Advertisment

ଭାରତକୁ ଆକ୍ରମଣ ବେଳେ ପାକ୍‌ର ସହାୟତା କରିଥିଲା ତୁର୍କୀ, ୩୫୦ରୁ ଅଧିକ ଡ୍ରୋନ ଓ ଅପରେଟିଭଙ୍କୁ ପଠାଇଥିଲା

ଭାରତ ବିରୋଧରେ ପାକିସ୍ତାନର ଯୁଦ୍ଧ ସମୟରେ ତୁର୍କୀ ପକ୍ଷରୁ କେବଳ ୩୫୦ରୁ ଅଧିକ ଡ୍ରୋନ ଯୋଗାଇ ଦିଆଯାଇ ନଥିଲା, ବରଂ ଏହାକୁ କେମିତି ଭାରତ ବିରୋଧରେ ବ୍ୟବହାର କରାଯିବ, ତା’ର ଶିକ୍ଷା ଦେବା ପାଇଁ ତୁର୍କୀ ପରିଚାଳକମାନଙ୍କୁ ମଧ୍ୟ ପାକିସ୍ତାନକୁ ପଠାଇଥିଲା।

author-image
Hemant Lenka
Turkey

Turkey

ତୁର୍କୀର ପାକିସ୍ତାନ ପ୍ରେମ ସାମ୍ନାକୁ ଆସିଛି। ପୂରା ପ୍ରମାଣ ସହ ତୁର୍କୀ ଗୁମର ଖୋଲିଛି ଭାରତ। ଅପରେସନ ସିନ୍ଦୂର ବେଳେ ତୁର୍କୀର ଦୁଇ ଜଣ ସାମରିକ ଅପରେଟିଭ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ଅଙ୍କାରାର ଭାରତ ବିରୋଧୀ ଆଭିମୁଖ୍ୟ ଧରାପଡ଼ି ଯାଇଛି। ତୁର୍କୀ କେମିତି ପାକିସ୍ତାନକୁ ଭାରତ ଉପରେ ହୋଇଥିବା ହମଲାରେ ମାନବ ସହାୟତା କରିଥିଲା, ତା’ର ପ୍ରମାଣ ପୂରା ବିଶ୍ୱ ଜାଣିବାକୁ ପାଇଛି। 

Advertisment

ଭାରତ ବିରୋଧରେ ପାକିସ୍ତାନର ଯୁଦ୍ଧ ସମୟରେ ତୁର୍କୀ ପକ୍ଷରୁ କେବଳ ୩୫୦ରୁ ଅଧିକ ଡ୍ରୋନ ଯୋଗାଇ ଦିଆଯାଇ ନଥିଲା, ବରଂ ଏହାକୁ କେମିତି ଭାରତ ବିରୋଧରେ ବ୍ୟବହାର କରାଯିବ, ତା’ର ଶିକ୍ଷା ଦେବା ପାଇଁ ତୁର୍କୀ ପରିଚାଳକମାନଙ୍କୁ ମଧ୍ୟ ପାକିସ୍ତାନକୁ ପଠାଇଥିଲା।

ସୂତ୍ର ଅନୁସାରେ, ଅପରେସନ ସିନ୍ଦୂରର ବଦଲା ନେବାକୁ ପାକିସ୍ତାନ ସେନା ଉଦ୍ୟମ କରିଥିଲା। ପାକିସ୍ତାନ ସେନାର ଏପରି କାରନାମାରେ ସହାୟତା କରିଥିଲା ତୁର୍କୀ। ସାମୂହିକ ଡ୍ରୋନ ଆଟାକ ଦ୍ୱାରା କେମିତି ଭାରତକୁ ଘାଇଲା କରାଯାଇ ପାରିବ, ତା’ର ଜ୍ଞାନ ବାଣ୍ଟିବା ପାଇଁ ତୁର୍କୀର ପରାମର୍ଶଦାତାମାନେ ପାକିସ୍ତାନ ସେନାକୁ ସହଯୋଗ କରିଥିଲେ। ସେମାନଙ୍କ ସହାୟତାରେ ପାକିସ୍ତାନ ପକ୍ଷରୁ ଭାରତର ଏକାଧିକ ସହରକୁ ଟାର୍ଗେଟ କରାଯାଇ ଘନଘନ ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଥିଲା। କିନ୍ତୁ ତୁର୍କୀ ଓ ପାକିସ୍ତାନର ଏହି ଡ୍ରୋନ ହମଲାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶ ପଥରେ ହିଁ ଅକାମୀ କରି ଦେଇଥିଲା। ଭାରତର କାଉଣ୍ଟର ଷ୍ଟ୍ରାଇକରେ ତୁର୍କୀର ଦୁଇ ଜଣ ଅପରେଟିଭ ମଧ୍ୟ ପ୍ରାଣ ହରାଇଥିଲେ। 

Advertisment

ଭାରତ ବିରୋଧରେ ପାକିସ୍ତାନ ସେନା ବୟରାକତାର ଟିବି ୨ ଓ ୟିହା ଡ୍ରୋନ ବ୍ୟବହାର କରିଥିଲା। ଏହି ଡ୍ରୋନଗୁଡ଼ିକୁ ସାଧାରଣତଃ ଟାର୍ଗେଟ ଚିହ୍ନଟ ଓ ଆତ୍ମଘାତୀ ହମଲା ପାଇଁ ବ୍ୟବହାର କରାଯାଇଥାଏ। ବିଶେଷ କରି ଭାରତ ସୀମାନ୍ତ ଅଞ୍ଚଳ ଓ ସପ୍ଲାଏ କନଭୟ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଏହାକୁ ପାକିସ୍ତାନ ମାଡ଼ କରିଥିଲା।

ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ସହ ତୁର୍କୀର ସାମରିକ ଚୁକ୍ତି ବିଗତ କିଛି ବର୍ଷ ମଧ୍ୟରେ ବେଶ ଦ୍ରୁତଗତିରେ ଆଗେଇ ଚାଲିଛି। ତୁର୍କୀ ସରକାର ବନ୍ଧୁ ପାକିସ୍ତାନକୁ କେବଳ ଗୁରୁତ୍ୱପୂର୍ଣ୍ଣ ସାମରିକ ଅସ୍ତ୍ରଶସ୍ତ୍ର ପଠାଉ ନାହିଁ, ବରଂ ପାକିସ୍ତାନ ଆର୍ମି କେମିତି ଏହାର ବ୍ୟବହାର କରିବ, ତା’ର ମଧ୍ୟ ତାଲିମ ଦେଉଛି।

ତୁର୍କୀର ପାକିସ୍ତାନ ପ୍ରତି ଏପରି ଭଲ ପାଇବା ସାମ୍ନାକୁ ଆସିବା ପରେ ଭାରତରେ ଏବେ ବୟକଟ ତୁର୍କୀ ଟ୍ରେଣ୍ଡ କରୁଛି। ତୁର୍କୀର ସେଓ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଭାରତରେ ବିରୋଧ କରାଯାଉଛି। ବିଶେଷଜ୍ଞ ବିଶ୍ୱାସ କରୁଛନ୍ତି ଯେ କୋଭିଡ ୧୯ ପରେ ତୁର୍କୀକୁ ଭାରତର ରପ୍ତାନୀ ବଢ଼ିଥିଲା। ଏହାକୁ ବ୍ୟବହାର କରି ତୁର୍କୀ ତା’ର ପ୍ରତିରକ୍ଷା ଉତ୍ପାଦନର କ୍ଷମତାକୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି।

ଭାରତରୁ ତୁର୍କୀକୁ ଆଲୁମିନିୟମ, ଅଟୋ କମ୍ପୋନେଟ୍ସ, ଏୟାରକ୍ରାଫ୍ଟ, ଟେଲିକମ ଇନଷ୍ଟ୍ରୁମେଣ୍ଟ ଓ ଇଲେକ୍ଟ୍ରିକାଲ ଯନ୍ତ୍ରପାତି ଓ ସାମଗ୍ରୀ ପଠାଯାଏ। ଏସବୁକୁ ବ୍ୟବହାର କରି ତୁର୍କୀ ତା’ର ଡ୍ରୋନ ଉତ୍ପାଦନ କ୍ଷମତାକୁ ଆଗକୁ ନେଇଛି।

ମେ’ ୭ ଓ ୮ ତାରିଖ ରାତିରେ ପାକିସ୍ତାନ ଆର୍ମି ୩୦୦ରୁ ୪୦୦ ଡ୍ରୋନ ମାଡ଼ କରି ଭାରତୀୟ ସେନାର ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲା। ହେଲେ ଏହାକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ଡ୍ରୋନଗୁଡ଼ିକର ଧ୍ୱଂସାବଶେଷ ଠାବ କରି ଫରେନ୍ସିକ ଯାଞ୍ଚ ପାଇ ପଠାଯାଇଥିଲା। ପ୍ରାଥମିକ ଯାଞ୍ଚରୁ ଅଧିକାଂଶ ଡ୍ରୋନ ତୁର୍କୀ ନିର୍ମିତ ଥିବା ସ୍ପଷ୍ଟ ହୋଇଥିଲା। ତୁର୍କୀ ବ୍ୟତୀତ ପାକିସ୍ତାନ ସେନା ଚାଇନା ନିର୍ମିତ ଡ୍ରୋନ ଓ ମିସାଇଲ ଦ୍ୱାରା ଭାରତକୁ ଟାର୍ଗେଟ କରିଥିଲା।

Pakistan India Turkey