Advertisment

ଟିଭି ସୋମନାଥନ କ୍ୟାବିନେଟ ସଚିବ, ରାଜୀବ ଗୌବାଙ୍କ ସ୍ଥାନ ନେବେ

ରାଜୀବ ଗୌବା ୨୦୧୯ ଅଗଷ୍ଟ ୩୦ରୁ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରୁଥିଲେ।

author-image
Hemant Lenka
TV Somanathan

TV Somanathan

ବରିଷ୍ଠ ଆଇଏଏସ୍‌ ଅଫିସର ଟିଭି ସୋମନାଥଙ୍କ କେନ୍ଦ୍ର ସରକାର ଦେଶର ନୂଆ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

୧୯୮୭ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଫିସର ଟିଭି ସୋମନାଥନ ବର୍ତ୍ତମାନ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରୁଥିବା ରାଜୀବ ଗୌବାଙ୍କ ସ୍ଥାନ ନେବେ। ଟିଭି ସୋମାନାଥନ କାର୍ଯ୍ୟକାଳ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ସେ ଏହି ପଦରେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ।

କାର୍ଯ୍ୟପାଳିକାର ସର୍ବୋଚ୍ଚ ପାହ୍ୟା ଅଧିକାରୀ ହେଉଛନ୍ତି କ୍ୟାବିନେଟ ସଚିବ। କ୍ୟାବିନେଟ ସଚିବ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ। ସେ ଏକାଧିକ ମନ୍ତ୍ରଣାଳୟର କାର୍ଯ୍ୟ ଉପରେ ନଜର ରଖିଥାଆନ୍ତି। ରାଜୀବ ଗୌବା ୨୦୧୯ ଅଗଷ୍ଟ ୩୦ରୁ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରୁଥିଲେ।

Advertisment

ଟିଭି ସୋମନାଥନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଭାବେ କାମ କରିଛନ୍ତି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରି ସାରିଛନ୍ତି। ଏକଦା ସେ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶକ ରହିଥିଲେ। ସେ ଅର୍ଥନୀତିରେ ପିଏଚଡି ଓ ଏମଏ କରିଛନ୍ତି।

PMO Cabinet Meeting TV Somanathan