Advertisment

ଟନେଲ ଭିତରେ କିପରି କାଟିଲେ ୧୭ ଦିନ? ମୋଦିଙ୍କୁ କହିଲେ ମନର କଥା

କ’ଣ ଖାଉଥିଲେ, କେମିତି ତାଙ୍କ ଦିନ କଟୁଥିଲା, ସେ ସଂପର୍କରେ ଶ୍ରମିକଙ୍କଠାରୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

pm-modi talk with rescue workers

pm-modi talk with rescue workers

Advertisment

ଉତ୍ତରକାଶୀର ସିଲ୍କାୟାରରେ ନିର୍ମାଣାଧୀନ ଟନେଲ ଭୁଶିଡ଼ିବା ପରେ ସେଠାରେ ଫଶି ଥିବା ୪୧ ଶ୍ରମିକ ମଙ୍ଗଳବାର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଦୀର୍ଘ ୧୭ ଦିନ ପରେ ଟନେଲ ଭିତରୁ ଏମାନେ ବାହାରିଛନ୍ତି। ତେବେ ସୁଢ଼ଙ୍ଗ ଭିତରୁ ବାହାରି ବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ୪୧ ଶ୍ରମିକ। ଫୋନ୍‌ ଯୋଗେ ଟନେଲ ଭିତରେ କିଭଳି କଟିଥିଲା ୧୭ ଦିନ, ତାହା ମୋଦିଙ୍କୁ ଆଗରେ ବଖାଣିଛନ୍ତି।

Advertisment

ଟନେଲ ଭିତରେ ୧୭ ଦିନ କିପରି କାଟିଥିଲେ। କ’ଣ ଖାଉଥିଲେ, କେମିତି ତାଙ୍କ ଦିନ କଟୁଥିଲା, ସେ ସଂପର୍କରେ ଶ୍ରମିକଙ୍କଠାରୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଶ୍ରମିକମାନେ ମଧ୍ୟ ସେମାନଙ୍କ ଅନୁଭୂତି ପ୍ରଧାନମନ୍ତ୍ରୀଙ୍କ ଆଗରେ ବଖାଣିଛନ୍ତି।

ବିଭିନ୍ନ ରାଜ୍ୟରୁ ଆସିଥିଲେ ମଧ୍ୟ ସେମାନେ ପରସ୍ପରର ଯତ୍ନ ନେଉଥିଲେ। ଯାହା ଖାଦ୍ୟ ପାଉଥିଲେ, ସମସ୍ତେ ଏହାକୁ ଏକାଠି ମିଳିମିଶି ଖାଉଥିଲେ ବୋଲି ଶ୍ରମିକମାନେ କହିଛନ୍ତି। ଟନେଲ ଭିତରେ ଫଶି ରହିଥିବା ଯୋଗୁ କୌଣସି କାମ ନଥିଲା। ଏଥିପାଇଁ ସମସ୍ତେ ମର୍ଣ୍ଣିଂ ଓ୍ୱାକ୍‌ ଓ ଯୋଗ କରୁଥିଲେ ବୋଲି ଶ୍ରମିକମାନେ ମୋଦିଙ୍କୁ ଫୋନ୍‌ରେ  କଥା ହେବା ବେଳେ କହିଛନ୍ତି।

Advertisment

ସେହିପରି ମୋଦିଙ୍କ ସହ କଥାବାର୍ତ୍ତା ବେଳେ ଆଉ ଜଣେ ଶ୍ରମିକ କହିଛନ୍ତି ଯେ ଆମେ ଏତେ ଦିନ ଧରି ଟନେଲରେ ଅଟକି ରହିଥିଲୁ କିନ୍ତୁ ଆମେ ବିବ୍ରତ କିମ୍ବା ବିଚଳିତ ଅନୁଭବ କରୁନାହୁଁ। ୪୧ ଲୋକ ଏକାଠି ରହିଥିଲୁ, ସମସ୍ତେ ଭାଇ-ଭାଇ ପରି ପରସ୍ପର ସହିତ ମିଳିମିଶି ରହିଥିଲୁ। ଏକାଠି ଖାଦ୍ୟ ଖାଉଥିଲୁ। ଖାଇବା ପରେ ଟନେଲ ଭିତରେ ବୁଲୁଥିଲୁ ବୋଲି ଉଦ୍ଧାର ହୋଇଥିବା ଶ୍ରମିକ କହିଛନ୍ତି। ଏଥିସହ ଉତ୍ତରାଖଣ୍ଡ ସରକାର ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ନିୟମିତ ଭାବେ ଶ୍ରମିକମାନଙ୍କ ହାଲଚାଲ ପଚାରି ବୁଝୁଥିବାରୁ ତାଙ୍କୁ ସେମାନେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।  

ଶ୍ରମିକଙ୍କ ସାହାସ ଓ ଧୈର୍ଯ୍ୟ ପ୍ରେରଣାଦାୟକ ବୋଲି ମୋଦି କହିଛନ୍ତି। ଶ୍ରମିକମାନେ ଜଣେ ଜଣଙ୍କ ସାହସ ବଢାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସଲାମ କରିଛନ୍ତି। ସର୍ବୋପରି ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେପଟେ ସୁଡ଼ଙ୍ଗରୁ ଉଦ୍ଧାର କାର୍ଯ୍ୟ ସଫଳ ହେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଅନେକ ବଡ଼ ଘୋଷଣା କରିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ୪୧ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଏଥିସହ ଶ୍ରମିକମାନକୁ ବିନା ଦରମା କାଟି ୩୦ ଦିନ ଯାଏଁ ଛୁଟି ଦେବାକୁ ସେମାନଙ୍କୁ କମ୍ପାନୀଗୁଡିକୁ କୁହାଯାଇଛି।

Tunnel Rescue Uttarakhand Tunnel Collapse PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe