Advertisment

Accident: ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୦ ମୃତ, ୨୦ରୁ ଅଧିକ ଆହତ

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ। ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

author-image
Jitendra Garnayak
Bus

ଦୁର୍ଘଟଣାଗ୍ରସ୍ତ ବସ୍‌

ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର କୁମ୍ମନଗୁଡ଼ି ନିକଟରେ ଦୁଇଟି ସରକାରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। 

Advertisment

ଗୋଟିଏ ବସ୍ ତିରୁପ୍ପୁରରୁ କାରାଇକୁଡି ଅଭିମୁଖେ ଯାଉଥିବା ବେଳେ ଅନ୍ୟ ବସ୍‌ଟି କାରାଇକୁଡ଼ିରୁ ଡିଣ୍ଡିଗୁଲ ଅଭିମୁଖେ ଯାଉଥିଲା। ବସ୍‌ ଦୁଇଟି ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ ଗୋଟିଏ ବସ୍‌ର ଡ୍ରାଇଭର ବସୁଥିବା ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ। ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment

କାହାର ଭୁଲ ଯୋଗୁ ଏତେ ବଡ଼ ଦୁର୍ଘଟଣା ଘଟିଲା, ତାହା ଜାଣିବା ପାଇଁ ପୁଲିସ ଘଟଣାର ତଦନ୍ତ କରୁଛି। 

ଅନ୍ୟପକ୍ଷରେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ। ମୃତକଙ୍କ ପରିବାର ଲୋକଙ୍କୁ ସେ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ଏଇ ସପ୍ତାହକ ମଧ୍ୟରେ ତାମିଲନାଡୁରେ ଏହା ହେଉଛି ଦ୍ୱିତୀୟ ବଡ଼ ବସ୍ ଦୁର୍ଘଟଣା। କିଛି ଦିନ ତଳେ ତେନକାସି ଜିଲ୍ଲାରେ ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।