Advertisment

ଟିଏସ୍‌ ସିଂହଦେଓ ହେଲେ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ସରକାରରେ ଏକ ହଲଚଲ ନଜର ଆସିଛି।

ଅଦ୍ୟତନ ହୋଇଛି
TS Singh Deo

TS Singh Deo

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ସରକାରରେ ଏକ ହଲଚଲ ନଜର ଆସିଛି। ଟିଏସ୍‌ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯାଇଛି।

Advertisment

କଂଗ୍ରେସ ଅଧ୍ୟକ୍ଷ ଟିଏସ୍‌ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଫଳରେ ଏହାକୁ ନେଇ ଛତିଶଗଡ଼ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି। ଛତିଶଗଡ଼ରେ ଏବେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି। ତେଣୁ ଆଗକୁ ଏଠାରେ ରାଜନୀତି ଆଉ କେଉଁ ନୂଆ ରଙ୍ଗ ନେଉଛି ଦେଖିବାର କଥା।

TS Singh Deo was appointed Chhattisgarh Deputy Chief Ministerଟିଏସ୍‌ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ସୁପାରିଶ

ଏହି ନିଯୁକ୍ତି ପରେ ଟିଏସ୍‌ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ଟ୍ୱିଟ କରି ‘ଆମେ ପ୍ରସ୍ତୁତ’ ବୋଲି ସିଏମ୍‌ ଭୁପେଶ ବାଘେଲ ଉଲ୍ଲେଖ କରିଛନ୍ତି।

Advertisment

ସୂଚନା ଥାଉକି ଦୀର୍ଘ ୧୫ ବର୍ଷ ପରେ କ୍ଷମତା ଅକ୍ତିଆର କରି ୨୦୧୮ରେ ଛତିଶଗଡ଼ରେ ସରକାର କରିଥିଲା କଂଗ୍ରେସ। ଯାହାପରେ ମୁଖ୍ୟ କ୍ଷମତା ଗାଦିରେ ବସିବା ନିମନ୍ତେ ଭୁପେଶ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଭିତରେ କନ୍ଦଳ ଦେଖାଦେଇଥିଲା। ଏହା ପରେ ବାଘେଲଙ୍ଗୁ ଅଢ଼େଇ ବର୍ଷ ନିମନ୍ତେ ସିଏମ୍‌ ଆସନ ଦେବାକୁ କଂଗ୍ରସ ସ୍ଥିର କରିଥିଲା। ଏହାପରେ ଟିଏସ୍‌ ସିଂହଦେଓ ଆଉ ଅଧାଦିନ କ୍ଷମତାରେ ବସିବାକୁ କଥା ହୋଇଥିଲା। ମାତ୍ର ଏହା ପରବର୍ତ୍ତୀ ସମୟରେ ହେଲାନି। ଏବେବି ଭୁପେଶ ସିଏମ୍‌ କ୍ଷମତାରେ ବସିଛନ୍ତି। ଗତ ଏପ୍ରିଲ୍‌ରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନ ହୋଇପାରିବା ନେଇ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ସିଂହଦେଓ।

୨୦୨୩ ନଭେମ୍ୱରରେ ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳୀୟ ରାଜନୀତି ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୂତ ହୋଇଛି।

Congress Political News Chatisgarh Village Ac Cool Wind
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe