Advertisment

ଚଢ଼ାଉ ପାଇଁ ଯାଇଥିବା ବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ୨ ଗିରଫ

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଏମ୍‌ସି ନେତା ଶାହଜାହାନ ଶେଖ ଏବେ ବି ଫେରାର ଅଛନ୍ତି।

Attack

Attack

Advertisment

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।

Advertisment

ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମେହବୁର ମୋଲ୍ଲାହ ଓ ସୁକଲାମ ସରକାର। ଇଡି ଟିମ୍‌କୁ ଆକ୍ରମଣ କରିବା ପରେ ଉଭୟେ ଫେରାର ହୋଇଯାଇଥିଲେ। ଆଜି ସକାଳେ ବସିରହାଟ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା। 

ଗତ ୫ ତାରିଖରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସେମାନେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜାହାନ ଶେଖଙ୍କ ଘରେ ଚଢ଼ାଉ କରିବା ପାଇଁ ଯାଉଥିବା ବେଳେ କିଛି ଲୋକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇଡିର ଅନେକ ଅଧିକାରୀ ଆହତ ହୋଇଥିଲେ।

Advertisment

ଇଡି ଅଧିକାରୀଙ୍କ ଉପରେ ଯେଉଁମାନେ ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରେ ଆଜି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ମଧ୍ୟ ଥିଲେ। ଆକ୍ରମଣ ସମୟର ଫୁଟେଜ ଆଧାରରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। 

ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଏମ୍‌ସି ନେତା ଶାହଜାହାନ ଶେଖ ଏବେ ବି ଫେରାର ଅଛନ୍ତି। 

TMC ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe