Advertisment

ଅଶ୍ଳୀଳ ଫଟୋ ଲିକ୍‌ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା

ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍‌ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Charith Balappa

Charith Balappa

Advertisment

ନିଜ ଗାର୍ଲଫ୍ରେଣ୍ଡଙ୍କୁ ଯୌନ ନିର୍ଯାତନା ଦେବା ସହ ମାର୍‌ପିଟ୍ କରୁଥିଲେ ଅଭିନେତା। ଏପରିକି ବ୍ୟକ୍ତିଗତ ଫଟୋ ଭାଇରାଲ କରିବାକୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ। ପ୍ରାୟ ୭ ବର୍ଷ ହେବ ଅଭିନେତା ଜଣକ ନିଜ ବାନ୍ଧବୀଙ୍କୁ ଏହିପରି ପାଶବିକ ନିର୍ଯାତନା ଦେଇ ଚାଲିଥିବା ବେଳେ ଏବେ ତାଙ୍କୁ ବାନ୍ଧିଛି ପୁଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ସାଉଥର ଜଣାଶୁଣା ଟେଲି ଅଭିନେତା ଚରିଥ୍‌ ବାଲାପ୍ପା।

Advertisment

ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍‌ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।

ଚରିଥ୍‌ ବାଲାପ୍ପା କନ୍ନଡ ଓ ତେଲୁଗୁ ସିରିଏଲ୍‌ରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କ ଅଭିନୀତି ଅଧିକାଂଶ ସିରିଏଲ୍ ମଧ୍ୟରୁ 'ମଦ୍ଦୁଲକ୍ଷ୍ମୀ' ଅଧିକ ଚର୍ଚ୍ଚିତ। ଚରିଥ୍‌ ବାଲାପ୍ପାଙ୍କ କିଛି ବର୍ଷ ହେବ ଜଣେ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେବେ ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଚରିଥ୍‌ ତାଙ୍କୁ ପ୍ରତାରଣା କରିବା ଏବଂ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ନେଇ ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି।

Advertisment

ଚରିଥ ତାଙ୍କ ସହଯୋଗୀମାନଙ୍କ ସହିତ ପୀଡିତା ରହୁଥିବା ଘରେ ପ୍ରବେଶ କରି ତାଙ୍କୁ ହଇରାଣ କରୁଥିଲେ। ଏଥିସହ ସେ ତାଙ୍କୁ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଶୁକ୍ରବାର ଅଭିନେତାଙ୍କୁ ଗିରଫ କରିଛି।

ନିଜ ଅଭିଯୋଗରେ ପୀଡିତା କହିଛନ୍ତି, ୨୦୧୭ରେ ସେ ଚରିଥଙ୍କୁ ଭେଟିଥିଲେ। ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅଭିନେତା ତାଙ୍କୁ ବାଧ୍ୟ କରିଥିଲେ। ଏହାପରେ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ଯଦି ସେ ଟଙ୍କା ନ ଦିଅନ୍ତି ତେବେ ତାଙ୍କ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଲିକ୍ କରିଦେବେ ବୋଲି ଚରିଥ ବାଲପ୍ପା ଧମକ ଦେଇଥିଲେ। ଗାର୍ଲଫ୍ରେଣ୍ଡ ଥାଇ ମଧ୍ୟ ସେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲେ।

ଆଶ୍ଚର୍ଯ୍ୟଜନକ କଥା ହେଲା ଚରିଥଙ୍କ ପୂର୍ବରୁ ଛାଡପତ୍ର ହୋଇସାରିଛି। ଛାଡ଼ପତ୍ର ପରେ ମଧ୍ୟ ତାଙ୍କର ପୂର୍ବତନ ପତ୍ନୀଙ୍କ ସହ ସମ୍ପର୍କ ଥିବାରୁ ଜୁନ୍ ୨୦୨୪ ରେ ମଧ୍ୟ ପୁଲିସ୍ ଷ୍ଟେସନରେ ଟିଭି ଅଭିନେତାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ ହୋଇଥିଲା।

ଏଫ୍‌ଆଇଆର୍‌ ଅନୁସାରେ ମହିଳା ଜଣକ ଅଭିନେତାଙ୍କ ବିରୋଧରେ ପ୍ରତାଡିତ କରିବା ଓ ମାର୍‌ପିଟ୍‌ କରିବା ଅଭିଯୋଗ ଆଣିଛନ୍ତି। ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଅଭିନେତା ଧମକ ଦେଇଥିବା ସେ କହିଛନ୍ତି। ପୁଲିସ ବର୍ତ୍ତମାନ ଟେଲି ଅଭିନେତାଙ୍କୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି।

Sexual Harassment Case TV Actor Arrested Blackmail South Indian Actors
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe