Advertisment

ଏସ୍‌ଆଇଆର: ବଡ଼ କଥା କହିଲେ ସୁପ୍ରିମକୋର୍ଟ, ଡେଡ ଲାଇନ ପରେ ବି ଗ୍ରହଣ ହେବ ଆବେଦନ

ଦେଶର ନିର୍ବାଚନ କମିଶନ ଓ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ବିଶ୍ୱାସର ଅଭାବ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
SIR

SIR

ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର)କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ଦେଶର ନିର୍ବାଚନ କମିଶନ ଓ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ବିଶ୍ୱାସର ଅଭାବ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି। ଏଥିସହ ବିହାର ରାଜ୍ୟ ଆଇନ ପ୍ରାଧିକରଣ ଅଧ୍ୟକ୍ଷକଙ୍କୁ ଭୋଟର ଓ ରାଜନୀତିକ ଦଳଗୁଡ଼ିକୁ ଆବେଦନରେ ସହାୟତା କରିବାକୁ ପାର ଲିଗାଲ ସ୍ୱେଚ୍ଛାସେବୀଙ୍କୁ ନିୟୋଜତ କରିବାକୁ କହିଛନ୍ତି।

Advertisment

ଏସଆଇଆର ଜରିଆରେ ପ୍ରସ୍ତୁତ ହେଉଥିବା ଭୋଟର ତାଲିକାକୁ ନେଇ ନିଜର ଦାବି, ଆପତ୍ତି ଓ ସଂଶୋଧନ ସଂକ୍ରାନ୍ତ ଅଭିଯୋଗ ଦାଖଲରେ ଲୋକଙ୍କୁ ପାରା ଲିଗାଲ ସ୍ୱେଚ୍ଛାସେବୀ ସହାୟତା କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୧(ଆଜି)ରେ ଶେଷ ହେଉଥିବା ଆବେଦନ ଡେଡ ଲାଇନ ବୃଦ୍ଧି କରିବାକୁ କୌଣସି ନିର୍ଦ୍ଦେଶ ଦେଇ ନଥିଲେ। ହେଲେ ନିର୍ବାଚନ କମିଶନ ନିଜ ଆଡ଼ୁ ଆଜି ପରେ ମଧ୍ୟ କରାଯାଉଥିବା ଆବେଦନକୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ପୂର୍ବରୁ ବିଚାର କରାଯିବ। ଏହି ପ୍ରକ୍ରିୟା ପ୍ରାର୍ଥୀଙ୍କ ନମାଙ୍କନ ଦାଖଲର ଶେଷ ତାରିଖ ଯାଏ ଚାଲିବ ବୋଲି ନିର୍ବାଚନ କମିଶନଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି।

Advertisment

ଏହାପରେ କୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି, “ନାମାଙ୍କନ ଦାଖଲର ଶେଷ ତାରିଖ ଯାଏ ଆବେଦନ ପତ୍ରଗୁଡ଼ିକୁ ବିଚାରକୁ ନିଆଯିବ। ଏବେ ଦାବି ଓ ଆପତ୍ତି ସମ୍ପର୍କରେ ସମସ୍ତେ ଅବଗତ କରାନ୍ତୁ। ଏହି ପ୍ରକ୍ରିୟା ଜାରି ରହୁ। ଦାବି ଓ ଆପତ୍ତି ଦାଖଲରେ ସମସ୍ୟା ହେଉଥିବା ଆମେ ଜାଣିବାକୁ ପାଇଛି। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କ ସହାୟତା ପାଇଁ ଆମେ ବିହାର ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷକଙ୍କୁ ଗୋଟିଏ ଅନୁରୋଧ କରୁଛି।

ସେ ଆସନ୍ତାକାଲି ମଧ୍ୟାହ୍ନ ପୂର୍ବରୁ ପାରା ଲିଗାଲ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରନ୍ତୁ। ଏହି ପାରା ସ୍ୱେଚ୍ଛେସେବୀମାନେ ଅନଲାଇନ ଦାବି, ଆପତ୍ତି ଓ ସଂଶୋଧନ ଆବେଦନ ଦାଖଲ ପ୍ରକ୍ରିୟାରେ ଭୋଟର ଓ ରାଜନୀତିକ ଦଳଗୁଡ଼ିକୁ ସହାୟତା କରିବେ। ପ୍ରତି ପାରା ଲିଗାଲ ସ୍ୱେଚ୍ଛାସେବୀମାନେ ଏହାପରେ ବନ୍ଦ ଲଫାପାରେ ଗୋଟିଏ ରିପୋର୍ଟ ଜିଲ୍ଲା ଜଜଙ୍କ ପାଖରେ ଉପସ୍ଥାପନ କରିବେ।”

କ’ଣ କହିଲେ ଇସିଙ୍କ ଓକିଲ

ନିର୍ବାଚନ କମିଶନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀଙ୍କ କହିବା କଥା ଯେ ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୧ରେ ଜାରି କରାଯିବ। ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯେକୌଣସି ଲୋକ ଏହାପରେ ମଧ୍ୟ ନିଜର ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ ନାମାଙ୍କନ ଦାଖଲର ଶେଷ ତାରିଖ ଯାଏ ଲୋକଙ୍କ ଯାଞ୍ଚ କରାଯିବ।

ଏସ୍‌ଆଇଆର ପ୍ରକ୍ରିୟା ଜାରି ରହିବ। କିନ୍ତୁ ଦାବି ଓ ଆପତ୍ତି ଗୋଟିଏ ଭିନ୍ନ କଥା। ଏସ୍‌ଆଇଆରକୁ ନେଇ ବିହାରବାସୀଙ୍କ କୌଣସି ଆପତ୍ତି ନାହିଁ। ଆପତ୍ତି ଆବେଦନକାରୀମାନଙ୍କର ରହିଛି। ଭୋଟର ତାଲିକାର ନାଁ ବାଦ ଦେବାକୁ ଅଧିକ ଆବେଦନ କରାଯାଇଛି। ନାଁ ସାମିଲ କରାଯିବାର ଆବେଦନ ବହୁତ କମ ବୋଲି ଶ୍ରୀ ଦ୍ୱିବେଦୀ ଖଣ୍ଡପୀଠଙ୍କୁ ଜଣାଇଛନ୍ତି।

ଏସଆଇଆର କାର୍ଯ୍ୟକ୍ରମରେ ସ୍ୱଚ୍ଛତାର ଅଭାବ ରହିବା ହିଁ ସବୁଠାରୁ ବଡ଼ ସମସ୍ୟା ବୋଲି ଆବେଦନକାରୀ କହିବାରୁ ଏହାକୁ ନିର୍ବାଚନ କମିଶନ କାଉଣ୍ଟର କରିଥିଲେ ଓ କହିଛନ୍ତି ବିଶୃଙ୍ଖଳା ସୃଷ୍ଟି କରିବାର ମାନସିକତା ହିଁ ଏଥିପାଇଁ ଦାୟୀ।

ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୮ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Bihar Supreme Court sir