Advertisment

Vijay: ଗରିବ ଚାଷୀଙ୍କ ପିଲାଙ୍କୁ ମାଗଣାରେ ଉଚ୍ଚ ଶିକ୍ଷାର ସୁବିଧା ଯୋଗାଇ ଦେବେ ବିଜୟ

ଦଳୀୟ ସଭାରେ ବିଜୟ ଆଗାମୀ ନିର୍ବାଚନକୁ ତାଙ୍କ ପାଇଁ ଓ ତାଙ୍କ ସମର୍ଥକ ପାଇଁ ଗୋଟିଏ ବିଶାଳ ଭାବାତ୍ମକ କ୍ଷଣ ବୋଲି କହିବା ସହ ମତଦାତାଙ୍କୁ ଥରେ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି।

TVK

ବିଜୟ

Advertisment

ଅଭିନେତାରୁ ନେତା ବନିଥିବା ବିଜୟ(Actor Politician Vijay) ବୁଧବାର ତାମିଲନାଡୁବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ତାମିଲନାଡୁ ବିଧାନସଭା ନିର୍ବାଚନ ଥିବାରୁ ଟିଭିକେ ମୁଖ୍ୟ ବିଜୟ ଦଳର ପ୍ରତିଶ୍ରୁତିପତ୍ର ଆଜି ସାର୍ବଜନୀନ କରିଛନ୍ତି। ରାଜ୍ୟରେ ଯଦି ତାଙ୍କ ଦଳ କ୍ଷମତା ଦଖଲ କରିବ, ତା’ହେଲେ ଗରିବ ଓ ବଞ୍ଚିତ ଚାଷୀଙ୍କ ପିଲାମାନଙ୍କ ପାଇଁ ମାଗଣାରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରିବ। ସେହିପରି ଦୁର୍ନୀତି ବିରୋଧରେ ତାଙ୍କ ଦଳର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। 

Advertisment

ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥାଞ୍ଜାଉର ଠାରେ ଆୟୋଜିତ ଦଳୀୟ ସଭାରେ ବିଜୟ ଆଗାମୀ ନିର୍ବାଚନକୁ ତାଙ୍କ ପାଇଁ ଓ ତାଙ୍କ ସମର୍ଥକ ପାଇଁ ଗୋଟିଏ ବିଶାଳ ଭାବାତ୍ମକ କ୍ଷଣ ବୋଲି କହିବା ସହ ମତଦାତାଙ୍କୁ ଥରେ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। 

କ୍ଷମତାକୁ ଆସିବା ପରେ ବିଜୟ ଅନେକ କିଛି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କ୍ଷମତା ଦଖଲ କରିବାକୁ ଅନୁମତି ମିଳିବ, ତା’ହେଲେ ଟିଭିକେ ସରକାର ୨ ଏକରରୁ କମ ଜମିର ମାଲିକାନା ଥିବା ଚାଷୀଙ୍କ ପିଲାମାନଙ୍କ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବ। ତେବେ ଏହି ସୁବିଧା ସେହି ମାନଙ୍କୁ ମିଳିବ ଯେଉଁମାନଙ୍କ ପରିବାରର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ରରେ ସରକାର ଚାକିରି କରି ନଥିଲେ।

Advertisment

ବର୍ଦ୍ଧିତ ଶିକ୍ଷା ଖର୍ଚ୍ଚକୁ ନେଇ ଗ୍ରାମାଞ୍ଚଳରେ ରହୁଥିବା ଆର୍ଥିକ ପଛୁଆ ବର୍ଗର ଲୋକମାନେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜୟ ଏପରି ପ୍ରତିଶ୍ରୁତି ଦେଇଛନ୍ତି। ଦୁର୍ନୀତିରେ ଲିପ୍ତ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ତାଙ୍କ ଦଳ ରାଜ୍ୟ ରାଜନୀତିକ ଦୃଶ୍ୟପଟ୍ଟରେ ଗୋଟିଏ ସ୍ୱଚ୍ଛ ବିକଳ୍ପ ଭାବେ ଉଭୟ ହୋଇଥିବା ମଧ୍ୟ ବିଜୟ କହିଛନ୍ତି। 

ରାଜ୍ୟର ମତ୍ସ୍ୟଚାଷୀଙ୍କ ସୁରାକ୍ଷାକୁ ଗୁରୁତ୍ୱ ଦେଇ ବିଜୟ କହିଛନ୍ତି ଯେ “ମୁଁ ଯାହା କହୁଛି ଶୁଣନ୍ତୁ। ରାଜ୍ୟର ଟିଭିକେ ପରବର୍ତ୍ତୀ ସରକାର ଗଠନ କରିବ। ମତ୍ସ୍ୟଜୀବୀମାନେ ଆଶାବାଦୀ ରହିଛନ୍ତି। ଆପଣମାନଙ୍କ ସୁରକ୍ଷାକୁ ସଂପୂର୍ଣ୍ଣ ଭାବେ ନିଶ୍ଚିତ କରାଯିବ।”

ଶାସକ ଡିଏମକେ ବିରୋଧରେ ନିଜର ସ୍ୱରକୁ ତୀବ୍ର କରିଛନ୍ତି ବିଜୟ। ସେ ଡିଏମକେକୁ ଥିୟା ଶକ୍ତି ବା ରାକ୍ଷାସ ବୋଲି କହିଛନ୍ତି। ଏପରି କି ଛୋଟ ପିଲାମାନେ ମଧ୍ୟ ଡିଏମକେକୁ ରାକ୍ଷାସ କହୁଥିବା ସେ ଦାବି କରିଛନ୍ତି। 

ଥାଞ୍ଜାଉରରେ ବିଜୟ ନିଜ ଦଳର ପ୍ରଥମ ପ୍ରତିଶ୍ରୁତି ପତ୍ର ଜାରି କରିବା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏଠାରେ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଏଠାରେ ଅନୁସୂଚିତ ଜାତି ପାଇଁ ଥିରୁଭିଦୈମାରୁଦୁର ଆସନ ସଂରକ୍ଷିତ। ଏବେ ତାମିଲନାଡୁର ଉଚ୍ଚ ଶିକ୍ଷା ମନ୍ତ୍ରୀ ଗୋବି ଚେଝିଆନ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି।

୨୦୨୧ ବିଧାନସଭା ନିର୍ବାଚନରେ ଡିଏମକେ ଏଠାକାର ୮ଟି ଆସନରୁ ୭ଟିରେ ଜିତିଥିଲା। ଡିଏମକେର ଗଡ଼ ଭାବେ ଥାଞ୍ଜାଉର ବେଶ ପରିଚିତ। ଏଆଇଏଡିଏମକେ ଏଠାରେ ଥିବା ଓର୍ଥାଣ୍ଡୁ ଆସନ ଦଖଲ କରିଥିଲା। ଏବେ ବିଜୟ ଏହି ଅଞ୍ଚଳରକୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। 

Actor Politician Vijay
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe