Advertisment

ଏପଟେ ମୋଦିଙ୍କୁ ଭଲ ବନ୍ଧୁ କହିଛନ୍ତି, ସେପଟେ ଭାରତ ବିରୋଧରେ ମାତିଛନ୍ତି ଟ୍ରମ୍ପ

ଭାରତ ଓ ଚାଇନା ପକ୍ଷରୁ ରୁଷ ଠାରୁ ବିପୁଳ ପରିମାଣର ତେଲ କିଣା ଯାଉଥିବାରୁ ଏହି ଦୁଇ ରାଷ୍ଟ୍ର ଉପରେ ୧୦୦% ଟାରିଫ ଲଗାଇ ସେମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଟ୍ରମ୍ପ ଚାହୁଁଛନ୍ତି। ଏଥିପାଇଁ ଟ୍ରମ୍ପ ଏବେ ଇୟୁକୁ ଭାରତ ଓ ଚାଇନା ବିରୋଧରେ ମତାଇବା ଆରମ୍ଭ କରିଛନ୍ତି।

PM Modi

PM Modi

Advertisment

ପଦାରେ ପଡ଼ିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି। ଗୋଟିଏ ପଟେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ ବନ୍ଧୁ କହୁଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ନିବିଡ଼ ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଥିବା ସୂଚନା ଦେଉଛନ୍ତି। ଟ୍ରମ୍ପ ଭଲ ବନ୍ଧୁ କହିବାରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଥିରେ ଗଦଗଦ ହୋଇ ତାଙ୍କର ପ୍ରଶଂସା କରି ପକାଉଛନ୍ତି। ହେଲେ ଗୋଟିଏ ପଟେ ମୋଦିଙ୍କୁ ଭଲ ବନ୍ଧୁ କହୁଥିବା ଟ୍ରମ୍ପ ଅନ୍ୟପଟେ ଭାରତ ବିରୋଧୀ କାମରେ ମାତିଛନ୍ତି।

Advertisment

ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଆମେରିକା ପକ୍ଷରୁ ୫୦% ଟାରିଫ ଲଗାଯାଇଛି। ଏହାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ କୂଟନୀତିକ ସମ୍ପର୍କ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ସବୁ କିଛି ଠିକ ଥିବା ଦେଖାଇ ହେବାକୁ ଚେଷ୍ଟା କରିଛନ୍ତି। ହେଲେ ବାସ୍ତବରେ ସେ ଭାରତ ଉପରେ ୧୦୦% ଟାରିଫ ଲଗାଇବାକୁ ଏବେ ୟୁରୋପୀୟ ୟୁନିୟନ ବା ଇୟୁକୁ ଉସକାଇବାରେ ଲାଗିଛନ୍ତି।

ଭାରତ ଓ ଚାଇନା ପକ୍ଷରୁ ରୁଷ ଠାରୁ ବିପୁଳ ପରିମାଣର ତେଲ କିଣା ଯାଉଥିବାରୁ ଏହି ଦୁଇ ରାଷ୍ଟ୍ର ଉପରେ ୧୦୦% ଟାରିଫ ଲଗାଇ ସେମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଟ୍ରମ୍ପ ଚାହୁଁଛନ୍ତି। ଏଥିପାଇଁ ଟ୍ରମ୍ପ ଏବେ ଇୟୁକୁ ଭାରତ ଓ ଚାଇନା ବିରୋଧରେ ମତାଇବା ଆରମ୍ଭ କରିଛନ୍ତି।

Advertisment

ଟ୍ରମ୍ପଙ୍କ କହିବା କଥା ଯେ ଭାରତ ଓ ଚାଇନା ଉପରେ ୧୦୦% ଟାରିଫ ଲଗାଇଲେ ରୁଷ ପକ୍ଷରୁ ୟୁକ୍ରେନ ସହ କରୁଥିବା ଯୁଦ୍ଧ ବନ୍ଦ ହେବ। ମଙ୍ଗଳବାର ୱାଶିଂଟନରେ ଆମେରିକା ଓ ଇୟୁର ବରିଷ୍ଠ ଅଧିକାରୀଙ୍କ ବୈଠକ ବସିଥିଲା। ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ରୁଷ ଉପରେ କେଉଁ ପ୍ରକାରର ଚାପ ପକାଇ ଯାଇ ପାରିବ, ତା’ ଉପରେ ଅଧିକାରୀମାନେ ଆଲୋଚନା କରିଛନ୍ତି।

ବୈଠକ ବେଳେ ଆମେରିକା ଅଧିକାରୀମାନେ କହିଛନ୍ତି, “ଆମେ ଯିବାକୁ ପ୍ରସ୍ତୁତ, ଆମେ ଏବେ ହିଁ ଯିବାକୁ ରାଜି। କିନ୍ତୁ ଆମେ ଏସବୁ ସେତେବେଳେ କରିବୁ ଯେତେବେଳେ ୟୁରୋପୀୟ ପାର୍ଟନରମାନେ ଆମ ଭଳି ପଦକ୍ଷେପ ନେବେ।” ଆଉ ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ଓ ଚାଇନା ଉପରେ ଇୟୁର ଯେକୌଣସି ଟାରିଫକୁ ଆମେରିକା ସମର୍ଥନ କରିବାକୁ ପ୍ରସ୍ତୁତ। ଆମେରିକା ଏହି ଦୁଇ ଦେଶ ଉପରେ ଟାରିଫ ଲଗାଇ ସାରିଛି। ଏବେ ଇୟୁ ମଧ୍ୟ ଟାରିଫ ଲଗାଉ। ସମ୍ଭବତଃ ଉଭୟ ଦେଶ ଉପରେ ୧୦୦% ଟାରିଫ ଲଗାଯିବା ଦରକାର ବୋଲି ଟ୍ରମ୍ପଙ୍କ ପ୍ରତିନିଧି ବୈଠକ ବେଳେ କହିଛନ୍ତି।

ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ଆମେରିକା ୫୦% ଟାରିଫ ଲଗାଇ ସାରିଛି। ଚାଇନା ଉପରେ କିନ୍ତୁ ୩୦% ଟାରିଫ ଲାଗିଛି। ବୈଠକ ବେଳେ ଆମେରିକା ଜଣେ ଅଧିକାରୀ କହିଛନ୍ତି, “ରାଷ୍ଟ୍ରପତି ଆଜି ସକାଳେ ଆସିଛନ୍ତି ଓ ତାଙ୍କ କହିବା କଥା ଯେ ସମସ୍ତେ ବଡ଼ଧରଣର ଟାରିଫ ଲାଗୁ କରନ୍ତୁ। ଏହି ଟାରିଫ ସେତେବେଳେ ଯାଏ ବଳବତ୍ତର ରହିବ ଯେତେବେଳେ ଯାଏ ଭାରତ ଓ ଚାଇନା ତେଲ କିଣିବା ବନ୍ଦ ନ କରନ୍ତି। କାରଣ ଏହି ଦୁଇ ଦେଶକୁ ଛାଡ଼ି ଦେଲେ ତେଲ ଆଉ ଅଲଗା ଦେଶକୁ ଯିବାର ସମ୍ଭାବନା କମ।”

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ସମାଧାନ କରିବା ପାଇଁ ଟ୍ରମ୍ପ ଭରପୂର ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇପାରି ନାହିଁ। ଯୁଦ୍ଧ ସମାପ୍ତ ଉଦ୍ଦେଶ୍ୟରେ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ୧୫ରେ ଐତିହାସିକ ବୈଠକ କରିଥିଲେ। ହେଲେ ଏହା ପରେ ବି ଯୁଦ୍ଧ ସ୍ଥିତିରେ ସୁଧାର ଆସି ନାହିଁ। ତେଣୁ ଟ୍ରମ୍ପ ଏବେ ଭାରତ ଓ ଚାଇନା ବିରୋଧରେ ପଦକ୍ଷେପ ନେଇ ରୁଷକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗୋଟିଏ ପଟେ ଟ୍ରମ୍ପ ଓ ଆମେରିକା ପକ୍ଷରୁ ଇୟୁକୁ ଭାରତ ବିରୋଧରେ ଉସକା ଯାଉଥିବା ବେଳେ ଅନ୍ୟପଟେ ନୂଆଦିଲ୍ଲୀ ପାଇଁ ବଡ଼ କଥା ୱାଶିଂଟନ ପକ୍ଷରୁ କୁହାଯାଇଛି। ନିଜେ ଟ୍ରମ୍ପ ମଙ୍ଗଳବାର ଗୋଟିଏ ପୋଷ୍ଟରେ କହିଛନ୍ତି ଯେ “ମୁଁ ବେଶ ଖୁସିର ସହ ଘୋଷଣା କରୁଛି ଯେ ଭାରତ ଓ ଆମେରିକା ପରସ୍ପର ମଧ୍ୟରେ ବ୍ୟବସାୟିକ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ମୁଁ ଆଗାମୀ ସପ୍ତାହରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ବେଶ ଉତ୍ସାହିତ। ମୋର ପୂରା ବିଶ୍ୱାସ ଦୁଇ ମହାନ ଦେଶ ଗୋଟିଏ ସଫଳ ନିର୍ଯ୍ୟାସରେ ପଞ୍ଚିବାରେ କୌଣସି ବାଧାର ସମ୍ମୁଖୀନ ହେବେ ନାହିଁ।”

ଟ୍ରମ୍ପଙ୍କ ଏପରି ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାର ଜବାବ ଦେଇଛନ୍ତି। ଭାରତ ଓ ଆମେରିକା ବାସ୍ତବ ପାର୍ଟନର ବୋଲି ମୋଦି କହିଛନ୍ତି। ଟ୍ରମ୍ପ ପଛ ପଟେ ଗୋଟିଏ କାମ କରୁଥିବା ବେଳେ ସାମ୍ନାରେ ଆଉ ଗୋଟିଏ କଥା କହୁଥିଲେ ହେଁ ବୁଧବାର ମୋଦି ତାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।

ମୋଦି କହିଛନ୍ତି, “ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ପ୍ରକୃତ ପାର୍ଟନର। ମୁଁ ନିଶ୍ଚିତ ଯେ ଆମ ଭିତରେ ଚାଲିଥିବା ବାଣିଜ୍ୟକ ବୁଝାମଣା ଭାରତ-ଆମେରିକା ଭାଗିଦାରୀର ଅସୀମ ସମ୍ଭାବନାକୁ ଉଜାଗର କରିବାର ମାର୍ଗକୁ ପ୍ରଶସ୍ତ କରିବ। ଆମର ଟିମ ଶୀଘ୍ର ଏହି ଆଲୋଚନାକୁ ଶେଷ କରିବା ଉପରେ କାମ କରୁଛନ୍ତି।”

Illegal Tariff PM Modi Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe