Advertisment

ବିିମାନ ପରେ ଏବେ ଟ୍ରେନ୍‌: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟି

ଟିଟିଙ୍କ ବିରୋଧରେ ଅଭିଯୋଗ ପରେ ରେଲୱେ ପୁଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Train

Train

Advertisment

ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ଉପରେ ଆଉ ଜଣେ ଯାତ୍ରୀ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ମଧ୍ୟ ହୋଇଥିଲା। ଏବେ ବିମାନ ପରେ ଟ୍ରେନ୍‌ରେ ସମାନ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି ଟିଟି। 

Advertisment
Accused TT Arrestedଅଭିଯୁକ୍ତ ଟିଟିକୁ ପୁଲିସ ଗିରଫ କରିଛି ।

ଅମୃତସର ଓ କୋଲକାତା ମଧ୍ୟରେ ଅକାଳ ତଖତ ଏକ୍ସପ୍ରେସରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍‌ରେ ଟିଟି ଭାବେ କାର୍ଯ୍ୟରତ ଥିବା ଜଣେ ବ୍ୟକ୍ତି ମଦ ପିଇ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏଥିସହ ମହିଳା ଯାତ୍ରୀଙ୍କ ମୁଣ୍ଡ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟାଇଥିବା ଟିଟି ଜଣକ ମୁନ୍ନା କୁମାର ବୋଲି ଜଣାପଡିଛି। 

ସୂଚନା ମୁତାବକ ରାଜେଶ ନାମକ ଜଣେ ଯାତ୍ରୀ ନିଜ ପତ୍ନୀଙ୍କ ସହ ଏ-୧ କୋଚ୍‌ରେ ଯାତ୍ରା କରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ତାଙ୍କ ପତ୍ନୀ ନିଜ ସିଟ୍‌ରେ ଶୋଇଥିଲେ। ଏତିକି ବେଳେ ବିହାରର ଟିଟି ମୁନ୍ନା କୁମାର ଆସି ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେଇଥିଲେ।

Advertisment

ଏହି ଘଟଣା ପରେ ଟ୍ରେନ୍ ଭିତରେ ଜୋରଦାର ହଙ୍ଗାମା ହୋଇଥିଲା। ଟିଟି ମୁନ୍ନା କୁମାର ମଦ ନିଶାରେ ଏପରି କରିଥିବା ଜଣାପଡ଼ିଛି। ଟିଟିଙ୍କ ବିରୋଧରେ ଅଭିଯୋଗ ପରେ ରେଲୱେ ପୁଲିସ ମୁନ୍ନା କୁମାରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୀଡିତା ମହିଳାଙ୍କ ସ୍ୱାମୀ ରାଜେଶ ମଧ୍ୟ ରେଲୱେରେ କାର୍ଯ୍ୟରତ ଥିବା କୁହାଯାଉଛି। 

Train Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe