Advertisment

ସେଲଫି ନେବା ବେଳେ ଦୁଇ କିଶୋରଙ୍କୁ ଧକ୍କା ଦେଲା ଶତାବ୍ବୀ ଏକ୍ସପ୍ରେସ

ପୂଜାର୍ଚ୍ଚନା ପରେ ସିଦ୍ଧାର୍ଥ ଓ ଶିବମ ସ୍ଥାନୀୟ ଅଞ୍ଚଳରେ ଥିବା ରେଳ ବ୍ରିଜ୍‌ ଉପରେ ଚଢ଼ି ସେଲଫି ନେବାକୁ ଚେଷ୍ଟା କରିଥିଲେ।

author-image
Hemant Lenka
Train

Train

ପୁଣି ବିପଦଜନକ ଭାବେ ସେଲଫି ନେଇଛି ଜୀବନ। ଉତ୍ତରାଖଣ୍ଡର ଋରକୀ ଅନ୍ତର୍ଗତ ଲକସର ଠାରେ ଦୁଇ ଜଣ କିଶୋର ରେଳ ବ୍ରିଜରେ ସେଲଫି ନେଉଥିବା ବେଳେ ଦିଲ୍ଲୀ-ଡେରାଡୁନ ଶତାବ୍ବୀ ଏକ୍ସପ୍ରେସ ଧକ୍କାରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସିଦ୍ଧାର୍ଥ ସୈନି(୧୯) ଓ ଶିବମ ସୈନି(୧୬)।

Advertisment

ଏହି ଦୁଇ କିଶୋର ପରିବାର ଲୋକଙ୍କ ସହ ଲକସର ଠାରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ପୂଜାର୍ଚ୍ଚନା ପରେ ସିଦ୍ଧାର୍ଥ ଓ ଶିବମ ସ୍ଥାନୀୟ ଅଞ୍ଚଳରେ ଥିବା ରେଳ ବ୍ରିଜ୍‌ ଉପରେ ଚଢ଼ି ସେଲଫି ନେବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ରେଳ ଧାରଣାରେ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା।

ପୁଲିସ କହିଛି ଯେ ଦୁଇ କିଶୋଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଟ୍ରାକ୍‌ରୁ ଉଦ୍ଧାର କରାଯାଇଛି। ସନ୍ଧ୍ୟା ପ୍ରାୟ ୬.୧୫ରେ ଏହି ଘଟଣା ଘଟିଥିଲା। ମୃତଦେହକୁ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସିଦ୍ଧାର୍ଥ ଋଷିକେଶ ନିକଟରେ ଇଲେକ୍ଟ୍ରିକାଲ ଇଞ୍ଜିନୟରିଂରେ ଡିପ୍ଲୋମା କରୁଥିଲେ। ସେ ପରୀକ୍ଷାର ପ୍ରସ୍ତୁତି ପାଇଁ ଗାଁକୁ ଆସିଥିଲେ।

Advertisment

ଶିବମ ହେଉଛନ୍ତି ଜଣେ ଛୋଟ ଚାଷୀଙ୍କ ପୁଅ। ସେ ତାଙ୍କ ବାପା, ମା’, ଭାଇ ଓ ଭଉଣୀଙ୍କ ସହ ରହୁଥିଲେ। ସିଦ୍ଧାର୍ଥ ଓ ଶିବମଙ୍କ ପରିବାର ଲୋକ ଏକାଠି ଦରିଆ ପୂଜା ପାଇଁ ସୋଲାନି ନଦୀର ଘାଟକୁ ଯାଇଥିଲେ। ଏହି ସମୟରେ ଦୁଇ କିଶୋର ଦୋସନି ରେଳ ବ୍ରିଜ୍‌ ଉପରେ ଚଢ଼ି ଯାଇଥିଲେ ଓ ସେଲଫି ନେବା ଆରମ୍ଭ କରିଥିଲେ। 

ଏହି ସମୟରେ ଡେରାଡୁନରୁ ଆସୁଥିବା ଶତାବ୍ବୀ ଏକ୍ସପ୍ରେସ ଦ୍ରୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁଇ କିଶୋର ବେଶ କିଛି ବାଟ ଛିଟିକି ପଡ଼ିଥିଲେ। ସେମାନଙ୍କ ଶରୀରର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Selfie Death Selfie Accident Death For Selfie