କିଛି ନିର୍ଦ୍ଦିଷ୍ଟ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବା ଓ ଟ୍ୱିଟକୁ ହଟାଇବା ପାଇଁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରୁଥିବା ଟ୍ୱିଟରକୁ ଶକ୍ତ ଝଟକା ଲାଗିଛି। କେନ୍ଦ୍ର ସରକାର ଆକାଉଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କମ୍ପାନୀ କର୍ଣ୍ଣାଟକା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ ଆଜି ହାଇକୋର୍ଟ ଟ୍ୱିଟର୍ର ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି।
ଗତବର୍ଷ ଜୁଲାଇ ମାସରେ ଟ୍ୱିଟର କେନ୍ଦ୍ର ସରକାରଙ୍କ ବିରୋଧରେ କର୍ଣ୍ଣାଟକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ ଜାରି କରିଥିବା ନିର୍ଦ୍ଦେଶକୁ କମ୍ପାନୀ ଚ୍ୟାଲେଞ୍ଜ କରିଥିଲା।
କେନ୍ଦ୍ର ସରକାର ୨୦୨୧ ଫେବୃଆରୀରୁ ୨୦୨୨ ଫେବୃଆରୀ ମଧ୍ୟରେ କରାଯାଇଥିବା କିଛି ଟ୍ୱିଟ ଓ ଆକାଉଣ୍ଟକୁ ବ୍ଲକ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କେନ୍ଦ୍ର ସରକାର ଉପଯୁକ୍ତ କାରଣ କହି ନଥିବାରୁ ବାକ ସ୍ୱାଧୀନତା କଥା କହି କମ୍ପାନୀ ୩୯ଟି ଆକାଉଣ୍ଟ ସପକ୍ଷରେ ଯୁକ୍ତି କରିବା ସହ କୋର୍ଟରେ କେନ୍ଦ୍ରର ବ୍ଲକିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା।
୨୦୨୨ରେ ହୋଇଥିବା ଶୁଣାଣି ବେଳେ ଟ୍ୱିଟର ହାଇକୋର୍ଟଙ୍କୁ କହିଥିଲା ଯେ ଯଦି କେନ୍ଦ୍ର ସରକାର କୌଣସି ଆକାଉଣ୍ଟକୁ ବ୍ଲକ କରିବାକୁ କହୁଛନ୍ତି, ତା’ହେଲେ ଏହା ପଛର କାରଣ ମଧ୍ୟ କହିବାକୁ ପଡ଼ିବ। ସେହିପରି ଆଇଟି ଆକ୍ଟ ୨୦୦୦ର ଧାରା ୬୯ଏ ଅଧୀନରେ ଜାରି କରାଯାଉଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାର ପ୍ରାବଧାନ ରହିବା ଦରକାର ବୋଲି କମ୍ପାନୀ ଯୁକ୍ତି କରିଥିଲା।
ତେବେ କେନ୍ଦ୍ର ସରକାର କୋର୍ଟଙ୍କୁ କହିଥିଲେ ଯେ ଟ୍ୱିଟର ସହଯୋଗ କରୁ ନଥିବା ଗୋଟିଏ ଅଭ୍ୟାସଗତ କମ୍ପାନୀ। ଦୀର୍ଘ ବର୍ଷ ହେଲାଣି କମ୍ପାନୀ ଆଦୌ ସହଯୋଗ କରୁନି। ସରକାର ଓ ଟ୍ୱିଟର ପ୍ରତିନିଧିଙ୍କ ବ୍ଲକିଂ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ପ୍ରାୟ ୫୦ ଥର ବୈଠକ ହୋଇଥିଲା।
ତଥାପି ଟ୍ୱିଟର ଭାରତରେ ପ୍ରଚଳିତ ଆଇନକୁ ମାନିବା ମୁଡରେ ନଥିବା ସ୍ପଷ୍ଟ ଭାବେ ଅନୁମେୟ ହେଉଛି। ଏକଥା ଶୁଣିବା ପରେ ଟ୍ୱିଟର ସବୁ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।
କିଛି ସପ୍ତାହ ତଳେ ଟ୍ୱିଟର ପୂର୍ବତନ ସିଇଓ ତଥା ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଅଭିଯୋଗ କରିଥିଲେ ଯେ ୨୦୨୧ ଚାଷୀ ଆନ୍ଦୋଳନ ବେଳେ ଭାରତ ସରକାର କିଛି ନିର୍ଦ୍ଦିଷ୍ଟ ଟ୍ୱିଟକୁ ହଟାଇବାକୁ କମ୍ପାନୀ ଉପରେ ଚାପ ପକାଇଥିଲେ। ଏଥିସହ କମ୍ପାନୀ କଥା ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ସରକାର ଧମକ ଦେଇଥିବା ଡୋର୍ସି ଅଭିଯୋଗ କରିଥିଲେ। ଏହାକୁ ଭାରତ ସରକାର ମିଛ ବୋଲି କହିଛନ୍ତି।
ଆଜି କର୍ଣ୍ଣାଟକା ହାଇକୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଟ୍ୱିଟ କରି ସବୁ ମିଛ ଧରା ପଡ଼ିଛି ବୋଲି କହିଛନ୍ତି। ଏଥିସହ ସେ ଡୋର୍ସିଙ୍କୁ ପରୋକ୍ଷରେ କଟାକ୍ଷ ମଧ୍ୟ କରିଛନ୍ତି। ଟ୍ୱିଟରକୁ ପୂରା ପ୍ରସଙ୍ଗରେ ନୋଟିସ କରାଯାଇଥିଲେ ମଧ୍ୟ କମ୍ପାନୀ କୌଣସି ପ୍ରକାରର ସହଯୋଗ କରି ନଥିଲା ବୋଲି କୋର୍ଟ ଶୁଣାଣି ବେଳେ କହିଥିବା ରାଜୀବ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Twitter__1688112771.jpg)