Advertisment

ଭାସିଗଲା ତୁଙ୍ଗଭଦ୍ରା ଡ୍ୟାମର ଗେଟ୍‌, ଜାରି ହେଲା ଆଲର୍ଟ

ଡ୍ୟାମର ଗୋଟିଏ ଗେଟ୍‌ ଭାସି ଯାଇଥିବାରୁ ଏହା ମଧ୍ୟ ଦେଇ ଡ୍ୟାମରୁ ପାଣି ବାହାରୁଛି। ଗୋଟିଏ ଗେଟ୍‌ରେ ପାଣି ବାହାରୁ ଥିବାରୁ ଡ୍ୟାମ ଉପରେ ଚାପ ସୃଷ୍ଟି ହୋଇଛି।

DAM

DAM

Advertisment

ଅତ୍ୟଧିକ ଜଳ ପ୍ରବାହ ଯୋଗୁ ଭାସି ଯାଇଛି କର୍ଣ୍ଣାଟକାରେ ଥିବା ତୁଙ୍ଗଭଦ୍ରା ଡ୍ୟାମର ଗୋଟିଏ ଗେଟ୍‌। ଶନିବାର ରାତିରେ ଏହି ଘଟଣା ଘଟିଛି। ହଠାତ୍‌ ଏପରି ଘଟଣା ଘଟିବାକୁ କୋପ୍ପାଲର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଯାଇଛି।

Advertisment

ଡ୍ୟାମର ଗୋଟିଏ ଗେଟ୍‌ ଭାସି ଯାଇଥିବାରୁ ଏହା ମଧ୍ୟ ଦେଇ ଡ୍ୟାମରୁ ପାଣି ବାହାରୁଛି। ଗୋଟିଏ ଗେଟ୍‌ରେ ପାଣି ବାହାରୁ ଥିବାରୁ ଡ୍ୟାମ ଉପରେ ଚାପ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଡ୍ୟାମର ୫ଟି ଗେଟକୁ ଛାଡ଼ି ବାକିଗୁଡ଼ିକୁ ଖୋଲି ଦିଆଯାଇଛି। ଡ୍ୟାମରୁ ପାଣି ଅଧିକ ମାତ୍ରାରେ ଖାଲି ହେବା ପରେ ଯାଇ ଭାସି ଯାଇଥିବା ଗେଟ୍‌ ନମ୍ବର ୧୯ରେ ମରାମତି କାମ ଆରମ୍ଭ ହେବ।

ଅଧିକାରୀମାନଙ୍କ କହିବା କଥା ଯେ ମରାମତି କାମ ପାଇଁ ଡ୍ୟାମରେ ଥିବା ୧୦୫ ଟିଏମସି ପାଣିକୁ ୬୫ରୁ ୫୫ ଟିଏମସି କରିବାକୁ ପଡ଼ିବ। ତେଣୁ ବାଧ୍ୟ ହୋଇ ଡ୍ୟାମରୁ ଜଳ ନିଷ୍କାସିତ କରାଯାଉଛି। ତେଣୁ କୋପ୍ପାଲ ବ୍ୟତୀତ ପଡ଼ୋଶୀ ଆନ୍ଧ୍ରରେ ମଧ୍ୟ ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Advertisment

କୃଷ୍ଣା ନଦୀ ଉପକଣ୍ଠରେ ରହୁଥିବା ଲୋକମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହ କେନାଲ ଓ ନଦୀ ପାର ହେବା ବେଳେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଡ୍ୟାମ ମଧ୍ୟରୁ ୮୯ ହଜାର କ୍ୟୁସେସ ଜଳ ନିଷ୍କାସିତ ହେଉଛି।

କୋପ୍ପାଲ ଜିଲ୍ଲା ଇନ ଚାର୍ଜ ମନ୍ତ୍ରୀ ଶିବରାଜ ତଙ୍ଗାଡାଗି କହିଛନ୍ତି, “ଡ୍ୟାମ ଖାଲି କରିବାର ଆବଶ୍ୟକତା ପଡ଼ିଛି। ଆମକୁ ଡ୍ୟାମରୁ ୬୦ରୁ ୬୫ ଟିଏମସି ଜଳ ନିଷ୍କାସିତ କରିବାକୁ ପଡ଼ିବ। ଡ୍ୟାମରୁ ୨୦ ଫୁଟ ଜଳ ବାହାରିବା ପରେ ହିଁ ସମସ୍ୟାର ସମାଧାନ ହୋଇପାରିବ।”

ଡ୍ୟାମର ଗେଟ ଭାସି ଯିବା ଖବର ମିଳିବା ପରେ କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କୋପ୍ପାଲ ଅଭିମୁଖେ ବାହାରିଛନ୍ତି। ସେ ସେଠାକାର ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଉଛନ୍ତି।

ଜଳ ପ୍ରବାହ ବୃଦ୍ଧି ପାଇଥିଲେ ହେଁ ଏବେ ବନ୍ୟା ସୃଷ୍ଟି ହୋଇନାହିଁ। ତେବେ ଲୋକମାନଙ୍କୁ ତୁଙ୍ଗଭଦ୍ରା ନଦୀରେ ଯାତାୟାତ କରିବାକୁ ବାରଣ କରାଯାଇଛି। କାରଣ ଡ୍ୟାମରୁ ବହୁତ ଜୋରରେ ପାଣି ନଦୀରେ ପ୍ରବେଶ କରୁଛି।

Karnataka Flash Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe