ୍ଲିରାଝରା ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

Advertisment

ପୁଲିସ୍‌ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କାର୍‌ଟି ଭାନୁପ୍ରତାପପୁର-ଦଲ୍ଲିରାଝରା ରାସ୍ତାରେ ଯାଉଥିବା ବେଳେ ସେଥିରେ ପ୍ରାୟ ୧୩ ଜଣ ଥିଲେ। ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି କାର୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ଓ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଡ଼ି ଭିତରୁ ୭ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଗିରଫ କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe