Advertisment

ତେଜସ୍ୱୀ ଗାଇଲେ 'ମୋଦି ଜୀ ତୁମ ତୋ ଧୋକେବାଜ ହୋ…'

ଦିଲ୍ଲୀରେ ଆୟୋଜିତ ହୋଇଥିବା ଇଣ୍ଡିଆ ବ୍ଲକର ଲୋକତନ୍ତ୍ର ବଞ୍ଚାଅ ମହାରାଲିରେ ଯୋଗ ଦେଇ ଏଭଳି କିଛି ନୂଆ ଅନ୍ଦାଜରେ ମୋଦିଙ୍କ ଉପରେ ବର୍ଷିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ।

author-image
Madhupriya Mistry
Tejashwi Yadav

Tejashwi Yadav

'ମୋଦି ଜୀ ତୁମ ତୋ ଧୋକେବାଜ ହୋ, ବାଦା କର କେ ଭୁଲ ଜାତେ ହୋ…' ଏଭଳି କିଛି ଅନ୍ଦାଜରେ ଗୀତ ଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଆର୍‌ଜେଡି ନେତା ତେଜସ୍ୱୀ ଯାଦବ। ଦିଲ୍ଲୀରେ ଆୟୋଜିତ ହୋଇଥିବା ଇଣ୍ଡିଆ ବ୍ଲକର ଲୋକତନ୍ତ୍ର ବଞ୍ଚାଅ ମହାରାଲିରେ ଯୋଗ ଦେଇ ଏଭଳି କିଛି ନୂଆ ଅନ୍ଦାଜରେ ମୋଦିଙ୍କ ଉପରେ ବର୍ଷିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। 

Advertisment

ଦିଲ୍ଲୀରେ ଅୟୋଜିତ ହୋଇଥିବା ମହାରାଲିରେ ତେଜସ୍ୱୀ ଯାଦବ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି କଡା ଟାର୍ଗେଟ। ମଞ୍ଚ ଉପରେ ବଲିଉଡ ଫିଲ୍ମର ଏକ ଗୀତ ଗାଇ ସେ ମୋଦିଙ୍କୁ ମାରିଛନ୍ତି ବାଣ। 'ମୋଦି ଜୀ ତୁମ ତୋ ଧୋକେବାଜ ହୋ…ବାଦା କର କେ ଭୁଲ ଜାତେ ହୋ…ରୋଜ ରୋଜ ମୋଦି ଜୀ ତୁମ ଜୋ ଐସା କରୋଗେ…ଜନତା ଜୋ ରୁଠ୍‌ ଗଇ ତୋ ହାତ ମଲୋଗେ...।' ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଏକ ଫିଲ୍ମ ଗୀତର ଲିରିକ୍ସକୁ ବଦଳାଇ ସେ ଏଭଳି ଗାଇଛନ୍ତି।

କେବଳ ସେତିକି ନୁହେଁ ବେକାରୀ ଓ କୃଷକ ପ୍ରସଙ୍ଗ ଉଠାଇ ସେ ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଦେଶର ସବୁଠାରୁ ବଡ ଶତ୍ରୁ ହେଉଛି ବେକାରୀ ସମସ୍ୟା। ଦିନକୁ ଦିନ ଦରଦାମ ବୃଦ୍ଧି ପାଉଛି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଯାଏଁ କାହାକୁ ବି ଚାକିରି ଖଣ୍ଡିଏ ଦେଇ ନାହାନ୍ତି। ଆଜି କୃଷକ କାଙ୍ଗାଳ ହୋଇଗଲେଣି ଓ ଯୁବକମାନେ ବେକାର ହୋଇ ବସିଛନ୍ତି। ତଥାପି ପ୍ରଧାନମନ୍ତ୍ରୀଙ୍କ ପାଖରେ କୃଷକଙ୍କୁ ଭେଟିବାକୁ ସମୟ ନାହିଁ।'

Advertisment

ସେ ଆହୁରି କହିଛନ୍ତି, ମୋଦି ଜୀ କେବଳ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ। କୃଷକମାନଙ୍କୁ ସେ ଭେଟିବେ ନାହିଁ। ଚାରିଆଡେ ଘୃଣା ରାଜନୀତି ଚାଲିଛି। ବିଜେପି ଅବକି ବାର୍‌ ୪୦୦ ପାର୍‌ ନାରା ଦେଉଛି। ତାଙ୍କର ଏଭଳି ନାରା ଦେବା ପଛରେ ଏବେଠାରୁ ହିଁ ଇଭିଏମ୍‌ ସେଟିଂ କରାଯାଇଥିବା ସନ୍ଦେହ ହେଉଛି। ଦେଶରେ ଅଘୋଷିତ ଏମରଜେନ୍ସି ଲାଗୁ ହୋଇଯାଇଥିବା ଭଳି ମନେ ହେଉଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗରିଫଦାରୀକୁ ବିରୋଧ କରି ଆଜି ଦିଲ୍ଲୀର ରାମଲଲା ମୈଦାନରେ ଇଣ୍ଡିଆ ଅଲାଏନ୍ସ ପକ୍ଷରୁ ମହାରାଲି ଆୟୋଜିତ ହୋଇଛି। ଏହି ରାଲି ଜରିଆରେ କଂଗ୍ରେସ, ଟିଏମ୍‌ସି, ଆପ୍‌, ଜେଏମ୍‌ଏମ୍‌ ସମେତ ପ୍ରାୟ ୨୮ରୁ ଅଧିକ ବିରୋଧୀ ଦଳ ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ରାଲିରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ଓ ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ସୋରେନ୍‌ ମଧ୍ୟ ସାମିଲ ହୋଇଛନ୍ତି।

Arvind Kejriwal INDIA Bloc Rally Tejashwi Yadav Delhi