Advertisment

ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ

ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍‌କୁ ୩ ଥର ବ୍ଲକ୍ କରାଗଲାଣି।

Twitter

Twitter

Advertisment

ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ। ଏନେଇ ଟ୍ୱିଟର ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି। ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍‌କୁ ବ୍ଲକ୍ କରିଦିଆଯାଇଥିବା କଥା କୁହାଯାଇଛି।

Advertisment

ଆଇନଗତ ଆବଶ୍ୟକତାକୁ ଚାହିଁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍ ବ୍ଲକ୍ କରିବାକୁ କମ୍ପାନିର ଗାଇଡ୍‌ଲାଇନ୍ ଟ୍ୱିଟରକୁ ବାଧ୍ୟ କରିଛି। କୌଣସି ବ୍ୟକ୍ତିବିଶେଷ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ୍ ‘ଆକ୍‌ସେସ୍‌’ କରିବାକୁ ଉଦ୍ୟମ କଲେ ସେଥିରେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ @GovtofPakistanର ଆକାଉଣ୍ଟ୍‌କୁ ବ୍ଲକ୍ କରାଯାଇଛି ବୋଲି ଦେଖାଯାଉଛି।

ସେପଟେ ଟ୍ୱିଟର ଆକାଉଣ୍ଟ ବ୍ଲକ ହେବା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।  

Advertisment

ରିିପୋର୍ଟ ମୁତାବକ, ଏହାକୁ ମିଶାଇ ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍‌କୁ ୩ ଥର ବ୍ଲକ୍ କରାଗଲାଣି। ପ୍ରଥମେ ପାକିସ୍ତାନ ସରକାରଙ୍କ ଟ୍ୱିଟର୍‌୨୦୨୨ ଅକ୍ଟୋବର୍‌ରେ ବ୍ଲକ୍ କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ପାକିସ୍ତାନ ସରକାରଙ୍କ ଟ୍ୱିଟର୍ ଆକାଉଣ୍ଟ୍ କିଛି ସମୟ ପାଇଁ ବ୍ଲକ୍ ହୋଇଥିଲା, କିନ୍ତୁ ପରେ ତୁରନ୍ତ ସଚଳ କରି ଦିଆଯାଇଥିଲା।

ଗତବର୍ଷ ଜୁନ୍ ମାସରେ ଟ୍ୱିଟର ଇଣ୍ଡିଆ ମିଳିତ ଜାତିସଂଘ, ତୁର୍କୀ, ଇରାନ୍ ଓ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ସରକାରୀ ଟ୍ୱିଟର ଆକାଉଣ୍ଟ ବ୍ଲକ କରାଯାଇଥିଲା। ଏଥିସହ ଭାରତ ପାକିସ୍ତାନରେ ଚାଲୁଥିବା ଅନେକ ୟୁଟ୍ୟୁବ ଚ୍ୟାନେଲ ଓ ଫେସବୁକ୍ ଆକାଉଣ୍ଟ ଉପରେ ବି ମିଥ୍ୟା ତଥ୍ୟ ପ୍ରସାରଣ ପାଇଁ ପ୍ରତିବନ୍ଧକ ଲଗାଇଥିଲା। 

Pakistan Twitter India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe