Advertisment

ବିବିସି ସିରିଜ୍‌ ବ୍ୟାନ ଘଟଣା: ସତକୁ କେବେ ଲୁଚାଇ ହେବନି କହିଲେ ରାହୁଲ ଗାନ୍ଧି

ସିରିଜ୍‌ରେ ମୋଦିଙ୍କ ସମ୍ପର୍କରେ କରାଯାଇଥିବା ଦାବିରେ ସତ୍ୟତା ନାହିଁ ଓ ଏହା ଅପପ୍ରଚାରର ଗୋଟିଏ ଅଂଶ ବିଶେଷ ବୋଲି ଭାରତ ସରକାର ସଫେଇ ଦେଇଛନ୍ତି।

Rahul Gandhi

Rahul Gandhi

Advertisment

ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ନେଇ ବିବିସି ତିଆରି କରିଥିବା ଗୋଟିଏ ସିରିଜ୍‌କୁ ଭାରତ ସରକାର ବ୍ୟାନ କରିଛନ୍ତି। ସିରିଜ୍‌ରେ ମୋଦିଙ୍କ ସମ୍ପର୍କରେ କରାଯାଇଥିବା ଦାବିରେ ସତ୍ୟତା ନାହିଁ ଓ ଏହା ଅପପ୍ରଚାରର ଗୋଟିଏ ଅଂଶ ବିଶେଷ ବୋଲି ଭାରତ ସରକାର ସଫେଇ ଦେଇଛନ୍ତି। ତେବେ ସିରିଜ୍‌ ବ୍ୟାନ ହୋଇଥିଲେ ମଧ୍ୟ ସତକୁ କେବେ ଲୁଚାଇ ହେବନି ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।

Advertisment

ଜମ୍ମୁରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ବେଳେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, “The Modi Question (ମୋଦିଙ୍କ ଉପରେ ବିବିସି ସିରିଜ) ଉପରେ ଭାରତ ସରକାର ବ୍ୟାନ ଲଗାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ରକ୍ଷାଣାତ୍ମକ ଆଚରଣ ପ୍ରଦର୍ଶନ କରିଛି। ତେଣୁ ମୁଁ ଭାବୁଛି ଏହା ଅସହିଷ୍ଣୁତାର ରାଜନୀତି। ସତ୍ୟକୁ କେବେ ହେଲେ ଲୁଚା ଯାଇ ପାରିବନି। ସତ୍ୟ ସବୁବେଳେ ଚମକି ଥାଏ। ଆମେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର। ଆପଣ ଏଠାରେ ସତକୁ ଯେତେ ଲୁଚାଇ ରଖିବାକୁ ଚେଷ୍ଟା କଲେ ମଧ୍ୟ ଏହା ନିଶ୍ଚିତ ସାମ୍ନାକୁ ଆସିଥାଏ।”

ବିବିସି ପ୍ରସ୍ତୁତ କରିଥିବା ସିରିଜକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ସରକାର ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅପପ୍ରଚାର ବୋଲି କହିଛନ୍ତି। ସେହିପରି ଶନିବାର ଟ୍ୱିଟର ଓ ୟୁଟ୍ୟୁବରେ ଶେୟାର ହୋଇଥିବା ସିରିଜ୍‌ର ଲିଙ୍କକୁ ହଟାଇବାକୁ ଭାରତ ସରକାର ଦୁଇ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
Congress Rahul Gandhi Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe