Advertisment

Karur stampede: ଦଳାଚକଟା ପାଇଁ ପୁଲିସ୍‌ ଓ ଡିଏମକେକୁ ଦାୟୀ କରି ଜୀବନ ହାରିଲେ ବିଜୟଙ୍କ ଦଳର ସଦସ୍ୟ

ତାମିଲନାଡୁର ଭିଲ୍ଲୁପୁରମରେ ରହୁଥିବା ଏହି କାର୍ଯ୍ୟକର୍ତ୍ତା ନିକଟରେ କରୁରରେ ହୋଇଥିବା ଦଳାଚକଟା ପାଇଁ କ୍ଷମତାସୀନ ଡିଏମକେ ଓ ଏହାର ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ ପୁଲିସ୍‌କୁ ଦାୟୀ କରିଛନ୍ତି।

author-image
Hemant Lenka
Karur

ଜୀବନ ହାରିଥିବା କାର୍ଯ୍ୟକର୍ତ୍ତା (ଫାଇଲ ଫଟୋ)

ଅଭିନେତାରୁ ନେତା ବନିଥିବା ଥଲାପତି ବିଜୟ(Thalapathy Vijay)ଙ୍କ ଟିଭିକେ ଦଳର ଜଣେ କାର୍ଯ୍ୟକର୍ତ୍ତା ଜୀବନ ହାରିଛନ୍ତି। ତାମିଲନାଡୁର ଭିଲ୍ଲୁପୁରମରେ ରହୁଥିବା ଏହି କାର୍ଯ୍ୟକର୍ତ୍ତା ନିକଟରେ କରୁରରେ ହୋଇଥିବା ଦଳାଚକଟା(Stamped) ପାଇଁ କ୍ଷମତାସୀନ ଡିଏମକେ ଓ ଏହାର ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ ପୁଲିସ୍‌କୁ ଦାୟୀ କରିଛନ୍ତି। ଗୋଟିଏ ଚିଠିରେ ସେ ଡିଏମକେ ଓ ପୁଲିସ୍‌କୁ ଦାୟୀ କରିବା ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

Advertisment

ଶନିବାର କରୁରରେ ବିଜୟ ବିଶାଳ ରାଜନୀତିକ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ହୋଇଥିବା ଦଳାଚକଟାରେ ୪୧ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ପୂରା ଦେଶ ସମେତ ତାମିଲନାଡୁ(Tamilnadu)ରେ ରାଜନୀତିକ ବୟାନବାଜୀ ଚାଲିଛି। ଏସବୁ ଭିତରେ ଟିଭିକେ କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଛନ୍ତି। 

ମୃତକ ଜଣଙ୍କ ହେଲେ ୫୧ ବର୍ଷୀୟ ଆୟାପ୍ପନ। ସେ ଟିଭିକେର ଜଣେ ସକ୍ରିୟ ସଦସ୍ୟ ରହିଥିଲେ। ୩ ଦିନ ତଳେ ସେ ମାୟିଲା ଗାଁରେ ରହୁଥିବା ତାଙ୍କ ବୟସ୍କ ବାପା ମା’ଙ୍କୁ ଦେଖିବାକୁ ଯାଇଥିଲେ। କିନ୍ତୁ ସୋମବାର ଗୋଟିଏ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି। ଉକ୍ତ ରୁମରେ ଆୟାପ୍ପନଙ୍କ ବ୍ୟତୀତ କେହି ନଥିଲେ। ତାଙ୍କ ମା’ ପ୍ରଥମେ ଝୁଲନ୍ତା ଅବସ୍ଥାରେ ପୁଅକୁ ଦେଖି ଚିତ୍କାର କରିଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସେଞ୍ଜି ପୁଲିସ୍‌ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। 

Advertisment

ଆୟାପ୍ପନଙ୍କ ମୃତଦେହ ମିଳିଥିବା ସ୍ଥାନରୁ ପୁଲିସ୍‌ ଗୋଟିଏ ହାତ ଲେଖା ଚିଠି ଜବତ କରିଛି। ଏଥିରେ ଲେଖାଯାଇଛି ଯେ “ବିଜୟ କରୁର ଆସିବା ବେଳେ ଆବଶ୍ୟକ ସଂଖ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା। ବିଜୟଙ୍କ ଫ୍ୟାନ୍ସ ବହୁତ ଭଲ କାମ କରିଥିଲେ। କିନ୍ତୁ ଭୟଙ୍କର ଦଳାଚକଟା ସେନ୍ଥିଲ ବାଲାଜୀଙ୍କ ଯୋଗୁ ଘଟିଛି। ଏଥିରେ ପୁଲିସ୍‌ର ହାତ ବି ରହିଛି। ତାଙ୍କୁ ତୁରନ୍ତ ଗିରଫ କରି ତୁରନ୍ତ ଜେଲକୁ ପଠାଯାଉ।” 

ଆୟାପ୍ପନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁଣ୍ଡିୟାମବାକ୍କମ ସରକାରୀ ହସ୍ପିଟାଲରେ ରଖାଯାଇଛି। ପୁଲିସ୍‌ ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Tamilnadu Thalapathy Vijay Stamped