Advertisment

ଲ୍ୟାଣ୍ଡସ୍ଲାଇଡ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ, ଏବେ ଭରସା ୯୦୦ ଏମଏମ ପାଇପ୍‌

ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ତୁରନ୍ତ ଫସି ରହିଥିବା ଶ୍ରମିକଙ୍କୁ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଦଳ ଆଉ ଏକ ଯୋଜନା ପ୍ରସ୍ତୁତ କରୁଛି।

Rescue Operation

Rescue Operation

Advertisment

ବିତି ସାରିଲାଣି ୭୦ ଘଣ୍ଟା। ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଟନେଲ ଭିତରେ ଫସିଥିବା ୪୦ ଶ୍ରମିକଙ୍କୁ ଏଯାଏ ବାହାର କରିବା ସମ୍ଭବପର ହୋଇ ପାରିନି। ଏପରି ସ୍ଥିତିରେ ଟେନସନ ବଢ଼ାଇଛି ଲ୍ୟାଣ୍ଡସଲାଇଡ । ଉଦ୍ଧାର କାର୍ଯ୍ୟ ବେଳେ ମାଟି ଅତଡ଼ା ଖସିବାରୁ ଧିମା ହୋଇଯାଇଛି ଉଦ୍ଧାର କାର୍ଯ୍ୟ।

Advertisment

ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ତୁରନ୍ତ ଫସି ରହିଥିବା ଶ୍ରମିକଙ୍କୁ ବାହାରକୁ ଆଣିବାକୁ ଉଦ୍ଧାରକାରୀ ଦଳ ଆଉ ଏକ ଯୋଜନା ପ୍ରସ୍ତୁତ କରୁଛି। ଏଥିନିମନ୍ତେ ଉଦ୍ଧାରକାରୀ ଦଳ ୯୦୦ ଏମଏମ ପାଇପ୍‌ର ସାହାରା ନେବ। ଟନେଲ ଭିତରକୁ ୯୦୦ ଏମଏମ ପାଇପ୍‌ ସଂଯୋଗ କରା ଯାଇ ତାହା ଦ୍ୱାରା ଶ୍ରମିକଙ୍କୁ ବାହାରକୁ ଆଣିବାକୁ ପ୍ରସ୍ତତ ହେଉଛି ବ୍ଲୁ ପ୍ରିଣ୍ଟ।

ଏଥିନିମନ୍ତେ ଟ୍ରକ୍‌ ଭର୍ତ୍ତି ପାଇପ୍‌ ସମେତ ଡ୍ରିଲିଂ ମେଶିନ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଏହି ପାଇପ୍‌କୁ ଟନେଲ ଭିତରକୁ ପ୍ରବେଶ କରାଇବା ନିମନ୍ତେ ଜଳସେଚନ ବିଭାଗର ବରିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Advertisment

ଗତ ରାତିରେ ହୋଇଥିବା ଲ୍ୟାଣ୍ଡସ୍‌ଲାଇଡ ଯୋଗୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ମେଶିନକୁ ହଟାଇବାକୁ ପଡ଼ିଛି। ପଥର ଅତଡ଼ା ଖସିବାରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ଏଥିଯୋଗୁ ଡ୍ରିଲିଂ ମେଶିନ ଖରାପ ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଖରାପ ମେଶିନ ହଟାଇ ସେଠାରେ ନୂଆ ମେଶିନ ଲଗାଇବା କାମ ଆରମ୍ଭ ହୋଇ ଯାଇଛି। ବୁଧବାର ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ବାହାର କରାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

 ଗତ ୪ ଦିନ ହେବ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ଖାଦ୍ୟ ଓ ଅକ୍ସିଜେନ ଯୋଗା ଯାଉଛି। ଟନେଲ ଭିତରେ ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଶ୍ରମିକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣଣର ଖାଦ୍ୟ ଓ ଅକ୍ସିଜେନ ମହଜୁଦ ରହିଛି ବୋଲି SDRF ଟିମ୍‌ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଫସି ରହିଥିବା ଶ୍ରମିକ ଖବର ଜାଣିବା ପାଇଁ ୱାକିଟକିର ସାହାରା ନିଆଯାଉଛି। ୱାକିଟକି ସହାୟତାରେ ଭିତରେ ଫସିଥିବା ଶ୍ରମିକଙ୍କ ସହ ଅଧିକାରୀମାନେ କଥାବାର୍ତ୍ତା କରି ପାରୁଥିବା ବେଳେ ସମସ୍ତେ ସୁସ୍ଥ ଥିବା କହିଛନ୍ତି।

ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା। ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଥିଲା। ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡର ଥିବା ସୂଚନା ମିଳିଛି।

Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe