Advertisment

ହିଟ ଆଣ୍ଡ ରନ ଆଇନ: ଆଲୋଚନା ସଫଳ, ଆନ୍ଦୋଳନ ପ୍ରତ୍ୟାହାର କରିବ ଡ୍ରାଇଭର ସଂଘ

ସରକାରଙ୍କ ସହ ଆଲୋଚନା ବେଳେ ସଂଘର ସବୁ ସମସ୍ୟାର ସମାଧାନ ହୋଇଛି।

Driver

Driver

Advertisment

କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହୋଇଛି। ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଡ୍ରାଇଭରମାନେ ଦେଶବ୍ୟାପୀ କରୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିବେ।

Advertisment

ଏ ସମ୍ପର୍କରେ ସର୍ବଭାରତୀୟ ମୋଟର ପରିବହନ ସଂଘ(ଏଆଇଏମଟିସି) ଘୋଷଣା କରିଛି। ସରକାରଙ୍କ ସହ ଆଲୋଚନା ବେଳେ ସଂଘର ସବୁ ସମସ୍ୟାର ସମାଧାନ ହୋଇଛି। ସରକାର ସବୁ କଥା ଶୁଣିଥିବାରୁ ଆଉ କାଲି ଠାରୁ ଡ୍ରାଇଭରମାନେ ଆନ୍ଦୋଳନ କରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସଭାପତି ଅମ୍ରିତ ଲାଲ ମଦନଙ୍କ କହିବା କଥା ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ହିଟ ଆଣ୍ଡ ରନ ଆଇନରେ ଥିବା ଜେଲଦଣ୍ଡ ଓ ଫାଇନ ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି। ସରକାର ରୋକ ଲଗାଇବାକୁ ରାଜି ହେବାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଛି।

Advertisment

ଟ୍ରକ ଆସୋନସିଏସନର ଅଧ୍ୟକ୍ଷ ମଲକିତ ସିଂହ ବଲ କହିଛନ୍ତି, “ଆମେ ସରକାରୀ ଅଧିକାରୀଙ୍କୁ ଦେଖାହେଲୁ ଓ ଭାରତୀୟ ନ୍ୟାୟ ସଂହିତାରେ ଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିଲୁ। ଏଥିରେ ଥିବା ସବୁ ସମସ୍ୟା ସମାଧାନ କରାଯାଇଛି।

ନୂଆ ଆଇନ ଏଯାଏ ଲାଗୁ ହୋଇନି। ସେହିପରି ଏଆଇଏମଟିଏମସି ସହ ଆଲୋଚନା କରି ସରକାର ଆଇନ ଲାଗୁ କରିବେ ବୋଲି କହିଛନ୍ତି। ଆନ୍ଦୋଳନ ଖୁବଶୀଘ୍ର ଶେଷ ହେବ। ଡ୍ରାଇଭରମାନଙ୍କୁ ସେମାନଙ୍କ କାମକୁ ଫେରି ଯିବାକୁ କୁହାଯାଇଛି।”

ସେହିପରି ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, ‘ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ସହ ଆଇନ ସମ୍ପର୍କରେ କଥା ବାର୍ତ୍ତା କରାଯାଇଥିଲା। ଆଇନରେ ୧୦ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି। କିନ୍ତୁ ଆଇନ ଏଯାଏ ଲାଗୁ ହୋଇନି। ଏଆଇଏମଟିସି ସହ ଆଲୋଚନା କରାଯିବା ପରେ ହିଁ ଆଇନକୁ ଲାଗୁ କରାଯିବ।”

କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ।

ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା।

Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe