/odisha-reporter/media/post_attachments/uploadimage/library/16_9/16_9_0/TTE__1705580949.jpg)
TTE
ଜଣେ ଟିଟିଇଙ୍କ ଭିଡିଓ ଭାଇରାଲ୍ ହେବା ପରେ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବନ କରିଛନ୍ତି। ସଂପୃକ୍ତ ଟିଟିଇ ଜଣେ ଯାତ୍ରୀଙ୍କୁ ଟ୍ରେନ୍ ଭିତରେ ଚାପୁଡ଼ା ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋଶାଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ତା’ ସହିତ ଉକ୍ତ ଟିଟିଇଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ରେଳ ମନ୍ତ୍ରୀ କହିଛନ୍ତି।
ଯାତ୍ରୀଙ୍କୁ ଟିଟିଇଙ୍କ ଚାପୁଡ଼ା ମାରିବା ଭିଡିଓଟି ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଭାଇରାଲ୍ ହୋଇଥିଲା। ଟିଟିଇ ଜଣଙ୍କ ଉକ୍ତ ଯାତ୍ରୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ କାହିଁକି ପିଟୁଛନ୍ତି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଟିଟିଇଙ୍କୁ ପଚାରୁଥିବା ମଧ୍ୟ ଏହି ଭିଡିଓରେ ଶୁଣିବାକୁ ମିଳିଥିଲା। ବରୌନୀ-ଲକ୍ଷ୍ନୌ ଏକ୍ସପ୍ରେସ୍ରେ ଏହି ଘଟଣା ଘଟିଥିଲା।
ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଏହି ବ୍ୟବହାରକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଉକ୍ତ ଟିଟିଇଙ୍କୁ ନିଲମ୍ବନ କରାଯାଇଛି।
ସେହିପରି ଲକ୍ଷ୍ମୌ ଡିଭିଜନର ଡିଆରଏମ୍ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଥିଲେ ଯେ ଉକ୍ତ ଟିଟିଇଙ୍କୁ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଗତ ବର୍ଷ ବେଙ୍ଗାଲୁରୁର କୃଷ୍ଣରାଜପୁର ରେଳ ଷ୍ଟେସନରେ ଜଣେ ମହିଳା ଯାତ୍ରୀଙ୍କୁ ହଇରାଣ କରି ଜଣେ ଟିଟିଇ ନିଲମ୍ବିତ ହୋଇଥିଲେ।
TTE on board the Barauni-Lucknow Express slaps a passenger apparently for not having a ticket
He also went on to attack the person filming and questioning him for this beating@AshwiniVaishnawpic.twitter.com/nhtb74urHF
— Organiser Weekly (@eOrganiser) January 18, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
