Advertisment

ଜେରା ବେଳେ ୨୬/୧୧ ହମଲାକୁ ନେଇ ବଡ଼ ଖୁଲାସା କଲା ତହବୁର ରାଣା

ମୁମ୍ବାଇ ୨୬/୧୧ ହମଲା ବେଳେ ସେ ସହରରେ ଥିଲା ଓ ଆତଙ୍କବାଦୀଙ୍କ ଯୋଜନାର ଅଂଶବିଶେଷରେ ସାମିଲ ରହିଥିବା କଥାକୁ ମଧ୍ୟ ରାଣା ସ୍ୱୀକାର କରିଛି।

Rana

Rana

Advertisment

ମୁମ୍ବାଇ ୨୬/୧୧ର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣା ସାଂଘାତିକ ଖୁଲାସା କରିଛି। ଆମେରିକାରୁ ପ୍ରତ୍ୟର୍ପିତ ହୋଇ ତିହାର ଜେଲରେ ଥିବା ରାଣା ଜେରା ବେଳେ କହିଛି ଯେ ମୁମ୍ବାଇ ହମଲା ବେଳେ ସେ ସହରରେ ଉପସ୍ଥିତ ଥିଲା। ସେ ପାକିସ୍ତାନୀ ସେନାର ବିଶ୍ୱସ୍ତ ଏଜେଣ୍ଟ ଭାବେ କାମ କରୁଥିଲା।

Advertisment

ଦିଲ୍ଲୀର ତିହାର ଜେଲରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ହେପାଜତରେ ଥିବା ରାଣା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଜେରା ବେଳେ କହିଛି ଯେ ସେ ଓ ତାଙ୍କର ବନ୍ଧୁ ଡାଭିଡ କୋଲେମାନ ହେଡଲୀ ପାକିସ୍ତାନ ଭିତ୍ତିକ ଲସ୍କର-ଇ-ତାଏବା ସହ ଏକାଧିକ ଟ୍ରେନିଂ ସେସନ୍ସରେ ସାମିଲ ହୋଇଥିଲେ। ରାଣାର କହିବା କଥା ଯେ ଲସ୍କର ମୁଖ୍ୟତଃ ସ୍ପାଏ ନେଟୱର୍କ ଭାବେ କାମ କରିଥିଲା।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୁମ୍ବାଇରେ ନିଜ କମ୍ପାନୀର ଗୋଟିଏ ଇମିଗ୍ରେସନ କେନ୍ଦ୍ର ଖୋଲିବା ପଛରେ ରାଣା ନିଜେ ରହିଥିଲା ଓ ଏହାଦ୍ୱାରା ହୋଇଥିବା ଆର୍ଥିକ କାରବାର କେବଳ ବ୍ୟବସାୟିକ ଖର୍ଚ୍ଚରେ ବିନିଯୋଗ ହୋଇଥିଲା। ମୁମ୍ବାଇ ୨୬/୧୧ ହମଲା ବେଳେ ସେ ସହରରେ ଥିଲା ଓ ଆତଙ୍କବାଦୀଙ୍କ ଯୋଜନାର ଅଂଶବିଶେଷରେ ସାମିଲ ରହିଥିବା କଥାକୁ ମଧ୍ୟ ରାଣା ସ୍ୱୀକାର କରିଛି।

Advertisment

ରାଣା ଆକ୍ରମଣ ପୂର୍ବରୁ ଛତ୍ରପତି ଶିବାଜୀ ଟର୍ମିନସ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରେକି କରିଥିଲା ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ୨୬/୧୧ ହମଲାକୁ ରୂପରେଖ ଦିଆଯାଇଥିବା କଥା ସେ କହିଛି। ୬୪ ବର୍ଷୀୟ ରାଣା କହିଛି ଯେ ଖାଲିଜ ୱାର ସମୟରେ ପାକିସ୍ତାନୀ ଆର୍ମି ତାକୁ ସାଉଦି ଆରବ ପଠାଇଥିଲା।

ରାଣାର ଏପରି ଖୁଲାସା ପରେ ମୁମ୍ବାଇ ପୁଲିସ୍‌ ତାକୁ ବିଧିବଦ୍ଧ ଭାବେ ଗିରଫ କରି ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଥିବା ଜଣାପଡ଼ିଛି।

26/11 Mumbai Attack Tahawwur Rana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe