Advertisment

Cops Suicide Case: ୨ ପୁଲିସ୍‌ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା: ୮ ଦିନ ପରେ ଜଣଙ୍କ ଅନ୍ତିମ ସଂସ୍କାର ସରିଲା, ଏବେ ବି ପଡ଼ି ରହିଛି ଆଉ ଜଣଙ୍କ ମୃତଦେହ

ଜୀବନ ହାରିଥିବା ଆଉ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ମୃତଦେହ ହସ୍ପିଟାଲର ଶବାଗାରରେ ପଡ଼ି ରହିଛି। ମଙ୍ଗଳବାର ରୋହତକ ସାଇବର ସେଲରେ ଏଏସ୍‌ଆଇ ଭାବେ କାମ କରୁଥିବା ସନ୍ଦୀପ କୁମାର ନିଜକୁ ନିଜେ ଗୁଳି କରି ଜୀବନ ହାରିଥିଲେ।

IPS

ସନ୍ଦୀପ ଓ ପୂରନ କୁମାର (ଫାଇଲ ଫଟୋ)

Advertisment

ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିବାର ୮ ଦିନ ପରେ ଆଜି ମଧ୍ୟାହ୍ନରେ ହରିୟାଣା(Haryana) ଆଇପିଏସ୍‌(Ips) ଅଧିକାରୀ ୱାଇ ପୂରନ କୁମାରଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜୀବନ ହାରିବା ପୂର୍ବରୁ ୱାଇ ପୂରନ କୁମାର ଅନେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ।

Advertisment

ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ନ ହେବା ଯାଏ ପରିବାର ଲୋକ ଶବ ବ୍ୟବଚ୍ଛେଦ କିମ୍ବା ଅନ୍ତିମ ସଂସ୍କାର ପାଇଁ ରାଜି ହୋଇ ନଥିଲେ। ୮ ଦିନର ବୁଝାସୁଝା ପରେ ପରିବାର ଲୋକଙ୍କ ସହମତି ଆସିଥିଲା ଓ ଆଜି ଶେଷରେ ପୂରନ କୁମାରଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି।

କିନ୍ତୁ ସମାନ କାରଣ ପାଇଁ ଜୀବନ ହାରିଥିବା(Suicide) ଆଉ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ମୃତଦେହ ହସ୍ପିଟାଲର ଶବାଗାରରେ ପଡ଼ି ରହିଛି। ମଙ୍ଗଳବାର ରୋହତକ ସାଇବର ସେଲରେ ଏଏସ୍‌ଆଇ ଭାବେ କାମ କରୁଥିବା ସନ୍ଦୀପ କୁମାର ନିଜକୁ ନିଜେ ଗୁଳି କରି ଜୀବନ ହାରିଥିଲେ। ତାଙ୍କ ମୃତଦେହକୁ ରୋହତକର ଗୋଟିଏ ଖେଳ ପଡ଼ିଆରୁ ଜବତ କରାଯାଇଥିଲା।

Advertisment

ନିଜକୁ ନିଜେ ଗୁଳି କରିବା ପୂର୍ବରୁ ସନ୍ଦୀପ କୁମାର ଗୋଟିଏ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏଥିରେ ସେ ଗତ ସପ୍ତାହରେ ଆତ୍ମହତ୍ୟା କରିଥିବା ପୂରନ କୁମାରଙ୍କୁ ଦୁର୍ନୀତି ଖୋର ଅଫିସର ଭାବେ ଚିତ୍ରିତ କରିଥିଲେ। ଦୁର୍ନୀତିର ଗୁମର ଖୋଲି ଯିବା ଆଶଙ୍କାରେ ସେ ଆତ୍ମହତ୍ୟା କରିଥିଲେ ବୋଲି ସନ୍ଦୀପ କୁମାର କହିଥିଲେ। ଏହାବାଦ ପୂରନ କୁମାରଙ୍କ ଆଇଏଏସ୍‌(Ias) ପତ୍ନୀ ଅମନୀତ ପି କୁମାରଙ୍କ ବିରୋଧରେ ମଧ୍ୟ ସନ୍ଦୀପ ଦୁର୍ନୀତି ଅଭିଯୋଗ ଆଣି ଗିରଫ କରିବାକୁ ଦାବି କରିଥିଲେ। 

ଏବେ ସନ୍ଦୀପ କୁମାରଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି। ଏଫଆଇଆର ରୁଜୁ ନ ହେବା ଯାଏ ପରିବାର ଲୋକ ସନ୍ଦୀପ କୁମାରଙ୍କ ଶବ ବ୍ୟବଚ୍ଛେଦ ପାଇଁ ସହମତି ପ୍ରକାଶ କରିବେ ନାହିଁ ବୋଲି ଗିଦ କରିଛିଛନ୍ତି।

ସନ୍ଦୀପ କୁମାରଙ୍କ ଭାଇ ଭୂପ ସିଂହ କହିଛନ୍ତି, “ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। କିନ୍ତୁ ଏଫଆଇଆର ଏଯାଏ ରୁଜୁ କରାଯାଇନି। ଏଫଆଇଆର ରୁଜୁ ହେବା ପରେ ହିଁ ଆମେ ବ୍ୟବଚ୍ଛେଦ ପାଇଁ ସହମତି ଜଣାଇବୁ।”

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ବୁଧବାର ସନ୍ଦୀପ କୁମାରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସେ ଘଟଣାର ବିସ୍ତୃତ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

Suicide Ips Ias Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe