Advertisment

ଟ୍ରମ୍ପଙ୍କ ‘ଭଲ ପଦକ୍ଷେପ’ ବୟାନକୁ କାଉଣ୍ଟର: ରୁଷ ଠାରୁ ତେଲ କିଣା ଜାରି ରଖିବ ଭାରତ!

ଯଦିଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଯାଏ ଏହା ଉପରେ ବିଧିବଦ୍ଧ ବିବୃତି ଜାରି କରାଯାଇନାହିଁ, ହେଲେ ସୂତ୍ରରୁ ଏପରି ଖବର ସାମ୍ନାକୁ ଆସିଛି।

author-image
Hemant Lenka
Trump

Trump

ରୁଷ ଠାରୁ ଭାରତ ଆଉ ତେଲ ନ କଣିବାକୁ ନିଷ୍ପତ୍ତି ନେଇଥିବା ମୁଁ ଶୁଣିବାକୁ ପାଇଛି। ଏହା ନିଶ୍ଚିତ ଭାବେ ଗୋଟିଏ ଭଲ ଖବର। ଏଭଳି କିଛି କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଆମେରିକାର ଧମକ ଓ ୨୫% ଟାରିଫ ଛାଟ ଯୋଗୁ ଭାରତୀୟ କମ୍ପାନୀଗୁଡ଼ିକ ରୁଷ ଠାରୁ ତେଲ କିଣିବା ବନ୍ଦ କରି ଦେଇଛନ୍ତି।

Advertisment

କିନ୍ତୁ ଏବେ ଭାରତ ସରକାରଙ୍କ ସୂତ୍ରରେ ଏହାକୁ ଖଣ୍ଡନ କରାଯାଇଛି। ଟ୍ରମ୍ପଙ୍କ ଟାରିଫ ଛାଟ ଓ ଧମକ ସତ୍ତ୍ୱେ ଭାରତୀୟ ତୈଳ କମ୍ପାନୀଗଡ଼ିକ ରୁଷ ଠାରୁ ତେଲ କିଣା ଜାରି ରଖିବେ ବୋଲି ଏହି ସୂତ୍ରରେ କୁହାଯାଇଛି। ଯଦିଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଯାଏ ଏହା ଉପରେ ବିଧିବଦ୍ଧ ବିବୃତି ଜାରି କରାଯାଇନାହିଁ, ହେଲେ ସୂତ୍ରରୁ ଏପରି ଖବର ସାମ୍ନାକୁ ଆସିଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ତାଙ୍କ ପାଖରେ ଏପରି କୌଣସି ଖବର ନଥିବା ସ୍ପଷ୍ଟ କରିଥିଲେ।

ଏବେ ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ଯେ “ଭାରତୀୟ ତୈଳ କମ୍ପାନୀଗୁଡ଼ିକ ପୂର୍ବଭଳି ରୁଷ ଯୋଗାଣକାରୀଙ୍କ ଠାରୁ ତେଲ କିଣିବା ଜାରି ରଖିବେ। ସେମାନଙ୍କ ସପ୍ଲାଏ ନିଷ୍ପତ୍ତି ଦର, ଅଶୋଧିତ ତୈଳର ଗ୍ରେଡ, ଇନଭେଣ୍ଟୋରିଜ, ଲଜିଷ୍ଟିକ ଓ ଅନ୍ୟ ଆର୍ଥିକ ବିଷୟବସ୍ତୁ ଉପରେ ଆଧାରିତ।”

Advertisment

ରୁଷ ଠାରୁ ଭାରତ ତେଲ କିଣିବା କାହିଁକି ଜାରି ରଖିବ ପ୍ରଶ୍ନରେ ଏହି ସୂତ୍ରରେ କୁହାଯାଇଛି ଯେ ରୁଷ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର। ବର୍ଷକୁ ୯.୫ ମିଲିୟନ ବ୍ୟାରେଲ (ବିଶ୍ୱ ଚାହିଦାର ୧୦%) ତୈଲ ଉତ୍ପାଦନ କରେ ରୁଷ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ରପ୍ତାକୀକାରୀ ମଧ୍ୟ ରୁଷ। ଦିନକୁ ରୁଷ ୪.୫ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଓ ୨.୩ ମିଲିୟନ ବ୍ୟାରେଲ ରିଫାଇଣ୍ଡ ଦ୍ରବ୍ୟ ରପ୍ତାନୀ କରେ। ବିଶ୍ୱ ବଜାରରୁ ରୁଷର ତେଲର ବୟକଟ ଓ ପାରମ୍ପରିକ ବାଣିଜ୍ୟ ମାର୍ଗର ବିଭ୍ରାଟ ଯୋଗୁ ବ୍ରେଣ୍ଟ ଅଶୋଧିତ ତୈଲର ଦାମ ୨୦୨୨ ମାର୍ଚ୍ଚ ମାସରେ ବ୍ୟାରେଲ ପିଛା ୧୩୭ ଡଲାରକୁ ବୃଦ୍ଧି ପାଇଥିଲା।

ଏପରି ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଅଶୋଧିତ ତୈଳ ଆମଦାନୀ ଉପରେ ୮୫% ନିର୍ଭରଶୀଳ କରୁଥିବା ବିଶ୍ୱର ତୃତୀୟ ସର୍ବବୃହତ୍ତ ଶକ୍ତି ବ୍ୟବହାରକାରୀ ରାଷ୍ଟ୍ର ଭାରତ ସୁହାଇବା ଭଳି ଦାମରେ ମିଳୁଥିବା ଶକ୍ତି ଉତ୍ସ ଆଡ଼କୁ ଯାଇଥିଲା। ଏହି ସମୟରେ ଜାତୀୟ ସୁରକ୍ଷା ସହ ଅନ୍ତର୍ଜାତୀୟ ନିୟମକୁ ବେଶ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତର୍ଜାତୀୟ ନିୟମକୁ ପ୍ରାଥମିକତା ଦେଇ ଭାରତ ପଦକ୍ଷେପ ନେଇଥିଲା ବୋଲି ଏହି ସୂତ୍ରରେ କୁହାଯାଛଛି।

ଏହାପୂର୍ବରୁ ଟ୍ରମ୍ପ କହିଥିଲେ ଯେ “ମୁଁ ବୁଝି ପାରିଛି ଯେ ରୁଷ ଠାରୁ ଆଉ ଭାରତ ତେଲ କିଣି ପାରିବ ନାହିଁ। ମୁଁ ଏହା ଶୁଣିଛି। ଏହା ଠିକ କି ଭୁଲ ମୁଁ ଜାଣିନି। କିନ୍ତୁ ଏହା ଭଲ ପଦକ୍ଷେପ। ଆମେ ଦେଖିବାକୁ ଆଗକୁ କ’ଣ ହେଉଛି।”

ଟ୍ରମ୍ପଙ୍କ ଏପରି ବୟାନର ଦିନକ ପୂର୍ବରୁ ବିଶ୍ୱର ୭୦ଟି ରାଷ୍ଟ୍ର ଉପରେ ଆମେରିକା ଟାରିଫ ଲାଗୁ କରିଥିଲା। ଅଗଷ୍ଟ ୭ରୁ ଆମେରିକା ଟାରିଫ ନୀତି ଆରମ୍ଭ କରୁଥିବା ବେଳେ ଏହି ତାଲିକାରେ ଭାରତ ମଧ୍ୟ ରହିଛି।

ରୁଷ ସହ ଭାରତ ବ୍ୟବସାୟ କରିବା ସହ ତେଲ କିଣୁଥିବାରୁ ଟ୍ରମ୍ପ ନୂଆଦିଲ୍ଲୀର ଦ୍ରବ୍ୟ ଉପରେ ୨୫% ଟାରିଫ ସହ ଅଘୋଷିତ ଜୋରିମାନା ଲଗାଇଛନ୍ତି।

India Donald Trump Russia Crude Petroleum