Advertisment

Terror Link: ୩୫୦ କେଜି ବିସ୍ଫୋରକ ଜବତ ଘଟଣାରେ ନୂଆ ଟ୍ୱିଷ୍ଟ: ସ୍କାନରରେ ମହିଳା ଡାକ୍ତର

ପୂର୍ବରୁ ୩୫୦ କେଜିର ଆରଡିଏକ୍ସ ଜବତ ହୋଇଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। କିନ୍ତୁ ଜବତ ବିସ୍ଫୋରକ ଆରଡିଏକ୍ସ ନୁହେଁ ବୋଲି ଫରିଦାବାଦ ପୁଲିସ୍ କମିଶନର ସ୍ପଷ୍ଟ କରିଛନ୍ତି।

Rifel

ଜବତ ରାଇଫଲ୍‌

Advertisment

ହରିୟାଣାର ପରିଦାବାଦରୁ ୩୫୦ କେଜି ଓଜନର ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ଘଟଣାରେ ନୂଆ ଟ୍ୱିଷ୍ଟ। ଜମ୍ମୁ-କଶ୍ମୀର(Jammu Kashmir) ଓ ହରିୟାଣା(Haryana) ପୁଲିସର ମିଳିତ ଅପରେସନରେ ଫରିଦାବାଦରୁ ଏତେ ପରିମାଣର ବିସ୍ଫୋରକ ଜବତ ହୋଇଛି। ଏହି ଘଟଣାରେ ପୁଲିସ୍‌ ଗୋଟିଏ କାର ମଧ୍ୟ ଜବତ କରିଥିଲା।

Advertisment

ଉକ୍ତ କାରରୁ ଗୋଟିଏ ଆସଲ୍ଟ ରାଇଫଲ, ଗୋଟିଏ ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା। ସେହି କାରର ମାଲିକ ଜଣେ ମହିଳା ଡାକ୍ତର ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଏହି ମହିଳା ଡାକ୍ତର ଜଣଙ୍କ ଗିରଫ ହୋଇଥିବା ଡାକ୍ତର ମୁଜାମିଲ ଶକୀଲ ସହ ଫରିଦାବାଦ ହସ୍ପିଟାଲରେ କାମ କରୁଥିଲେ। ମହିଳା ଡାକ୍ତରଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକ ରଖି ଜେରା ଆରମ୍ଭ କରିଛି। 

ମିଳିଥିବା ସୂଚନା ଅନୁସାରେ, ପୁଲିସ୍‌ ଗୋଟିଏ ମାରୁତି ସୁଜୁକି ସ୍ୱିଫ୍ଟ ଜବତ କରିଥିଲା। ଏହାର ନମ୍ବର ଫରିଦାବାଦାର କୋଡ ଏଚଆର ୫୧ରୁ ଆରମ୍ଭ। ଡାକ୍ତର ଶକୀଲକୁ ଜେରା କରିବା ପରେ କାରରେ ପୁଲିସ୍‌ ସର୍ଚ୍ଚ କରିଥିଲା। ଏହି ସମୟରେ ସେଠାରୁ ଗୋଟିଏ ଆସଲ୍ଟ ରାଇଫଲ, ଗୋଟିଏ ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା ବୋଲି କହିଛି। 

Advertisment

ଶକୀଲ ଫରିଦାବାଦର ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚ୍ଚ ସେଣ୍ଟରରେ ଗଲା ୩ ବର୍ଷ ହେଲା ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା। ସେ କ୍ୟାମ୍ପସରେ ରହୁଥିଲେ ହେଁ ନିକଟରେ ଧୋଜରେ ଗୋଟିଏ ଘର ଭଡ଼ା ନେଇଥିଲା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ୍‌ ତା’କୁ ୧୦ ଦିନ ତଳେ ଗିରଫ କରିଥିଲା।

ଜେରା ବେଳେ ସେ ପୁଲିସ୍‌କୁ ଭଡ଼ା ଘର ଓ ମହିଳା ଡାକ୍ତରଙ୍କ ସ୍ୱିଫ୍ଟ କାର ସମ୍ପର୍କରେ ସୂଚନା ଦେଇଥିଲା। ମହିଳା ଡାକ୍ତର ଓ ଶକୀଲ ଏକାଠି ଗୋଟିଏ ହସ୍ପିଟାଲରେ କାମ କରନ୍ତି। ତେଣୁ ଆତଙ୍କୀ ମଡ୍ୟୁଲରେ ମହିଳାଙ୍କ ଲିଙ୍କ ରହିଥିବା ପୁଲିସ୍‌ ଆଶଙ୍କା କରିଛି। 

ଶକୀଲର ଭଡ଼ା ଘରେ ରେଡ ବେଳେ ୮ଟି ବଡ଼ ସୁଟକେସ ଓ ୪ଟି ଛୋଟ ସୁଟକେସ ଜବତ ହୋଇଥିଲା। ଏହା ମଧ୍ୟରୁ ପୁଲିସ୍‌ ୩୫୦ କେଜି ଓଜନର ଆମୋନିୟମ ନାଇଟ୍ରେଟ ମିଳିଛି। ଏହାପରେ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ୍‌ ଗୋଟିଏ ଏକେ ୪୭, ମାଗାଜିନ, ୮୩ଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୮ଟି ଜୀବନ୍ତ ରାଉଣ୍ଡ, ୨ଟି ଖାଲି କ୍ୟାଟ୍ରିଜ ଓ ୨ଟି ଅତିରକ୍ତ ମାଗାଜିକ ସ୍ୱିଫ୍ଟ କାରରୁ ଜବତ କରିଥିଲେ। ପୂର୍ବରୁ ୩୫୦ କେଜିର ଆରଡିଏକ୍ସ ଜବତ ହୋଇଥିବା କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ। କିନ୍ତୁ ଜବତ ବିସ୍ଫୋରକ ଆରଡିଏକ୍ସ ନୁହେଁ ବୋଲି ଫରିଦାବାଦ ପୁଲିସ୍ କମିଶନର ସ୍ପଷ୍ଟ କରିଛନ୍ତି।

କିଛି ଦିନ ତଳେ ପୁଲିସ୍ ଉତ୍ତର ପ୍ରଦେଶର ସାହାରନପୁରରୁ ଜଣେ କଶ୍ମିରୀ ଡାକ୍ତରକୁ ଗିରଫ କରିଥିଲା। ସେ ଶ୍ରୀନଗରରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(Terrorist)ର ସମର୍ଥନରେ ପୋଷ୍ଟର ମାରୁଥିବା ଜଣାପଡ଼ିବା ପରେ ଏପରି ଗିରଫଦାରୀ ହୋଇଥିଲା। ସେ ଗିରଫ ହେବା ପରେ ତା’ର ତଥ୍ୟ ଆଧାରରେ ଏତେ ପରିମାଣର ବିସ୍ଫୋରକ ଜବତ କରାଯାଇଛି। 

Jammu Kashmir Terrorist Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe