Advertisment

ଭାରତରେ ଟ୍ୱିଟରର ନୂଆ ନିୟମ,ଏଣିକି ବ୍ଲୁ ଟିକ୍‌ ପାଇଁ ଗଣିବେ ଟଙ୍କା

ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ।

author-image
Madhupriya Mistry
Twitter

Twitter

ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ।

Advertisment

ଭାରତରେ ଓ୍ୱେବ ୟୁଜର୍ସଙ୍କ ପାଇଁ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ ଲାଗି ପ୍ରତି ମାସରେ ୬୫୦ ଟଙ୍କା ଦେବାକୁ ପଡ଼ିବ। ତେବେ ମୋବାଇଲ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି। ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ।

ଗତ ବର୍ଷ ୪୪ ବିଲିୟନ୍ ଡଲାର୍ ଦେଇ ଟ୍ୱିଟରକୁ କିଣିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। ଏହାପରେ ମସ୍କ ମାଇକ୍ରୋ ବ୍ଲଗିଂ ଆପ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ମଧ୍ୟ ଏଲନ ମସ୍କ ବ୍ଲୁ-ଟିକ୍ ପାଇଁ ଆଗକୁ ଚାର୍ଜ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। ଯାହା ଏବେ ଲାଗୁ ହୋଇଛି।

Advertisment

କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି। ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି। ଆଣ୍ଡ୍ରଏଡ୍ ୟୁଜର୍ସଙ୍କଠାରୁ ଅଧିକ ୩ ଡଲାର ଚାର୍ଜ କରି ଟ୍ୱିଟର ଗୁଗୁଲକୁ କମିଶନ ପ୍ରଦାନ କରିବ। ସେହି ହିସାବରେ ଭାରତରେ ୟୁଜର୍ସଙ୍କୁ ୬୫୦ ଟଙ୍କା, ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଏବଂ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି।

ଟ୍ୱିଟର ବ୍ଲ-ଟିକ୍‌ରେ କ'ଣ ରହିିଛି ସୁବିଧା?

- ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ସହିତ ୟୁଜର୍ସମାନଙ୍କୁ ଏକ ବ୍ଲୁ ଚେକ୍ ମାର୍କ କିମ୍ବା ଟିକ୍ ମଧ୍ୟ ଦିଆଯାଏ। ଏହା ସହିତ ୟୁଜର୍ସମାନେ ଟ୍ୱିଟ୍ ଏଡିଟ୍ କରିବା, 1080p ଭିଡିଓରେ ଭିଡିଓ ଅପଲୋଡ୍ କରିବା ଏବଂ ରିଡର୍ ମୋଡ୍ ଆକ୍ସେସ୍ କରିବାର ବିକଳ୍ପ ପାଇପାରିବେ। 

- ଏହା ବ୍ୟତୀତ ଟ୍ୱିଟର ବ୍ୟବହାରକାରୀମାନେ କମ୍ ବିଜ୍ଞାପନ ଦେଖିବାକୁ ପାଇବେ। ଯେଉଁମାନେ ବ୍ଲୁ-ଟିକ୍ ସବ୍‌ସ୍କ୍ରିପସନ୍‌ ନେଇ ନାହାନ୍ତି ସେମାନେ ଆଗାମୀ ସମୟରେ ଅଧିକ ବିଜ୍ଞାପନ ଦେଖିବାକୁ ପାଇବେ। କମ୍ପାନୀ କହିଛି ଯେ ଯାଞ୍ଚ ହୋଇଥିବା ଉପଭୋକ୍ତାଙ୍କ ଟ୍ୱିଟକୁ ରିପ୍ଲାଏ ଏବଂ ଟ୍ୱିଟରେ ମଧ୍ୟ ପ୍ରାଥମିକତା ମିଳିବ।

- କେବଳ ଏତିକି ନୁହେଁ, ଏହି ସେବା ଗ୍ରହଣ କରୁଥିବା ୟୁଜର୍ସମାନେ ୪୦୦୦ ଅକ୍ଷରର ଟୁଇଟ୍ ପୋଷ୍ଟ କରିବାକୁ ସକ୍ଷମ ହେବେ।

Elon Musk Twitter