Advertisment

ଆପ୍‌ରେ ମିଶିଲେ ଟିଭି ଅଭିନେତ୍ରୀ ଚାହାତ ପାଣ୍ଡେ

ସେ ଆପ୍‌ର ବିଚାରଧାରା ଦ୍ୱାରା ପ୍ରଭାବିତ ହେବା ସହ ଲୋକଙ୍କ କଲ୍ୟାଣ ପାଇଁ ଦଳରେ ମିଶିଥିବା କହିଛନ୍ତି। ଆପର ଜାତୀୟ ସାଧାରଣ ସମ୍ପାଦକ(ସଂଗଠନ) ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ଚାହାତ ଆଜି ଆପ୍‌ରେ ଯୋଗ ଦେଇଛନ୍ତି।

Chahat Pandey

Chahat Pandey

Advertisment

ଲୋକପ୍ରିୟ ଟିଭି ଅଭିନେତ୍ରୀ ଚାହାତ ପାଣ୍ଡେ ଆପ୍‌ରେ ମିଶିଛନ୍ତି। ସେ ଦିଲ୍ଲୀରେ ଝାଡ଼ୁ ଧରିଥିବା ବେଳେ ନିଜ ଜନ୍ମ ସ୍ଥାନ ମଧ୍ୟପ୍ରଦେଶ ପାଇଁ କାମ କରିବାକୁ ଆଗ୍ରହ ଦେଖାଇଛନ୍ତି।

Advertisment

ସେ ଆପ୍‌ର ବିଚାରଧାରା ଦ୍ୱାରା ପ୍ରଭାବିତ ହେବା ସହ ଲୋକଙ୍କ କଲ୍ୟାଣ ପାଇଁ ଦଳରେ ମିଶିଥିବା କହିଛନ୍ତି। ଆପର ଜାତୀୟ ସାଧାରଣ ସମ୍ପାଦକ(ସଂଗଠନ) ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ଚାହାତ ଆଜି ଆପ୍‌ରେ ଯୋଗ ଦେଇଛନ୍ତି।

ସନ୍ଦୀପ କହିଛନ୍ତି, “ମଧ୍ୟପ୍ରଦେଶରେ ବ୍ୟାପକ ଦୁର୍ନୀତି ଚାଲିଛି। ବିଜେପି ଓ କଂଗ୍ରେସ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ରାଜ୍ୟକୁ ଶୋଷି ଚାଲିଛନ୍ତି।

Advertisment

ରାଜ୍ୟର ଲୋକମାନେ ଆପ୍‌କୁ ଗୋଟିଏ ସୁଯୋଗ ଦେବାକୁ ଚାହୁଁଛନ୍ତି। ଆଜି ଚାହାତ ପାଣ୍ଡେ ରାଜନୀତିରେ ପ୍ରବେଶ କରିବା ପାଇଁ ଟିଭି ଦୁନିଆ ଛାଡ଼ିଛନ୍ତି। ରାଜ୍ୟ ତାଙ୍କୁ ଚାହୁଁଛି ବୋଲି ସେ ଅନୁଭବ କରିଛନ୍ତି। ଏଥିପାଇଁ ସେ ନିଜର ସଫଳ ଅଭିନୟ କ୍ୟାରିୟର ଛାଡ଼ିଛନ୍ତି। ଦାମୋହର ଲୋକମାନେ ତାଙ୍କୁ ଚାହୁଁଛନ୍ତି।”

ପବିତ୍ର ବନ୍ଧନ ଓ ହମାରୀ ବହୁ ସ୍ଲିକ ଭଳି ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରୁଥିବା ଚାହାତ ପାଣ୍ଡେ ୭ରୁ ୮ ବର୍ଷ ହେଲା ମୁମ୍ବାଇରେ ରହିବା ସହ ଅଭିନୟ କରି ଚାଲିଥିଲେ। ସେ କହିଛନ୍ତି, “ପ୍ରତ୍ୟେକ ଲୋକ ନିଜ ବଞ୍ଚିବା ସହ ନିଜ ପାଇଁ ହିଁ ଆୟ କରଦନ୍ତି। କିନ୍ତୁ ଆମର ନିଜ ରାଜ୍ୟ ଓ ଦେଶ ପାଇଁ ମଧ୍ୟ ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି।

ମୁଁ ସେସବୁ କର୍ତ୍ତବ୍ୟ ପୂରଣ କରିବାକୁ ଚାହୁଁଛି। ମୁଁ ମଧ୍ୟପ୍ରଦେଶର ଛୋଟିଆ ସ୍ଥାନ ଦାମୋହରୁ ଆସିଛି। କେହି ବି ଦାମୋହକୁ ଜାଣି ନାହାନ୍ତି। ଲୋକମାନେ କୁହନ୍ତି ଏହା ଭୋପାଲ ପାଖରେ ରହିଛି। ମୁଁ ଏବେ ଦାମୋହକୁ ସମସ୍ତେ ଜାଣନ୍ତୁ ବୋଲି ଚାହୁଁଛି।

ଦାମୋହରେ ଅଧିକାଂଶ ଶିଶୁ ଶ୍ରମିକ ରହିଛନ୍ତି। ଏହି ସମସ୍ୟାକୁ ମୁଁ ସମାଧାନ କରିବାକୁ ଚାହୁଁଛି। ମୁଁ ନାଁ, ପରିଚୟ କିମ୍ବା ଟଙ୍କା ପାଇଁ ରାଜନୀତିକୁ ଆସିନି। ମୁଁ ସେସବୁ ଛାଡ଼ି ରାଜନୀତିରେ ପ୍ରବେଶ କରିଛି।”

ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଆପ୍‌ ପ୍ରଥମଥର ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛି।

Madhya Pradesh AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe